Sea Erosion / ସମୁଦ୍ର ଗର୍ଭକୁ ଚାଲି ଯାଉଛି ଜନବସତି; ଅନ୍ୟତ୍ର ସ୍ଥାନାନ୍ତର ପାଇଁ RDCଙ୍କୁ ଗ୍ରାମବାସୀଙ୍କ ସହମତି
·1 hour ago·2 min read

Key Points
ସମୁଦ୍ରର କରାଳ ରୂପକୁ ଦେଖି ଜରୁରୀକାଳୀନ ଭାବେ ସୁରକ୍ଷା ପାଇଁ ଆରମ୍ଭ ହୋଇଛି ପଥର ପ୍ୟାକିଂ । ଅନ୍ୟପଟେ ପୂରା ପଞ୍ଚାୟତକୁ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ RDCଙ୍କ ଉପସ୍ଥିତରେ ସହମତ ଦେଇଛନ୍ତି ଗ୍ରାମବାସୀ ।
ବ୍ରହ୍ମପୁର: ରାତି ପାହିଲା ବେଳକୁ ଗୋଟିଏ ପରେ ଗୋଟିଏ ଜନବସତି ଚାଲିଯାଉଛି ସମୁଦ୍ର ଗର୍ଭକୁ । ଗଞ୍ଜାମ ଆର୍ଯ୍ୟପଲ୍ଲୀ ଅଞ୍ଚଳ ସମୁଦ୍ରରେ ଲୀନ ହେବାକୁ ବସିଥିବା ବେଳେ ପ୍ରଶାସନ ନେଇଛି ବଡ଼ ନିଷ୍ପତ୍ତି । ସମୁଦ୍ରର କରାଳ ରୂପକୁ ଦେଖି ଜରୁରୀକାଳୀନ ଭାବେ ସୁରକ୍ଷା ପାଇଁ ଆରମ୍ଭ ହୋଇଛି ପଥର ପ୍ୟାକିଂ । ଅନ୍ୟପଟେ ପୂରା ପଞ୍ଚାୟତକୁ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ RDCଙ୍କ ଉପସ୍ଥିତରେ ସହମତ ଦେଇଛନ୍ତି ଗ୍ରାମବାସୀ ।
ସମୁଦ୍ର ଆଁରେ କଲବଲ ଗଞ୍ଜାମ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ! ଦୁଇ କିଲୋମିଟର ଦୂରରେ ଥିବା ସମୁଦ୍ର ଏବେ ଗାଁ ମୁହଁରେ ପିଟି ହେଉଛି । ଯାହାକୁ ନେଇ ଆର୍ଯ୍ୟପଲ୍ଲୀ ବାସୀ ରାତି ଛାଡ଼ନ୍ତୁ ଦିନରେ ବି ଶାନ୍ତିରେ ରହିପାରୁ ନାହାନ୍ତି । କିଛି ଦିନର ପ୍ରତିକାର ପାଇଁ ସମୁଦ୍ର କୂଳରେ ଆରମ୍ଭ ହୋଇଛି ପଥର ପ୍ୟାକିଂ ।
ଏଥିସହ ପଢ଼ନ୍ତୁ: ପୁଣି କୂଳ ଲଙ୍ଘିଲା ସମୁଦ୍ର, ଘରେ ପଶିବ ସମୁଦ୍ରପାଣି, ଲୋକେ ଭୟଭୀତ
ବାରମ୍ବାର ଆର୍ଯ୍ୟପଲ୍ଲୀରେ ସମୁଦ୍ର କୂଳ ଲଂଘିବା ସହ ଜନବସତି ଆଡ଼କୁ ମାଡ଼ି ଆସୁଛି । ସମୁଦ୍ର କୂଳ ଖାଇବା ଯୋଗୁଁ ଗାଁ ରାସ୍ତା, ମନ୍ଦିର ଓ ମଶାଣି ଆଦି ସମୁଦ୍ର ଗର୍ଭକୁ ଧିରେ ଧିରେ ଚାଲି ଗଲାଣି । ଯାହାକୁ ନେଇ ୪ ଖଣ୍ଡ ଗ୍ରାମବାସୀ ଆନ୍ଦୋଳନ କରିବା ପରେ ଦକ୍ଷିଣାଞ୍ଚଳ RDC, ଜିଲ୍ଲାପାଳ ହସ୍ତକ୍ଷେପ କରିଛନ୍ତି । ମେସିନ୍ ଦ୍ୱାରା ପଥର ପ୍ୟାକିଂ କାମ ଆରମ୍ଭ ହୋଇଛି ।
ସମୁଦ୍ର ଜନବସତି ଆଡ଼କୁ ମାଡ଼ି ଆସୁଥିବାରୁ ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି । ସମ୍ପୂର୍ଣ୍ଣ ଆର୍ଯ୍ୟପଲ୍ଲୀ ପଞ୍ଚାୟତକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ RPDC କମିଟି ନୂତନ ଭାବେ ଗଠନ କରାଯିବ। ଆବାସ ସହ ଅତ୍ୟାବଶ୍ୟକ ସୁବିଧା ମିଳିବ । ଏଥିପାଇଁ ଆରମ୍ଭ ହୋଇଛି ପକ୍ରିୟା । ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁର ଗାଁ କମିଟିକୁ ଡାକି ଜରୁରୀ ବୈଠକ କରିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ।
୨୦୧୮ରେ ଆର୍ଯ୍ୟପଲ୍ଲୀ ଅଞ୍ଚଳକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ IREL କମ୍ପାନୀ ସହ ଚୁକ୍ତି ହୋଇଥିଲା । କିନ୍ତୁ ଚୁକ୍ତି ଅନୁସାରେ କାର୍ଯ୍ୟ ଆଗକୁ ବଢ଼ି ନଥିଲା । ଏବେ ପୁଣି ଥରେ IREL ସହ ବୈଠକ ହୋଇଛି । ଆଗକୁ ସମଗ୍ର ଆର୍ଯ୍ଯପଲ୍ଲୀ ପଞ୍ଚାୟତକୁ ସ୍ଥାନାନ୍ତର କରାଯିବା ନେଇ ଗ୍ରାମବାସୀ ମଧ୍ୟ ସହମ୍ମତି ଜଣାଇଛନ୍ତି ।
ଏଥିସହ ପଢ଼ନ୍ତୁ: ସମୁଦ୍ର ଆଁରେ ଲୀନ ହେବ ଗାଁ ! ବିପଦରେ ଗ୍ରାମବାସୀ
ସେପଟେ ଛତ୍ରପୁରର ପୋଡମପେଟାରେ ଗୋଟିଏ ପରେ ଗୋଟିଏ ଘର ଗିଳୁଛି ସମୁଦ୍ର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକର ପୋଡମପେଟା ଗାଁରେ । କିଛି ଦିନ ପୂର୍ବରୁ ଗାଁର ୧୦ରୁ ଅଧିକ ଘର ସମୁଦ୍ରରେ ମିଶିଯାଇଥିଲା । ଗତ କିଛିଦିନ ତଳେ ଘର ଭାଙ୍ଗିରୁଜି ସମୁଦ୍ର ଗର୍ଭକୁ ଚାଲିଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories