Videos
|
Odisha

Aska Electricity Supply / ବନ୍ୟା ପରେ ପୁଣି ଆଲୋକିତ ହେଲା ଆସିକା; ସହରରରେ ବିଦ୍ୟୁତ୍ ସରବରାହ ସ୍ୱାଭାବିକ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ବନ୍ୟା ପରେ ପୁଣି ଆଲୋକିତ ହେଲା ଆସିକା; ସହରରରେ ବିଦ୍ୟୁତ୍ ସରବରାହ ସ୍ୱାଭାବିକ
Aska electricity supply

Key Points

ବନ୍ୟା ପରେ ଆସିକାରେ ବିଦ୍ୟୁତ୍ ସରବରାହ ସ୍ୱାଭାବିକ
ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ୍ ପୁନରୁଦ୍ଧାର କାର୍ଯ୍ୟ ଜାରି
ପ୍ରାୟ ୬,୫୦୦ କର୍ମଚାରୀ ନିୟୋଜିତ ଅଛନ୍ତି
ଭୁବନେଶ୍ୱର/ବ୍ରହ୍ମପୁର: ବାତ୍ୟା 'ଅର୍ଣ୍ଣବ' ଏବଂ ପରବର୍ତ୍ତୀ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଗମ୍ଭୀର ବନ୍ୟା ପରିସ୍ଥିତି ପରେ ଗଞ୍ଜାମ ଜିଲ୍ଲାର ଆସିକା ସହରାଞ୍ଚଳରେ ବିଦ୍ୟୁତ୍ ସରବରାହ ପୁନଃସ୍ଥାପିତ ହୋଇଛି । ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ କ୍ଷତିଗ୍ରସ୍ତ ବିଦ୍ୟୁତ୍ ଭିତ୍ତିଭୂମିର ମରାମତି କରି ବିଦ୍ୟୁତ୍ ବିତରଣ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ପୁନରୁଦ୍ଧାର ଟିମ୍ ଅବିରତ କାର୍ଯ୍ୟ କରିଛନ୍ତି ।

ଆସିକାରେ ବ୍ୟାପକ ଜଳବନ୍ଦୀ ସମସ୍ୟା ଦେଖାଦେଇଥିଲା, ଯାହାଫଳରେ ଅନେକ ଆବାସିକ ଅଞ୍ଚଳ, ବଜାର ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ପ୍ରଭାବିତ ହୋଇଥିଲା । ବନ୍ୟା ଜଳ, କାଦୁଅ ଓ ଆବର୍ଜନା ଜମି ରହିବା ସହ ବିଦ୍ୟୁତ୍ ଭିତ୍ତିଭୂମିର କ୍ଷତି ପୁନରୁଦ୍ଧାର ଟିମ୍ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଥିଲା । ସମସ୍ତ ସୁରକ୍ଷା ନିୟମ ପାଳନ କରି ମରାମତି ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗ ପକ୍ଷରୁ ଆବଶ୍ୟକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା ।

  • TPSODLର ୬,୫୦୦ କର୍ମଚାରୀ ନିୟୋଜିତ
ନିଜର ୮ଟି ଜିଲ୍ଲା ସେବା ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ଟିପିଏସଓଡିଏଲ୍ ପକ୍ଷରୁ ଦକ୍ଷିଣ ଓଡ଼ିଶାରେ ପ୍ରାୟ ୬,୫୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏହି କାର୍ଯ୍ୟବଳରେ ବରିଷ୍ଠ ଅଧିକାରୀ, ଯନ୍ତ୍ରୀ, ଅନ୍ୟାନ୍ୟ କର୍ମଚାରୀ ଏବଂ କୁଶଳୀ ଓ ଅଣକୁଶଳୀ ପ୍ରକଳ୍ପ କର୍ମଚାରୀ ସାମିଲ ଅଛନ୍ତି । ଏହି ପୁନରୁଦ୍ଧାର କାର୍ଯ୍ୟ ପ୍ରାୟ ୪୦୦ଟି ଯାନବାହନ, ୬ଟି ମୋବାଇଲ୍ ଡିଷ୍ଟ୍ରିବ୍ୟୁସନ୍ ସବ୍‌ଷ୍ଟେସନ୍ ଏବଂ ୧୬ଟି ଟ୍ରାଞ୍ଜିଟ୍ ଷ୍ଟୋର୍ ଦ୍ୱାରା ପରିଚାଳିତ ହେଉଛି, ଯାହା ପ୍ରଭାବିତ ଅଞ୍ଚଳଗୁଡ଼ିକୁ କର୍ମଚାରୀ, ଉପକରଣ ଏବଂ ସାମଗ୍ରୀ ପହଞ୍ଚାଇବା ନିଶ୍ଚିତ କରୁଛି । କ୍ଷୟକ୍ଷତିର ଆକଳନ, ଭିତ୍ତିଭୂମି ମରାମତି ଏବଂ ପର୍ଯ୍ୟାୟକ୍ରମେ ବିଦ୍ୟୁତ୍ ସରବରାହ ସ୍ୱାଭାବିକ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ଡିଭିଜନ୍‌ରେ ନିରନ୍ତର କାର୍ଯ୍ୟରତ ଅଛନ୍ତି ।

ପଢନ୍ତୁ ଏହି ଖବର: ‘ନବୀନ କେଉଁଠି?’ ହିଞ୍ଜିଳିରେ ଲାଗିଲା ପୋଷ୍ଟର, ସ୍ଥାନୀୟ ବିଧାୟକଙ୍କୁ ଖୋଜୁଛନ୍ତି ଲୋକେ

  • ଆସିକାରେ ଜମିଛି କୁଢ କୁଢ ଅଳିଆ
ବାତ୍ୟା ଅର୍ଣ୍ଣବ ପରେ ଆସିକାର ପରିସ୍ଥିତି ଜଟିଳ ହେବାରେ ଲାଗିଛି । ପାଞ୍ଚ ଦିନ ପରେ ମଧ୍ୟ ଆସିକାରୁ ସଫା ହୋଇ ପାରୁନି ଅଳିଆ ଆବର୍ଜନା । ଦୁର୍ଗନ୍ଧରେ ଫାଟି ପଡୁଛି ନାକ । ଲୋକେ ଘରୁ ବାହାରକୁ ବାହାରିବା ପାଇଁ ଅସହ୍ୟ ହୋଇପଡୁଛି । ଆସିକାର ଗଳି କନ୍ଦିରେ ଏବେବି ଆବର୍ଜନା ପଡ଼ି ରହିଥିବା ବେଳେ ସେଗୁଡିକୁ ସଫା କରିବା ଓ ବ୍ଲିଚିଙ୍ଗ ପାଉଡର ପକେଇବାରେ ବିଫଳ ହୋଇଛି ଆସିକା ପୌରାଂଚଳ । ଆଗକୁ ଆଉ ଗୋଟିଏ ବାତ୍ୟା ଆସୁଥିବା ବେଳେ ଲୋକ ମାନଙ୍କୁ ରୋଗ ସଂକ୍ରମଣର ଭୟ ଘାରିଛି । ଏଭଳି ସ୍ଥିତି ରହିଲେ ଆସିକାରେ ହଇଜା ସଂକ୍ରମଣ ଆଶଙ୍କା ମଧ୍ୟ ରହିଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: