Videos
|
Odisha

Argus Odisha Health Connect / 'ଅର୍ଗସ୍ ହେଲଥ୍ କନେକ୍ଟ-୨୦୨୬'; 'ଚିକିତ୍ସା ବ୍ୟବସ୍ଥାରେ କେବଳ ଡାକ୍ତର ନୁହେଁ, ବରଂ ରୋଗୀର ବିଶ୍ୱାସ ଅତ୍ୟନ୍ତ ଜରୁରୀ'

Sushanta Sahoo
Browse all articles by Sushanta Sahoo
·1 hour ago·3 min read
'ଅର୍ଗସ୍ ହେଲଥ୍ କନେକ୍ଟ-୨୦୨୬'; 'ଚିକିତ୍ସା ବ୍ୟବସ୍ଥାରେ କେବଳ ଡାକ୍ତର ନୁହେଁ, ବରଂ ରୋଗୀର ବିଶ୍ୱାସ ଅତ୍ୟନ୍ତ ଜରୁରୀ'
Patient Trust Takes Centre Stage at Argus Health Connect 2026

Key Points

ରୋଗୀଟିଏ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଆମର ସ୍ୱାସ୍ଥ୍ୟ ବ୍ୟବସ୍ଥା କେତେ ପ୍ରସ୍ତୁତ, ତାହାହିଁ ବଡ଼ ପ୍ରଶ୍ନ । ଓଡ଼ିଶାର ସ୍ୱାସ୍ଥ୍ୟସେବାର ଏହି ବଡ଼ ଚ୍ୟାଲେଞ୍ଜ, ସମ୍ଭାବନା ଓ ଆଗାମୀ ରୋଡମ୍ୟାପକୁ ନେଇ ଅର୍ଗସ୍ ନ୍ୟୁଜ୍ ପକ୍ଷରୁ ଆୟୋଜିତ ହୋଇଯାଇଛି ସ୍ୱାସ୍ଥ୍ୟସେବାର ସବୁଠୁ ବଡ଼ ମଞ୍ଚ - 'ଅର୍ଗସ୍ ହେଲଥ୍ କନେକ୍ଟ-୨୦୨୬' ।
ଭୁବନେଶ୍ଵର: ସ୍ୱାସ୍ଥ୍ୟ କେବଳ କିଛି ବଡ଼ ହସ୍ପିଟାଲ୍ କିମ୍ବା ଉଚ୍ଚା ବିଲ୍ଡିଂର ଚାରି କାନ୍ଥ ଭିତରେ ସୀମିତ ନୁହେଁ । ରୋଗୀଟିଏ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଆମର ସ୍ୱାସ୍ଥ୍ୟ ବ୍ୟବସ୍ଥା କେତେ ପ୍ରସ୍ତୁତ, ତାହାହିଁ ବଡ଼ ପ୍ରଶ୍ନ । ଓଡ଼ିଶାର ସ୍ୱାସ୍ଥ୍ୟସେବାର ଏହି ବଡ଼ ଚ୍ୟାଲେଞ୍ଜ, ସମ୍ଭାବନା ଓ ଆଗାମୀ ରୋଡମ୍ୟାପକୁ ନେଇ ଅର୍ଗସ୍ ନ୍ୟୁଜ୍ ପକ୍ଷରୁ ଆୟୋଜିତ ହୋଇଯାଇଛି ସ୍ୱାସ୍ଥ୍ୟସେବାର ସବୁଠୁ ବଡ଼ ମଞ୍ଚ - 'ଅର୍ଗସ୍ ହେଲଥ୍ କନେକ୍ଟ-୨୦୨୬' ।

ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ କିଭଳି ଆସୁଛି ପରିବର୍ତ୍ତନ, ଆଉ କେଉଁ ଦିଗରେ ରହିଛି ସୁଧାରର ଆବଶ୍ୟକତା ? ସ୍ୱାସ୍ଥ୍ୟସେବାକୁ ନେଇ ବଡ଼ ମଞ୍ଚ... ବଡ଼ ଆଲୋଚନା... ଆଉ ଭବିଷ୍ୟତ ପାଇଁ ବଡ଼ ଚିନ୍ତନ । ସ୍ୱାସ୍ଥ୍ୟସେବାର ଏକ ନୂଆ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ଅର୍ଗସ୍ ନ୍ୟୁଜ୍ ପକ୍ଷରୁ ଆୟୋଜିତ ହୋଇଛି ‘ହେଲଥ୍ କନେକ୍ଟ-୨୦୨୬’ ।

ଏଥିସହ ପଢ଼ନ୍ତୁ: 'ଅର୍ଗସ୍ ଓଡ଼ିଶା ହେଲ୍‌ଥ କନେକ୍ଟ ସିଜନ-୫'; ସ୍ଵାସ୍ଥ୍ୟ ସଚେତନତାର ଆବଶ୍ୟକତା ଉପରେ ଫୋକସ୍ 

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । କାର୍ଯ୍ୟକ୍ରମରେ ଅର୍ଗସ୍ ନ୍ୟୁଜର ସିଇଓ ପ୍ରକାଶ ସାହୁ, ସମ୍ପାଦକ ଶିଶିର ଭଟ୍ଟମିଶ୍ର ଓ କାର୍ଯ୍ୟନିର୍ବାହୀ ସମ୍ପାଦକ ଦୁର୍ଗାଶିଷ ପ୍ରମୁଖ ଉପସ୍ଥିତ ଥିଲେ । ଆଲୋଚନାର ମୁଖ୍ୟ କେନ୍ଦ୍ର ଥିଲା - ଓଡ଼ିଶାର ସ୍ୱାସ୍ଥ୍ୟସେବା ଆଜି କେଉଁଠି ଅଛି ଏବଂ ଆଗାମୀ ଦିନରେ ଏହାକୁ କେଉଁ ଉଚ୍ଚତାକୁ ନେବାକୁ ହେବ ।

ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାର କାୟାକଳ୍ପ ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ବିସ୍ତୃତ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ଆୟୁର୍ବେଦିକ ଚିକିତ୍ସାର ବିକାଶ ଏବଂ ରୋଗୀ ସେବାକୁ ଆହୁରି ଗତିଶୀଳ କରିବା ପାଇଁ ୬୦୦ରୁ ଅଧିକ ନୂଆ ଆମ୍ବୁଲାନ୍ସ କିଣାଯାଇଛି । ରାଜ୍ୟରେ ମାଆ ଓ ଶିଶୁ ମୃତ୍ୟୁହାର ମଧ୍ୟ କମିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚିକିତ୍ସା ବ୍ୟବସ୍ଥାରେ କେବଳ ଡାକ୍ତର ନୁହେଁ, ବରଂ ରୋଗୀର ବିଶ୍ୱାସ ମଧ୍ୟ ଅତ୍ୟନ୍ତ ଜରୁରୀ । ଏହି ବିଶ୍ୱାସକୁ ମଜଭୁତ କରିବାରେ ଗଣମାଧ୍ୟମର ଭୂମିକାକୁ ପ୍ରଶଂସା କରି ଅର୍ଗସ୍ ନ୍ୟୁଜ୍‌ର ସାପ୍ତାହିକ ସ୍ୱାସ୍ଥ୍ୟ ଭିତ୍ତିକ କାର୍ଯ୍ୟକ୍ରମ ‘Prescription’କୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

କେବଳ ସରକାରୀ ଯୋଜନା ନୁହେଁ, ବରଂ ସ୍ୱାସ୍ଥ୍ୟସେବାରେ ଡାକ୍ତର, ନର୍ସ ଓ ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କ ଭୂମିକା କେତେ ଗୁରୁତ୍ଵପୂର୍ଣ୍ଣ, ତାହା ମଧ୍ୟ ଆଲୋଚନା ହୋଇଛି । ନୀତି ଆୟୋଗର ଯୁଗ୍ମ ସଚିବ ଡ. କମଳାକାନ୍ତ ତ୍ରିପାଠୀ ସ୍ପଷ୍ଟ ମତ ରଖି କହିଛନ୍ତି ଯେ, ବଡ଼ ବଡ଼ ହସ୍ପିଟାଲ୍ ବିଲ୍ଡିଂ କେବେବି ଶକ୍ତିଶାଳୀ ସ୍ଵାସ୍ଥ୍ୟ ବ୍ୟବସ୍ଥାର ମାପକାଠି ହୋଇପାରିବ ନାହିଁ । ବରଂ ରୋଗୀ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ସ୍ୱାସ୍ଥ୍ୟ ବ୍ୟବସ୍ଥା କେତେ ପ୍ରସ୍ତୁତ, ସେଇଠି ହିଁ ଅସଲ ସଫଳତା ରହିଛି ।

ଓଡ଼ିଶାକୁ ଆନିମିଆ ମୁକ୍ତ କରିବା ସହ ମାନସିକ ସ୍ଵାସ୍ଥ୍ୟ ଉପରେ ଅଧିକ ଗୁରୁତ୍ଵ ଦେବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି । ଅର୍ଥାତ୍, ରୋଗ ହେବା ପରେ ଚିକିତ୍ସା ନୁହେଁ, ବରଂ ରୋଗକୁ ପ୍ରତିରୋଧ କରିବା ଏବଂ ସଚେତନତା ବଢ଼ାଇବା ଉପରେ ସମସ୍ତେ ଗୁରୁତ୍ୱ ଦେଇଛନ୍ତି । ଏଥିସହ ପାରମ୍ପରିକ ଚିକିତ୍ସା ଏବଂ ଆୟୁର୍ବେଦର ଭୂମିକା ନେଇ ଡାବର ଇଣ୍ଡିଆର ଗବେଷଣା ମୁଖ୍ୟ ଡ. ବୈଦ୍ୟନାଥ ମିଶ୍ର ମଧ୍ୟ ନିଜର ମୂଲ୍ୟବାନ ମତାମତ ରଖିଥିଲେ ।

ସ୍ୱାସ୍ଥ୍ୟସେବାର ଏହି ଗୁରୁତ୍ୱପୂର୍ଣ୍ଣ ମଞ୍ଚରେ ସମାଜ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଜର ନିଃସ୍ୱାର୍ଥପର ଅବଦାନ ପାଇଁ ୪ ଜଣ ବିଶେଷ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଛି ।
ଉପେନ୍ଦ୍ରନାଥ ପାତ୍ର (ସୋରଡ଼ା, ଗଞ୍ଜାମ)ଙ୍କୁ 'Traditional Physician Award', ମୀନତି ସାହୁ (ଧାମନଗର, ଆଶାକର୍ମୀ)ଙ୍କୁ 'ସ୍ୱାସ୍ଥ୍ୟ ମିତ୍ର ସମ୍ମାନ', ଡ. ଅନ୍ନଦା ଶଙ୍କର ଦାସ (ଖଡ଼ିଆଳ ମୋବାଇଲ ହେଲଥ୍ ୟୁନିଟ୍)ଙ୍କୁ 'People’s Doctor Award' ଏବଂ ପ୍ରସିଦ୍ଧ ବାତରୋଗ ବିଶେଷଜ୍ଞ ଡା. ବିଦ୍ୟୁତ୍ କୁମାର ଦାସଙ୍କୁ 'Health Legendary Award' ପ୍ରଦାନ କରାଯାଇଛି ।

ଏଥିସହ ପଢ଼ନ୍ତୁ: କ୍ରାଇମବ୍ରାଞ୍ଚ STF ହାତରେ ବଡ଼ ସୁରାକ୍; ପଶ୍ଚିମବଙ୍ଗ ପରେ ବିହାରରେ ରେଡ୍ 

ଆଜି ସ୍ୱାସ୍ଥ୍ୟସେବାର ଚିତ୍ର ବଦଳୁଛି, ହେଲେ ଆଗାମୀ ଦିନର ଚ୍ୟାଲେଞ୍ଜ ମଧ୍ୟ କମ୍ ନୁହେଁ । ଭିତ୍ତିଭୂମିଠାରୁ ଆରମ୍ଭ କରି ମାନବ ସମ୍ବଳ, ଏବଂ ପ୍ରତିଷେଧକ ସ୍ୱାସ୍ଥ୍ୟସେବାଠାରୁ ମାନସିକ ସ୍ୱାସ୍ଥ୍ୟ- ସବୁ ଦିଗକୁ ଏକାଠି କରି ଏକ ଦୃଢ଼ ଓ ସମାବେଶୀ ସ୍ଵାସ୍ଥ୍ୟ ବ୍ୟବସ୍ଥା ଗଢ଼ିବା ହିଁ 'ହେଲ୍‌ଥ କନେକ୍ଟ-୨୦୨୬'ର ସବୁଠୁ ବଡ଼ ବାର୍ତ୍ତା ।