Paddy Procurement / କେତେ ବାଟ ଗଲାଣି ଖରିଫ ଧାନ ସଂଗ୍ରହ ? ସମୀକ୍ଷା ବୈଠକରେ ବଡ଼ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ
·8 months ago·2 min read

Key Points
ଚାଷୀଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସହଯୋଗ କରିବା ଓ ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ କରିବାକୁ ଅଧିକାରୀମାନଙ୍କୁ ଉପମୁଖ୍ୟମନ୍ତ୍ରୀ କଡ଼ାକଡ଼ି ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ଵର: ନିୟମିତ ମଣ୍ଡି ବୁଲ, ଚାଷୀଙ୍କ ସମସ୍ୟାର ସମାଧାନ କର । ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଖରିଫ ୨୦୨୫-୨୬ ଧାନ ସଂଗ୍ରହର ସମୀକ୍ଷା କରି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ।
ଚାଷୀଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସହଯୋଗ କରିବା ଓ ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ କରିବାକୁ ଅଧିକାରୀମାନଙ୍କୁ ଉପମୁଖ୍ୟମନ୍ତ୍ରୀ କଡ଼ାକଡ଼ି ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକ୍ରିୟାରେ ନିୟୋଜିତ ବିଭାଗୀୟ ଅଧିକାରୀ ମଣ୍ଡି ଗୁଡ଼ିକୁ ନିୟମିତ ଭାବରେ ପରିଦର୍ଶନ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି ।
ଏବେ ରାଜ୍ୟରେ ଖରିଫ ଧାନ ସଂଗ୍ରହ ଜାରି ରହିଛି । ଅଧ୍ୟାବଧି ରାଜ୍ୟର ୧୧ ଗୋଟି ଜିଲ୍ଲାରେ ମଣ୍ଡି ଦ୍ୱାରା ସଂଗ୍ରହ ଆରମ୍ଭ ହୋଇସାରିଲାଣି । ଏଗୁଡ଼ିକ ମଧ୍ୟରେ ବରଗଡ଼, ବଲାଙ୍ଗିର, ବୌଦ୍ଧ, ଝାରସୁଗୁଡା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ରହିଛି ।
ଏଥିସହ ପଢ଼ନ୍ତୁ: 'ନିର୍ଦ୍ଧାରିତ ସମୟରେ କାମ ସାର', ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାକୁ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହିତ, ରାଜ୍ୟର ସମସ୍ତ ମଣ୍ଡିରେ ସିସି କ୍ୟାମେରା ଲାଗିସାରିଛି ଏବଂ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସମ୍ପୂର୍ଣ୍ଣ ପ୍ରକ୍ରିୟାର ମନିଟରିଂ କରାଯାଉଛି । ଚାଷୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୂର୍ବ ଅପେକ୍ଷା ଚଳିତ ବର୍ଷ ଅଧିକ ସଂଖ୍ୟକ ମଣ୍ଡିର ଭିତ୍ତିଭୂମି ସୁଦୃଢ଼ କରାଯାଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ମାନକ ଅନୁଯାୟୀ ମଡେଲ୍ ମଣ୍ଡି ତିଆରି କରାଯାଇଛି ।
ତଥ୍ୟ ଅନୁଯାୟୀ ଡିସେମ୍ବର ୨୪ ସୁଦ୍ଧା ରାଜ୍ୟରେ ୯୭, ୯୭୨ ଜଣ ଚାଷୀଙ୍କ ଠାରୁ ୪, ୩୯, ୨୯୪ ମେଟ୍ରିକ୍ ଟନ୍ ଧାନ ବିଭିନ୍ନ ମଣ୍ଡି ମାଧ୍ୟମରେ ସଂଗ୍ରହ ହୋଇସାରିଲାଣି । ବରଗଡ଼ ଜିଲ୍ଲାରେ ସର୍ବାଧିକ ୩୬, ୩୫୬ ଜଣ ଚାଷୀ ୧, ୬୩, ୨୮୮ ମେଟ୍ରିକ୍ ଟନ୍ ଧାନ ମଣ୍ଡିରେ ଦେଇଛନ୍ତି ।
ବୁଧବାର ସୁଦ୍ଧା ରାଜ୍ୟରେ ମୋଟ୍ ୯, ୪୧, ୪୩୩ ଜଣ ଚାଷୀଙ୍କୁ ଟୋକେନ୍ ଯୋଗାଇ ଦିଆଯାଇଛି । ଅନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ ନିର୍ଦ୍ଧାରିତ ତାରିଖରୁ ଧାନ ସଂଗ୍ରହ ଆରମ୍ଭ ହେବ ।
ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସ୍ଵଚ୍ଛ ରଖିବା ପାଇଁ ଏବଂ ଚାଷୀଙ୍କୁ ନିଜର ପ୍ରାପ୍ୟ ସଠିକ୍ ଭାବେ ଯୋଗାଇ ଦେବା ପାଇଁ ରେଜିଷ୍ଟ୍ରସନ ସମୟରେ ଇ-କେୱାଇସି ବ୍ୟବସ୍ଥା ଅବଲମ୍ବନ କରାଯାଉଛି ଏବଂ ଆଧାର ସହିତ ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଯାଉଛି । ମଣ୍ଡିରୁ ମିଲ୍ ପର୍ଯ୍ୟନ୍ତ ଯାଉଥିବା ଗାଡ଼ି ଗୁଡ଼ିକର ଲାଇଭ୍ ଟ୍ରାକିଂ ମଧ୍ୟ ବିଭାଗ ଦ୍ୱାରା ଜାରି ରହିଛି ।
ଏଥିସହ ପଢ଼ନ୍ତୁ: ପକ୍ଷାଘାତକୁ ମାତ୍ ଦେଇ ଗଢ଼ୁଛନ୍ତି ଜଙ୍ଗଲ, ସଜାଡ଼ୁଛନ୍ତି ଭବିଷ୍ୟତ
ବୈଠକରେ ରାଜସ୍ଵ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ ଅରବିନ୍ଦ କୁମାର ପାଢ଼ୀ, ସଞ୍ଜୟ କୁମାର ସିଂହ ପ୍ରମୁଖ ଯୋଗଦେଇ ନିଜର ମତାମତ ଉପସ୍ଥାପନ କରିଛନ୍ତି । କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ, ପଞ୍ଚାୟତିରାଜ ଓ ପାନୀୟ ଜଳ ଆଦି ବିଭାଗରୁ ବହୁ ବରିଷ୍ଠ ଅଧିକାରୀବୃନ୍ଦ ବୈଠକରେ ଯୋଗ ଦେଇଥିଲେ ।

Related Topics
Explore more stories