Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ହେଲେ ସାମିଲ

Jitendra Dash
Browse all articles by Jitendra Dash
·2 years ago
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ହେଲେ ସାମିଲ

ଅର୍ଗସ ବ୍ୟୁରୋ : ପଦ୍ମ ଧରିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ । ଗତ କାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ହେଲେ ସାମିଲ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗତ କାଲି ସନ୍ଧ୍ୟାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ବିଜେଡି ଛାଡ଼ିଥିଲେ । ସେ ନିଜର ଇସ୍ତଫା ପତ୍ରକୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ । ଇସ୍ତଫା ପତ୍ରରେ ଶ୍ରୀ ସାଏ ଉଲ୍ଲେଖ କରିଛନ୍ତି ଯେ, ୨୦୧୯ରେ ବିଜେଡିରୁ ଟିକେଟ୍‌ ଦିଆଯିବା ପରେ ମୁଁ ନିର୍ବାଚନରେ ଜିତିଥିଲି । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ମୁଁ ଦଳରେ କାର୍ଯ୍ୟ କରିବାକୁ ଅସମର୍ଥ ଭାବୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Athamallik MLA Ramesh Chandra Sai Join BJP | Argus News