Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାତିରେ ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଲେ ବୟସ୍କ ବ୍ୟକ୍ତି

Odisha

ରାତିରେ ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଲେ ବୟସ୍କ ବ୍ୟକ୍ତି

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ରାତିରେ ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଲେ ବୟସ୍କ ବ୍ୟକ୍ତି

 ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିର ସୁରକ୍ଷା ଉପରେ ସୃଷ୍ଟି ହେଲା ବଡ଼ ପ୍ରଶ୍ନ। ସୁରକ୍ଷା ବଳୟ ଭେଦକରି ଜଣେ ବ୍ୟକ୍ତି ଗତକାଲି ରାତିରେ ଶ୍ରୀମନ୍ଦିର ଦଧିନଉତି ଉପରେ ଚଢିଯାଇ ଦୀର୍ଘସମୟ ରହିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କର୍ତ୍ତବ୍ୟରତ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଛତ୍ରପୁର ଅଞ୍ଚଳର ବଳରାମ ମହାରଣା ପଶ୍ଚିମଦ୍ବାର ପଟେ ପ୍ରବେଶ କରି ଶ୍ରୀମନ୍ଦିର ଉପରେ ଚଢିଯାଇଥିଲେ। ଶ୍ରୀମନ୍ଦିର ଭିତରେ ଓ ବାହାରେ ଶହଶହ ପୋଲିସ ମୁତୟନ ଥିବାବେଳେ କେହି କିପରି ଜାଣିପାରିଲେ ନାହିଁ ସେନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତକାଲି ରାତି 10ଟା ସମୟରେ ଛତ୍ରପୁରର ବଳରାମ ମହାରଣା ଶ୍ରୀମନ୍ଦିର ଉପରେ ଚଢିଯିବାରୁ ଉପସ୍ଥିତ ସେବାୟତ ଓ ସୁରକ୍ଷାକର୍ମୀ ତାଙ୍କୁ ତଳକୁ ଆସିବାକୁ ଅନୁରୋଧ କରିବା ସତ୍ତ୍ୱେ ମଧ୍ୟ ସେ ଓହ୍ଲାଇ ନଥିଲେ।

ଅଧିକ ପଢନ୍ତୁ ଓଡିଶା ଖବର

ଅଗ୍ନିଶମ ବିଭାଗ କର୍ମୀ ଓ ଚୁନେରା ସେବାୟତ ମଧ୍ୟ ତାଙ୍କୁ ଉଦ୍ଧାର କରିବାକୁ ଯିବା ସମୟରେ ସେ ତଳକୁ ଓହ୍ଲାଇ ଥିଲେ। ତାଙ୍କୁ କାବୁ କରାଯାଇ ପ୍ରଥମେ ଶ୍ରୀମନ୍ଦିର ଗାରଦ ଓ ପରେ ସିଂହଦ୍ଵାର ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ତେବେ ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି। କାହିଁକି ବ୍ୟକ୍ତି ଶ୍ରୀମନ୍ଦିର ଉପରକୁ ଚଢିଲେ ସେନେଇ ତାଙ୍କୁ ପଚରାଉଚରା କରାଯାଉଥିବା ବେଳେ ସୁରକ୍ଷା କର୍ମୀଙ୍କ ଅବହେଳା ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ଏସପି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
At night, an old man climbed up to the top of the puri temple | Argus News