Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜେଲ ଗଲେ ସଂଯୁକ୍ତା ମହଲା

Jitendra Dash
Browse all articles by Jitendra Dash
·2 years ago
ଜେଲ ଗଲେ ସଂଯୁକ୍ତା ମହଲା

ଅର୍ଗସ ବ୍ୟୁରୋ : ଜେଲକୁ ଗଲେ ସଂଯୁକ୍ତା ମହଲା । ଆଜି ସଂଯୁକ୍ତା ମହଲାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲସରା ପୋଲିସ। ଶ୍ରୀକାନ୍ତଙ୍କ ସ୍ତ୍ରୀଙ୍କ ଏତଲାକୁ ଆଧାର କରି ସଂଯୁକ୍ତାଙ୍କୁ ଗିରଫ କରାଯାଇଛି । ତେବେ ଆଜି ଶ୍ରୀକାନ୍ତ ସାହୁଙ୍କ ହତିଓଟ ବାସଭବନରେ ସଂଯୁକ୍ତା ମହଲା ଅଚାନକ ପଶିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପୂର୍ବରୁ ସ୍ତ୍ରୀର ସମ୍ମାନ ନମିଳିଲେ ଶ୍ରୀକାନ୍ତଙ୍କ ବାସଭବନ ଆଗରେ ବସିବା ପାଇଁ ଧମକ ଦେଇଥିଲେ ସଂଯୁକ୍ତା । ଦୀର୍ଘ ସମୟ ପର୍ଯ୍ୟନ୍ତ ଶ୍ରୀକାନ୍ତଙ୍କ ଘରେ ରହିଥିଲେ ସଂଯୁକ୍ତା । ପରେ ସଂଯୁକ୍ତା ମହଲାଙ୍କୁ ପୋଲିସ ଉଠାଇନେଇଥିଲା । ପରେ ଗିରଫ କରିବା ସହ ପୋଲସରା ମେଡିକାଲରେ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବାପରେ ପୋଲସରା ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରିବା ପରେ କୋଦଳା ଜେଲକୁ ପଠାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
arrested sanjukta mahala | Argus News