Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Agri Vikas Season 5 / 'କୃଷି କ୍ଷେତ୍ରକୁ ଯୁବବର୍ଗ ଆପଣାଉଛନ୍ତି, ବ୍ୟାପକ କରୁଛି ଷ୍ଟାର୍ଟ ଅପ୍'

Sushanta Sahoo
Browse all articles by Sushanta Sahoo
·2 months ago·2 min read
'କୃଷି କ୍ଷେତ୍ରକୁ ଯୁବବର୍ଗ ଆପଣାଉଛନ୍ତି, ବ୍ୟାପକ କରୁଛି ଷ୍ଟାର୍ଟ ଅପ୍'
Startups Drive Odisha's Agriculture

Key Points

  • ଅର୍ଗସ ନ୍ୟୁଜ କନକ୍ଲେଭ- ଏଗ୍ରି ବିକାଶ ସିଜିନ୍- ୫
  • ଭୁବନେଶ୍ଵରର ଏକ ହୋଟେଲରେ ମାନସମନ୍ଥନ
  • ଓଡ଼ିଶାରେ କୃଷିର ଭବିଷ୍ୟତକୁ ଶକ୍ତି ପ୍ରଦାନ
ଭୁବନେଶ୍ଵର: ଭୁବନେଶ୍ଵରର ଏକ ହୋଟେଲରେ ଆୟୋଜିତ ହୋଇଛି `ଅର୍ଗସ୍‌ ନ୍ୟୁଜ୍‌'ର ଏଗ୍ରି ବିକାଶ ସିଜନ୍‌-୫ । 'ଓଡ଼ିଶାରେ କୃଷିର ଭବିଷ୍ୟତକୁ ଶକ୍ତି ପ୍ରଦାନ' ଥିମ୍ ଉପରେ କନ୍‌କ୍ଲେଭ୍‌ରେ ଆଲୋଚନା ହୋଇଛି । ଚାଷୀ ଭାଇ ଭଉଣୀଙ୍କ ବିକାଶକୁ ଗତି ଦେବାକୁ ହୋଇଛି ମାନସ ମନ୍ଥନ ।

ପ୍ରଦୀପ ପ୍ରଜ୍ଵଳନ ସହ କନ୍‌କ୍ଲେଭ୍ ଉଦ୍‌ଘାଟନ କରିଥିଲେ ବାଚସ୍ପତି ସୁରମା ପାଢ଼ୀ । କୃଷି କ୍ଷେତ୍ରକୁ ନେଇ କନ୍‌କ୍ଲେଭ୍ ଆୟୋଜନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ବାଚସ୍ପତି । ଏଥିସହ କହିଛନ୍ତି, ଏବେ କୃଷି କ୍ଷେତ୍ରରେ ଆମେ ପରିବର୍ତ୍ତନ ଦେଖୁଛେ । କୃଷି କ୍ଷେତ୍ରକୁ ଯୁବବର୍ଗ ମଧ୍ୟ ଆପଣାଉଛନ୍ତି, ଷ୍ଟାର୍ଟ ଅପ୍ ସହ କୃଷି କ୍ଷେତ୍ରକୁ ବ୍ୟାପକ କରୁଛନ୍ତି ।

ଏଥିସହ ପଢ଼ନ୍ତୁ: ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ବଡ଼ ଭେଟି: ୪୧ ଲକ୍ଷ ଚାଷୀଙ୍କୁ ମିଳିଲା ଟଙ୍କା

ଏହା ସହ ବାଚସ୍ପତି ଅନ୍ନଦାତାଙ୍କୁ ଭୂୟସୀ ପ୍ରଶଂସା କରିଥିବାବେଳେ ଅନ୍ନଦାତାମୋନେ ଦେଶର ପ୍ରଗତିରେ ପ୍ରମୁଖ ଭୂମିକା ନେଉଥିବା କହିଛନ୍ତି । ଉଦଘାଟନୀ ସେସନରେ ଯୋଗ ଦେଇଛନ୍ତି, CSIR-NBRI, ଲକ୍ଷ୍ନୌର ନିର୍ଦ୍ଦେଶକ ଡକ୍ଚର ଅଜିତ କୁମାର ସାସାନି ଏବଂ ପଦ୍ମଶ୍ରୀ ଉଦ୍ଧବ ଭରାଲି ।

କନକ୍ଲେଭ୍‌ର ପ୍ରଥମ ଅଧିବେଶନରେ ଭବିଷ୍ୟତ ପାଇଁ ପ୍ରସ୍ତୁତ କୃଷି ଦକ୍ଷତା, ଶିକ୍ଷା ଏବଂ ଜ୍ଞାନ ବ୍ୟବସ୍ଥା' ଚାଷୀ ଏବଂ କୃଷି ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ପାଇଁ ଏକ ଅଭିନବ ପଦକ୍ଷେପ ନେଇ ଆଲୋଚନା ହୋଇଛି ।


ଦ୍ଵିତୀୟ ଅଧିବେଶନରେ ଫାର୍ମ ଟୁ ମାର୍କେଟ: ଏକ ସୁଦୃଢ଼ ଏବଂ ଦକ୍ଷ କୃଷି ଯୋଗାଣ ଶୃଙ୍ଖଳା । ତୃତୀୟ ଅଧିବେଶନରେ ଓଡ଼ିଶାରେ ସମ୍ଭାବନାର ସୁଯୋଗ ଏବଂ ଏହାର ଉପଯୋଗ ପାଇଁ ଆଗାମୀ ପନ୍ଥା ଭଳି ଗୁରୁତ୍ଵପୂର୍ଣ୍ଣ ବିଷୟବସ୍ତୁ ଉପରେ ତିନିଟି ଅଧିବେଶନରେ କୃଷି ଗବେଷଣା ଓ କୃଷକଙ୍କ ଉନ୍ନତି କ୍ଷେତ୍ରରେ କାମ କରୁଥିବା ବିଶିଷ୍ଠ ବ୍ୟକ୍ତିବିଶେଷଙ୍କୁ ନେଇ ହୋଇଥିଲା ମାନସ ମନ୍ଥନ ।

ଏଥିସହ ପଢ଼ନ୍ତୁ: କାଲିଠୁ ୩ ଦିନ ସ୍କୁଲ୍ ସହ ଅଙ୍ଗନୱାଡ଼ି ଓ କଲେଜ ଛୁଟି ଘୋଷଣା; ଅନଲାଇନ୍‌ରେ ହେବ କ୍ଲାସ୍

ସେହିପରି ଉଦଯାପନୀ ଅଧିବେଶନରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ସମବାୟ ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଓ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ MSME ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ରାଜ୍ୟରେ କୃଷି କ୍ଷେତ୍ରର ବିକାଶ ନେଇ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରିଛନ୍ତି ।

୫ ବର୍ଷ ଧରି ପବିତ୍ର ଅକ୍ଷୟ ତୃତୀୟାରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ଏହି କ୍ଷେତ୍ରରେ ନିରନ୍ତର କାମ କରିଆସୁଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନେଇ ଆୟୋଜନ ହୋଇ ଆସୁଛି ଏଗ୍ରି ବିକାଶ କନକ୍ଲେଭ । କାର୍ଯ୍ୟକ୍ରମ ସମ୍ପର୍କରେ ଅର୍ଗସ ନ୍ୟୁଜର CEO ପ୍ରକାଶ ସାହୁ ସୂଚନା ଦେଇଥିବାବେଳେ, ଅତିଥି ପରିଚୟ ଓ ସ୍ବାଗତ ଭାଷଣ ରଖିଥିଲେ ଚିଫ୍ ଏଡିଟର ଶିଶିର ଭଟ୍ଟମିଶ୍ର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Youth and Startups Drive Odisha's Agriculture: Agri Vikas 5 | Argus News | Argus News