Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚରମ ସୀମାରେ ଆଠମଲ୍ଲିକ ବିଜେଡ଼ିର ଗୋଷ୍ଠୀ ବିବାଦ

Jitendra Dash
Browse all articles by Jitendra Dash
·2 years ago·2 min read
ଚରମ ସୀମାରେ ଆଠମଲ୍ଲିକ ବିଜେଡ଼ିର ଗୋଷ୍ଠୀ ବିବାଦ

ଅର୍ଗସ ବ୍ୟୁରୋ : ୨୪ ନିର୍ବାଚନ ପାଖେଇ ଆସିବା ସହ ରାଜ୍ୟବ୍ୟାପୀ ଚଢିବାରେ ଲାଗିଛି ରାଜନୈତିକ ପାରା । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆରମ୍ଭ ହୋଇ ଯାଇଛି ଟିକେଟ୍ ରେସ୍ । ଶାସକ ବିଜେଡିରେ ଟିକେଟ୍ ଆଶାୟୀଙ୍କ ମଧ୍ୟରେ ଚାଲିଛି ଘାମାସାନ । ପରସ୍ପର ପତା କାଟିବା ଓ ପରିଆରା ଜାହିର କରିବାରେ ଲାଗିଛନ୍ତି ଟିକେଟ୍ ଲବିରେ ଥିବା ବିଜେଡି ନେତା । ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ବିଜେଡିର ଗୋଷ୍ଠୀ କନ୍ଦଳ ଏବେ ଚରମ ସୀମାରେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବର୍ତ୍ତମାନର ବିଧାୟକ ରମେଶ ସାଏ ଓ ଅମଲାରୁ ନେତା ବନିଥିବା ନଳୀନ ପ୍ରଧାନଙ୍କ ମଧ୍ୟରେ ପତିଆରା ଜାହିର ପାଇଁ ଚାଲିଛି ବଳ କଷାକଷି । ଆଠମଲ୍ଲିକ ବିଜେଡି ସଂଗଠନକୁ ଏକପ୍ରକାର ହାଇଜାକ୍ କରିନେଇଚନ୍ତି ନଳିନୀ । ସରକାରୀ ହେଉ କି ଦଳୀୟ କାର୍ଯ୍ୟକ୍ରମ ବିଧାୟକ ରମେଶ ସାଏଙ୍କୁ କରାଯାଉଛି ଅଣଦେଖା । ନିକଟରେ ଆଠମଲ୍ଲିକ ବଇଣ୍ଡାରେ ଆୟୋଜିତ ବିଜେଡିର ପ୍ରଶିକ୍ଷଣ ଶିବିରକୁ ବିଧାୟକଙ୍କୁ ଡକାଯାଇନଥିବା ବେଳେ ମଞ୍ଚଉପରେ ଅନୁଗୋଳ ଜିଲ୍ଲା ପର୍ଯ୍ୟବେକ୍ଷକ କୁନୁବିହାରୀ ଦାସ ନଳିନୀଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଧାୟକ ରମେଶ ସାଏଙ୍କୁ ଏପରି ଅଣଦେଖାକୁ ହଜମ କରିପାରୁ ନାହାନ୍ତି ତାଙ୍କ ସମର୍ଥକ ଏପରିକି ଖୋଲାଖୋଲି ଭାବେ ନଳିନୀ ପ୍ରଧାନଙ୍କୁ ବିରୋଧ କରିବାକୁ ବି ପଛାଉ ନାହାନ୍ତି । ପୂର୍ତ୍ତ ବିଭାଗରୁ ସଚିବ ଭାବେ ଅବସର ନେବା ପରେ ବିଜେଡିରେ ଯୋଗ ଦେଇଥିଲେ ନଳିନୀ ପ୍ରଧାନ । ୨୦୧୯ରେ ସମ୍ବଲପୁରରୁ ବିଜେଡିର ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ ନଳିନୀ । ୨୦୨୪ରେ ସେ ଆଉ ସାଂସଦ  ପ୍ରାର୍ଥୀ ହେବାକୁ ଚାହୁଁ ନାହାନ୍ତି । ସେଥିପାଇଁ ତାଙ୍କ ଆଖି ଆଠମଲ୍ଲିକ ବିଧାନସଭା ଆସନରେ । ଏଥିପାଇଁ ଉପରମହଲର ଉପରେ ଆଶୀର୍ବାଦ ରହିଥିବା ମଧ୍ୟ ପର୍ଯ୍ୟବେକ୍ଷକଙ୍କୁ ଭାଷାରୁ ସ୍ପଷ୍ଟ ବାରିହେଉଛି । 

ବହୁ ଦିନରୁ ଆଠମଲ୍ଲିକରେ ନଳିନୀ ପ୍ରଧାନ ଓ ରମେଶ ସାଏ ସମାନ୍ତରାଳ କାର୍ଯ୍ୟକ୍ରମ ଆୟୋଜନ କରିଆସୁଛନ୍ତି । ଆଠମଲ୍ଲିକ ବିଜେଡିର ଏହି ଗୋଷ୍ଠୀକନ୍ଦଳ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ନଳିନୀଙ୍କୁ ଉପର ମହଲରୁ ସମର୍ଥନ ମିଳୁଥିଲେ ବି ଯଦି ତାଙ୍କୁ ଦଳ ଟିକେଟ ଦିଏ ୨୦୧୯ର ସଫଳତା ଦୋହରାଇବା ବିଜେଡି ପାଇଁ ସହଜ ହେବ ନାହିଁ । ବିଜେଡିର ଏହି ଅନ୍ତଃ କନ୍ଦଳର ଫାଇଦା ସିଧାସିଧା ବିଜେପିକୁ ଚାଲିଯିବ ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରୁଛନ୍ତି । 
 

Sponsored
Athamallik BJD Fight | Argus News