Rath Yatra Painting Competition 2026 / ଅର୍ଗସ ରଥଯାତ୍ରା ପେଣ୍ଟିଂ ପ୍ରତିଯୋଗିତା ୨୦୨୬; ବିଜୟିନୀ ହେଲେ ବିଷ୍ଣୁପ୍ରିୟା ମହାପାତ୍ର, ଜିତିଲେ ୧୧,୦୦୦ ପୁରସ୍କାର ରାଶି
·1 hour ago·2 min read

Key Points
ଅର୍ଗସ ରଥଯାତ୍ରା ପେଣ୍ଟିଂ ପ୍ରତିଯୋଗିତା ୨୦୨୬
ଅଂଶଗ୍ରହଣ କରିଥିଲେ ଅଗଣିତ ଛାତ୍ରଛାତ୍ରୀ
ନିଜ ତୂଳିରେ ଆଙ୍କିଥିଲେ ମହାପ୍ରଭୁଙ୍କ ଜୀବନ୍ତ ଚିତ୍ର
ଆଜି ୩ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି
ଅଂଶଗ୍ରହଣ କରିଥିଲେ ଅଗଣିତ ଛାତ୍ରଛାତ୍ରୀ
ନିଜ ତୂଳିରେ ଆଙ୍କିଥିଲେ ମହାପ୍ରଭୁଙ୍କ ଜୀବନ୍ତ ଚିତ୍ର
ଆଜି ୩ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି
ଭୁବନେଶ୍ଵର: ରାଜ୍ୟର କୁନି କୁନି ପିଲାଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ଆହୁରି ପ୍ରୋତ୍ସାହିତ କରିବା ଲାଗି ଅର୍ଗସ ନ୍ୟୁଜ ଓ ସୌରଭ ଟେଷ୍ଟ ପେପର ପକ୍ଷରୁ ଆୟୋଜିତ ହୋଇଥିଲା 'ରଥଯାତ୍ରା ପେଣ୍ଟିଂ ପ୍ରତିଯୋଗିତା ୨୦୨୬' । ତେବେ ଆଜି ଅର୍ଗସ୍ ନ୍ୟୁଜ୍ ଅଫିସ ପରିସରରେ ବିଜେତାଙ୍କ ନାମ ଘୋଷଣା ହୋଇଛି । ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ହଜାର ହଜାର ସଂଖ୍ୟାରେ କୁନି ପ୍ରତିଭା ଅଂଶଗ୍ରହଣ କରିଥିବାବେଳେ ଶ୍ରେଷ୍ଠ-୧୦ ଜଣଙ୍କୁ ଚୟନ କରାଯାଇଥିଲା ଓ ସେମାନଙ୍କ ମଧ୍ୟରୁ ୩ ଜଣ କୃତି ଛାତ୍ରଛାତ୍ରୀଙ୍କୁ ଆଜି ପୁରସ୍କୃତ କରାଯାଇଛି ।
ଚଳିତ ବର୍ଷ ରଥଯାତ୍ରା ଅବସରରେ ଏହି ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରାର ଅବିସ୍ମରଣୀୟ ମୁହୂର୍ତ୍ତ, ଉତ୍ସବର ଉଲ୍ଲାସ ଓ ମହାପ୍ରଭୁଙ୍କ ଅଲୌକିକ ଲୀଳାକୁ ନେଇ କୁନି କୁନି ପିଲାମାନେ ନିଜ ତୂଳିରେ ଅତି ସ୍ପଷ୍ଟ ଓ ସୁନ୍ଦର ଭାବେ ଚିତ୍ର ଆଙ୍କିଥିଲେ । ଏହା ଚିତ୍ର ତ ନୁହେଁ, ସତେ ଯେପରି ମହାପ୍ରଭୁଙ୍କ ଜୀବନ୍ତ ପ୍ରତିମା ଥିଲା । ଚତୁର୍ଥରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏହି ପ୍ରତିଯୋଗିତା ରହିଥିଲା । ପିଲାମାନେ ମହାପ୍ରଭୁଙ୍କୁ ଏମିତି ରଙ୍ଗରେ ସଜାଇଥିଲେ ଯେ ସେଥିରେ ଝଲସିଥିଲା ଓଡ଼ିଆ ସଂସ୍କୃତି ଏବଂ କୋଟି କୋଟି ଓଡିଆଙ୍କ ଭକ୍ତି ।
ପଢନ୍ତୁ ଏହି ଖବର: ବର୍ଷକରେ କଲେଜରେ ହେବ ୭୦୦ ଅଧ୍ୟାପକ ଓ ୧୪୦୦ ପ୍ରଫେସର ନିଯୁକ୍ତି: ଉଚ୍ଚଶିକ୍ଷା ମନ୍ତ୍ରୀ

- ଅଂଶଗ୍ରହଣ କରିଥିଲେ ୨୦୦୦ରୁ ଅଧିକ ଛାତ୍ରଛାତ୍ରୀ
ପଢନ୍ତୁ ଏହି ଖବର: ବର୍ଷକରେ କଲେଜରେ ହେବ ୭୦୦ ଅଧ୍ୟାପକ ଓ ୧୪୦୦ ପ୍ରଫେସର ନିଯୁକ୍ତି: ଉଚ୍ଚଶିକ୍ଷା ମନ୍ତ୍ରୀ
- ୩ ବିଜେତା ପୁରସ୍କୃତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories