Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୩ ଜଣ ଡକାୟତ ଥିବାବେଳେ ୨ ଜଣ ବ୍ୟବସାୟୀ

Odisha

୩ ଜଣ ଡକାୟତ ଥିବାବେଳେ ୨ ଜଣ ବ୍ୟବସାୟୀ

Jitendra Dash
Browse all articles by Jitendra Dash
·2 years ago·1 min read
୩ ଜଣ ଡକାୟତ ଥିବାବେଳେ ୨ ଜଣ ବ୍ୟବସାୟୀ

ଅର୍ଗସ ବ୍ୟୁରୋ : ୫ ଜାଣିଆ ଡକାୟତ ଦଳକୁ ଗିରଫ କଲା କେନ୍ଦ୍ରାପଡା ପୋଲିସ୍ । ଏଥିରେ ୩ ଜଣ ଡକାୟତ ଦଳର ସଦସ୍ୟ ଥିବା ବେଳେ ଦୁଇଜଣ ଚୋରି ସାମଗ୍ରୀ କିଣିଥବା ବ୍ୟବସାୟୀ ରହିଛନ୍ତି । ଏହି ଡକାୟତ ଦଳଠାରୁ ଏକ ପୋଲସର ମଟର ସାଇକେଲ, ସୁନା ଓ ରୂପା ଗହଣା, ନଗଦ ଟଙ୍କା ସମେତ ଏକାଧିକ ମୋବାଇଲ ଫୋନ ଜବତ୍ କରିଛି ପୋଲିସ l 

ଗିରଫ ଡକାୟତ ମାନେ ହେଲେ ରଞ୍ଜନ ଦାସ, ବବିନା ଦାସ, ବାପୁନ ଦାସ । ଚୋରି ସାମଗ୍ରୀ କିଣି ଥିବା ବ୍ୟବସାୟୀ ହେଲେ ରାମଚନ୍ଦ୍ର ସାହୁ ଓ କାର୍ତ୍ତିକ ସାହୁ । ମାର୍ଚ୍ଚ ୧୭ ତାରିଖରେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବଡମୂଳବସନ୍ତ ଗାଁର ଭୀମସେନ୍ ପ୍ରଧାନଙ୍କ ଘରେ ବିଳମ୍ବିତ ରାତ୍ରିରେ ହୋଇଥିବା ଡକାୟତି ଘଟଣାରେ ରାଜନଗର ପୋଲିସ ଲକ୍ଷ୍ମଣ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଲକ୍ଷ୍ମଣ ଠାରୁ ମିଳିଥିବା ସୂଚନା ଆଧାରରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏମାନେ ସମସ୍ତେ କେଳା ସମ୍ପ୍ରଦାୟର । ଦିନରେ ଠାବ କରି ରାତିରେ ଘରେ ପଶି ଡକାୟତି କରିବା ଏମାନଙ୍କ କାମ । ଗିରଫ ରଞ୍ଜନ ଦାସର ଘର ବାଲେଶ୍ବର ଜିଲ୍ଲା ଅବଜୁଣ ଗାଁରେ ବୋଲି ପୋଲିସ୍ କହିଛି l ଗିରଫ ଡକାୟତ ମାନଙ୍କ ନାମରେ କେନ୍ଦ୍ରାପଡା ଜିଲାର ମାର୍ଶାଘାଇ, ରାଜନଗର, ପଟ୍ଟାମୁଣ୍ଡାଇ, ପାଟକୁରା, କୁଦା ନଗରୀ, ଟାଉନ୍ ଥାନା ସମେତ ଜଗତ୍ସିଂହପୁରର ତିର୍ତ୍ତୋଲ ଥାନାରେ ମଧ୍ୟ ମାମଲା ରହିଥିବା କେନ୍ଦ୍ରାପଡା ଏସ୍ପି ସିଦ୍ଧାର୍ଥ କଟାରିଆ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । 

Argus Whatsapp Channel Mobile Top
Sponsored
Arrested Lootera gang | Argus News