Ganjam Flood / ବନ୍ୟାରେ ଛାରଖାର ଆସିକା ପ୍ରଶାସନିକ ବ୍ୟବସ୍ଥା; ହଜାରେରୁ ଊର୍ଦ୍ଧ୍ୱ କମ୍ପ୍ୟୁଟର ଅଚଳ, ଖରାରେ ଶୁଖୁଛି ଫାଇଲ୍
·46 mins ago·2 min read

Key Points
- ୪ ଫୁଟ୍ ବନ୍ୟା ଜଳରେ ବତୁରି ଗଲା ସରକାରୀ ରେକର୍ଡ
- ଅଚଳ ହୋଇଗଲା ହଜାରେରୁ ଊର୍ଦ୍ଧ୍ୱ କମ୍ପ୍ୟୁଟର
- ସଫେଇ ପରେ ଖରାରେ ଶୁଖୁଛି ଫାଇଲ୍ ଓ କାଗଜପତ୍ର
ଆସିକା (ଗଞ୍ଜାମ): ବନ୍ୟା ଧୋଇନେଲା ବର୍ଷକର ସୋରିଷ-ଧାନ ଫସଲ । ଖାଲି ଚାଷବାସ ନୁହେଁ, ପାଣିରେ ଧୋଇଗଲା ବର୍ଷ ବର୍ଷର ସରକାରୀ ରେକର୍ଡ ପତ୍ର । ପ୍ରଳୟଙ୍କରୀ ବନ୍ୟା ପାଣି ପଶି ଅଚଳ ହୋଇଯାଇଛି ହଜାରେରୁ ଊର୍ଦ୍ଧ୍ୱ କମ୍ପ୍ୟୁଟର, ଆଉ ନଷ୍ଟ ହୋଇଯାଇଛି ପ୍ରଶାସନିକ କାର୍ଯ୍ୟାଳୟଗୁଡ଼ିକର କୋଟି କୋଟି ଟଙ୍କାର ଆସବାବପତ୍ର ।
କୋଠା ଅଛି ସତ, ହେଲେ ଭିତରେ କାମ କରିବାକୁ ଚେୟାର-ଟେବୁଲ୍ ନାହିଁ । ଫଳରେ ଏବେ ଖୋଲା ଆକାଶ ତଳେ, ପଲିଥିନ୍ ଟାଣି ଚାଲିଛି ସରକାରୀ କାର୍ଯ୍ୟ ।
ବନ୍ୟା ପାଣିରେ ସମ୍ପୂର୍ଣ୍ଣ ଧୋଇଗଲା ଆସିକା । ବନ୍ୟା ମାଡ଼ରେ ସମ୍ପୂର୍ଣ୍ଣ ଆସିକା ଅଞ୍ଚଳ ଏବେ ଛାରଖାର ହୋଇପଡ଼ିଛି । କେବଳ ଘରଦ୍ୱାର, ଚାଷବାସ କିମ୍ବା ରାସ୍ତାଘାଟ ନୁହେଁ । ବନ୍ୟାର କରାଳ ଗ୍ରାସରୁ ବାଦ୍ ପଡ଼ିନାହାନ୍ତି ସରକାରୀ କାର୍ଯ୍ୟାଳୟ । ଆସିକା ତହସିଲ୍ କାର୍ଯ୍ୟାଳୟ, ବ୍ଲକ୍ କାର୍ଯ୍ୟାଳୟ, ସିଡିପିଓ କାର୍ଯ୍ୟାଳୟ, ଥାନା ଏବଂ କୃଷି କାର୍ଯ୍ୟାଳୟ ଭିତରେ ପଶି ଥିଲା ପ୍ରାୟ ୪ ଫୁଟର ଉଚ୍ଚ ବନ୍ୟା ଜଳ ।
ଏଥିସହ ପଢ଼ନ୍ତୁ: ଗିଡିପାବାଲିରେ ଉଦ୍ଧାର କାର୍ଯ୍ୟ ଜାରି: ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର, ମୋଟ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଘଣ୍ଟା ଘଣ୍ଟା ଧରି ୪ ଫୁଟ୍ର ବନ୍ୟା ପାଣିରେ ବୁଡ଼ି ରହିଥିଲା ସମସ୍ତ ସରକାରୀ କାର୍ଯ୍ୟାଳୟ । ଫଳରେ ଗୁରୁତ୍ଵପୂର୍ଣ୍ଣ ସରକାରୀ ରେକର୍ଡପତ୍ର ସହ ୧୦୦୦ରୁ ଅଧିକ କମ୍ପ୍ୟୁଟର ଉପକରଣ ଓ ଆସବାବପତ୍ର ଭାସି ଯାଇଛି, ତ ଆଉ କେତେକ ପଙ୍କ-କାଦୁଅରେ ପୋତି ହୋଇଯାଇଛି । ଏବେ ବନ୍ୟା ପାଣି ଛାଡ଼ିବା ପରେ ସରକାରୀ କାର୍ଯ୍ୟାଳୟ ସଫା କରାଯାଉଛି । ପାଣିରେ ଭିଜି ନଷ୍ଟ ହୋଇଥିବା ସରକାରୀ କାଗଜପତ୍ର, ଫାଇଲ୍ ଏବଂ ଚେୟାର-ଟେବୁଲକୁ ଖରାରେ ଶୁଖାଉଛନ୍ତି କର୍ମଚାରୀ ।
ସେପଟେ ଗ୍ରାଉଣ୍ଡ ଜିରୋରେ ଆରମ୍ଭ ହୋଇଛି କ୍ଷୟକ୍ଷତିର ମାପଚୁପ୍ । ଗାଁ ଗାଁ ବୁଲି କ୍ଷେତ୍ର ପରିଦର୍ଶନ କରୁଛନ୍ତି ମିଳିତ ତଦନ୍ତକାରୀ ଅଧିକାରୀ । ଉଜୁଡ଼ି ଯାଇଥିବା ଫସଲର କ୍ଷୟକ୍ଷତି ଆକଳନ କରିବା ସହ ସିଧାସଳଖ ଚାଷୀଙ୍କଠାରୁ ଆବେଦନ ଫର୍ମ, ଜମି ରେକର୍ଡ, ଆଧାର କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ କପି ସଂଗ୍ରହ କରାଯାଉଛି ।
ଏହି ଚାଷ କ୍ଷୟକ୍ଷତି ତଦନ୍ତ ଟିମ୍ରେ ରାଜସ୍ୱ ବିଭାଗ, କୃଷି ବିଭାଗ ଏବଂ ଉଦ୍ୟାନ କୃଷି ବିଭାଗର ଅଧିକାରୀମାନେ ସାମିଲ ଅଛନ୍ତି । ଅନୁସନ୍ଧାନ ପ୍ରକ୍ରିୟାକୁ ଚାଷୀମାନେ ସହଯୋଗ କଲେ ଖୁବ୍ଶୀଘ୍ର ତଦନ୍ତ ଶେଷ ହେବ ଏବଂ ସରକାରଙ୍କ କ୍ଷୟକ୍ଷତି ସହାୟତା ରାଶି ତୁରନ୍ତ ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ଜିଲ୍ଲା ଅତିରିକ୍ତ କୃଷି ଅଧିକାରୀ ସୂଚନା ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ଗଞ୍ଜାମକୁ ସମସ୍ତ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି
ବନ୍ୟାଜଳ ଛାଡ଼ିବା ପରେ ଆସିକାରେ ଏବେ ସାମ୍ନାକୁ ଆସୁଛି ଦୁର୍ଦ୍ଦଶାର କରୁଣ ଚିତ୍ର । ନିଜ ଘରଦ୍ୱାର ଭାଙ୍ଗିଯାଇଥିଲେ ବି ଆସିକାର ସରକାରୀ ଅଧିକାରୀମାନେ ପଲିଥିନ୍ ପକାଇ ରାସ୍ତା କଡ଼ରେ ଅଫିସ୍ କାମ କରୁଛନ୍ତି । ରାତିଦିନ ଏକ କରି ବନ୍ୟା ବିପନ୍ନଙ୍କ ପାଖରେ ରିଲିଫ୍ ଓ ସହାୟତା ପହଞ୍ଚାଇବାରେ ନିୟୋଜିତ ଅଛନ୍ତି ପ୍ରଶାସନିକ କର୍ମଚାରୀ ।