Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Assembly Session Midnight / ଅଧରାତି ଯାଏ ଚାଲିଲା ବିଧାନସଭା, ପାରିତ ହେଲା ସରକାରୀ ବିଶ୍ୱବିଦ୍ୟାଳୟ ଶିକ୍ଷକ ନିଯୁକ୍ତି ବିଲ୍

Santosh Kumar Sahoo
Browse all articles by Santosh Kumar Sahoo
·3 months ago·2 min read
ଅଧରାତି ଯାଏ ଚାଲିଲା ବିଧାନସଭା, ପାରିତ ହେଲା ସରକାରୀ ବିଶ୍ୱବିଦ୍ୟାଳୟ ଶିକ୍ଷକ ନିଯୁକ୍ତି ବିଲ୍
Assembly session

Key Points

ହଟ୍ଟଗୋଳରେ ଆରମ୍ଭ ମଧ୍ୟ ରାତ୍ରୀରେ ଶେଷ
ଅଧରାତି ଯାଏ ବିଧାନସଭାରେ ଚାଲିଲା ସରଗରମ ଆଲୋଚନା
ପାରିତ ହେଲା ସରକାରୀ ବିଶ୍ୱବିଦ୍ୟାଳୟ ଶିକ୍ଷକ ନିଯୁକ୍ତି ବିଲ୍

ହଟ୍ଟଗୋଳରେ ଆରମ୍ଭ ହୋଇଥିବା ବିଧାନସଭା କାର୍ଯ୍ୟ ଶେଷ ହୋଇଛି ଅଧରାତିରେ । ଗତକାଲି ରାତି ପ୍ରାୟ ୧୨ଟା ୩୯ ପର୍ଯ୍ୟନ୍ତ ଚାଲିଥିଲା ସରଗରମ ଆଲୋଚନା । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଓ ଶାସକ ଦଳର ଯୁକ୍ତି ଭିତରେ ଗୃହରେ ପାରିତ ହୋଇଛି ‘ସରକାରୀ ବିଶ୍ୱବିଦ୍ୟାଳୟ ଶିକ୍ଷକ ନିଯୁକ୍ତି ବିଲ୍-୨୦୨୬’ । ବାଦ ବିବାଦ ଭିତରେ ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବୃଦ୍ଧି ବିଲ୍‌କୁ ମଧ୍ୟ ସରକାର ପ୍ରତ୍ୟାହାର କରି ନେଇଛନ୍ତି । ଅନ୍ୟପଟେ ନିର୍ଦ୍ଧାରିତ ସମୟ ପୂର୍ବରୁ ଗୃହକୁ ବନ୍ଦ କରିବା ନେଇ ଶାସକ ବିଜେପି ଏବଂ ବିରୋଧୀ ବିଜେଡି-କଂଗ୍ରେସ ମଧ୍ୟରେ ତୀବ୍ର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।

୪ ଘଣ୍ଟାର ସରଗରମ ଆଲୋଚନା । ତର୍କ କରୁଥାନ୍ତି ବିରୋଧୀ । ଉତ୍ତର ରଖୁଥାନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ମଙ୍ଗଳବାର ରାତି ୧୨.୩୯ ପର୍ଯ୍ୟନ୍ତ ବିଧାନସଭା ଚାଲିଥିବା ବେଳେ ଶିକ୍ଷକ କ୍ୟାଡରରେ ସଂରକ୍ଷଣ ବିଧେୟକ ୨୦୨୬ ବିଲ୍‌ ଉପରେ ଏଭଳି ଆଲୋଚନା ଦେଖିବାକୁ ମିଳିଥିଲା । ତେବେ ବିରୋଧୀଙ୍କ ବିରୋଧ ସତ୍ତ୍ବେ ଶାସକ ଦଳ ବିଧାୟକଙ୍କ ସମର୍ଥନ ଯୋଗୁଁ ଗୃହରେ ପାରିତ ହୋଇଛି ଏହି ବିଲ୍‌ । ଏହା ସହ ବିଧାୟକ, ମନ୍ତ୍ରୀ, ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା, ଭତ୍ତା ଓ ପେନସନ୍‌ ସଂଶୋଧନ ବିଲ୍ ୨୦୨୫ ବି ପ୍ରତ୍ୟାହାର ହୋଇଛି । ଯାହାକୁ ସ୍ୱାଗତ କରିଛନ୍ତି ୩ ରାଜନୈତିକ ଦଳ ।

ଅଧିକ ପଢ଼ନ୍ତୁ: ଜିଲ୍ଲା ଯୋଜନା ବୋର୍ଡ ଗଠନ କଲେ ସରକାର, ୪ ମନ୍ତ୍ରୀ ଓ ୨୬ ବିଧାୟକ ହେଲେ ଅଧ୍ୟକ୍ଷ


ଫେବ୍ରୁଆରୀ ୧୭ରୁ ଆରମ୍ଭ ହୋଇଥିଲା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ । ଚାଷୀ ପ୍ରସଙ୍ଗ ଉଠାଇ ପ୍ରଥମ ଦିନରୁ ଗୃହକୁ ଅଚଳ କରିଥିଲେ ବିରୋଧୀ ବିଜେଡି ଓ କଂଗ୍ରେସ । ଧୋଇ ହୋଇଯାଇଥିଲା ପ୍ରଶ୍ନକାଳ ଓ ଶୂନ୍ୟକାଳ । ରାଜ୍ୟସଭା ନିର୍ବାଚନ ପରେ ମାର୍ଚ୍ଚ ୧୭ରୁ ଏସସିବି ଅଗ୍ନିକାଣ୍ଡ ପ୍ରସଙ୍ଗ ନେଇ ପୁଣି ଗୃହକୁ ଅଚଳ କରିଥିଲେ ବିରୋଧୀ । ଏପ୍ରିଲ ୮ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବା ପାଇଁ ତାରିଖ ଧାର୍ଯ୍ୟ ଥିବା ବେଳେ ଏହା ପୂର୍ବରୁ ବିଧାନସଭା ବନ୍ଦ ପାଇଁ ସରକାରଙ୍କୁ ସମାଲୋଚନା କରିଛି ବିଜେଡି । କଂଗ୍ରେସ ବି ବିଜେଡି ସ୍ୱରରେ ସ୍ୱର ମିଳାଇଥିବା ବେଳେ ବିଜେପି ଏହାର ଜବାବ ରଖିଛି ।

ଚଳିତ ଅଧିବେଶନରେ ଅଧିକାଂଶ ଦିନ ବିରୋଧୀଙ୍କ ହୋ ହାଲ୍ଲାରେ ଗୃହ କାର୍ଯ୍ୟ ଧୋଇ ହୋଇଯାଇଥିବା ବେଳେ ଗୃହରେ ବିଜେଡି-କଂଗ୍ରେସ ଏକ ହେବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହା ଆଗକୁ ସରକାର ବିରୋଧରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି କରୁଛି ନା ନିଜ ଦଳକୁ ଭାଙ୍ଗୁଛି ତାହା ଦେଖିବାକୁ ଅପେକ୍ଷା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Late Night Assembly Passes University Teacher Recruitment Bill 2026 | Argus News