Argus Education Next / ବର୍ଷକରେ କଲେଜରେ ହେବ ୭୦୦ ଅଧ୍ୟାପକ ଓ ୧୪୦୦ ପ୍ରଫେସର ନିଯୁକ୍ତି: ଉଚ୍ଚଶିକ୍ଷା ମନ୍ତ୍ରୀ
·1 hour ago·2 min read

Key Points
ଭୁବନେଶ୍ଵରରେ ଶିକ୍ଷା ମହାକୁମ୍ଭ
ଅର୍ଗସ ଏଜୁକେସନ ନେକ୍ସଟ- ସିଜନ୍ ୫
ସାମିଲ ହେଲେ ୪ ମନ୍ତ୍ରୀଙ୍କ ସହ ବିଶିଷ୍ଟ ଶିକ୍ଷାବିତ୍
ଓଡ଼ିଶାର ଯୁବପିଢିଙ୍କୁ ଉଦ୍ୟୋଗୀ ବନାଇବାକୁ ଉଦ୍ୟମ
ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ଵାରୋପ

ଭୁବନେଶ୍ଵର: ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଦକ୍ଷତା ବିକାଶର ପରିପୂରକ ସଫଳତା ହିଁ ସମୃଦ୍ଧ ଓଡ଼ିଶାର ମୂଳଦୁଆ। 'ସମୃଦ୍ଧ ଓଡ଼ିଶା ୨୦୩୬' ଏବଂ 'ବିକଶିତ ଭାରତ ୨୦୪୭'ର ବୃହତ ଲକ୍ଷ୍ୟ ହାସଲ କରିବାକୁ ଯାଉଛନ୍ତି ଆମର ଯୁବପିଢ଼ି ।
ଏହି ପରିପ୍ରେକ୍ଷୀରେ ଅର୍ଗସ ପକ୍ଷରୁ ଆୟୋଜିତ ହୋଇଛି ଅର୍ଗସ ଏଜୁକେସନ ନେକ୍ସଟ୍ ସିଜନ-୫ । ଯେଉଁଥିରେ ୪ ମନ୍ତ୍ରୀଙ୍କ ସହ ବିଶିଷ୍ଟ ଶିକ୍ଷାବିତ୍ ମାନେ ଯୋଗ ଦେଇ ଯୁବପିଢ଼ିଙ୍କୁ ଉଦ୍ୟୋଗୀ ବନାଇବାକୁ ସେମାନଙ୍କର ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ଵାରୋପ କରିଛନ୍ତି ।
ଶିକ୍ଷା ଓ ଦକ୍ଷତା ବିକାଶ ପରସ୍ପର ପରିପୂରକ । ସମୃଦ୍ଧ ଓଡ଼ିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ପୂରଣ ପାଇଁ ଏହାର ଅନେକ ଆବଶ୍ୟକତା ରହିଛି । ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଡିଗ୍ରୀ ଅପେକ୍ଷା ଦକ୍ଷତା ବା 'Skill'ର ଆବଶ୍ୟକତା ସବୁଠାରୁ ଅଧିକ ରହିଛି ।
ଏଥିସହ ପଢ଼ନ୍ତୁ: ଆସନ୍ତା ୩ମାସରେ ହେବ ନିଯୁକ୍ତି ବର୍ଷା; ଅର୍ଗସ୍ ଏଜୁକେସନ କନକ୍ଲେଭରେ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ଅର୍ଗସ ଏଜୁକେସନ୍ କନକ୍ଲେଭରେ ଯୋଗଦେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, "ଏବେ ସୁଦ୍ଧା ୧ ଲକ୍ଷରୁ ଅଧିକ ଯୁବକଙ୍କୁ ସ୍କିଲିଂ କରାଯାଇଛି । ପ୍ରତିବର୍ଷ ୨.୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ 'Industry Ready' କରିବା ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି । ଓଡ଼ିଶାରେ ପୁଞ୍ଜିନିବେଶ ବଢୁଥିବାରୁ ଏହା ଓଡ଼ିଆ ପିଲାଙ୍କ ପାଇଁ ବଡ଼ ସୁଯୋଗ ଆଣିବ।"
କନକ୍ଲେଭରେ ଯୋଗ ଦେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୩ ମାସ ମଧ୍ୟରେ ରାଜ୍ୟରେ ୫,୦୦୦ ନର୍ସିଂ ପଦବୀ ଏବଂ ମେଡିକାଲ କ୍ଷେତ୍ରରେ ଅନ୍ୟ ୫,୦୦୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଏଥିସହ ରାଇରଙ୍ଗପୁର ଓ ଅନ୍ୟ ୩ଟି ଜିଲ୍ଲାରେ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା ହେବ । ପଦ୍ମଶ୍ରୀ ମହେନ୍ଦ୍ର କୁମାର ମିଶ୍ର ତାଙ୍କର ମୂଲ୍ୟବାନ ମତାମତ ରଖିଥିଲେ ।
ଅର୍ଗସ ଏଜୁକେସନ୍ ନେକ୍ସଟ ସିଜନ ୫ କନକ୍ଲେଭ୍ରେ ଯୋଗଦେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପନିବେଶବାଦୀ ମାନସିକତାକୁ ଦୂରେଇ ନୂତନ ଜାତୀୟ ଆସନ୍ତା ୩ମାସରେ ହେବ ନିଯୁକ୍ତି ବର୍ଷା; ଅର୍ଗସ୍ ଏଜୁକେସନ କନକ୍ଲେଭରେ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣାଶିକ୍ଷାନୀତି (NEP) ଲାଗୁ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରଶିକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସମୟ ଅନୁସାରେ- କୃତ୍ରିମ ବୁଦ୍ଧିମତ୍ତା ଆବଶ୍ୟକତା, ପିଲାଙ୍କୁ ମୁକ୍ତ ଚିନ୍ତନର ଆବଶ୍ୟକତା ରହିଛି । ଜ୍ଞାନ ଆଧାରରେ ଶିକ୍ଷା ଦାନ କରାଗଲେ ବୌଦ୍ଧିକ ଶିକ୍ଷା ବୃଦ୍ଧି ପାଇବ । ବର୍ତ୍ତମାନ ରାଜ୍ୟରେ ୧୪୦୦ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବା ବେଳେ ଆଗାମୀ ୧ ବର୍ଷରେ ବିଭିନ୍ନ ଏଡେଡ୍ (Aided) କଲେଜରେ ୭୦୦ ଅଧ୍ୟାପକ ନିଯୁକ୍ତି ପାଇବେ ।
ଏଥିସହ ପଢ଼ନ୍ତୁ: ବିଜେପି ସରକାରର ୨ ବର୍ଷ ପୂର୍ତ୍ତି, କାଲିଠୁ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ନେବେ ମୁଖ୍ୟମନ୍ତ୍ରୀ
ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କନକ୍ଲେଭରେ ଯୋଗ ଦେଇ ଓଡ଼ିଶାରେ ଶିକ୍ଷାର ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ସହ ନିଯୁକ୍ତି ଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ଵାରୋପ କରିଛନ୍ତି ।
ଅର୍ଗସ ନ୍ୟୁଜର ଚିଫ୍ ଏଡିଟର ଶିଶିର ଭଟ୍ଟ ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଅର୍ଗସ ନ୍ୟୁଜ ସିଇଓ ପ୍ରକାଶ ଚନ୍ଦ୍ର ସାହୁ କନକ୍ଲେଭର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅର୍ଗସ ନ୍ୟୁଜର ଏକଜିକ୍ୟୁଟିଭ୍ ଏଡିଟର ଦୁର୍ଗାଶିଷ ଧନ୍ୟବାଦ ଦେଇଥିଲେ ।
ଅର୍ଗସ ନ୍ୟୁଜ ପକ୍ଷରୁ ୫ ବର୍ଷ ଧରି ଏଜୁକେସନ୍ କନକ୍ଲେଭରେ ଆୟୋଜନ କରାଯାଉଛି । ଚଳିତବର୍ଷ ଶିକ୍ଷା ବିଭାଗରେ ବିଭିନ୍ନ ବିଷୟକୁ ନେଇ ହୋଇଥିବା ଏହି ଆଲୋଚନା ଚକ୍ରରେ ଶିକ୍ଷକ, ଶିକ୍ଷାବିତ୍, ଛାତ୍ରଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବୀମାନେ ସାମିଲ୍ ହୋଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories