|
logo
Live

Argus News - ତକୀ ଖାଁର ଶ୍ରୀକ୍ଷେତ୍ର ଉପରେ ଆକ୍ରମଣ

Odisha

ତକୀ ଖାଁର ଶ୍ରୀକ୍ଷେତ୍ର ଉପରେ ଆକ୍ରମଣ

Priyadarshini Dixit
Browse all articles by Priyadarshini Dixit
·2 years ago·3 min read
ତକୀ ଖାଁର  ଶ୍ରୀକ୍ଷେତ୍ର  ଉପରେ ଆକ୍ରମଣ

ଅର୍ଗସ ବ୍ୟୁରୋ : ଭାରତର ଚାରୋଟି ଧାମ ଭିତରୁ ଶ୍ରୀକ୍ଷେତ୍ର ହେଉଛି ଶ୍ରେଷ୍ଠ ଧାମ। ଅତୀତ କୁହେ ଅନେକ ବିଧର୍ମି ରାଜା ମାନେ ଶ୍ରୀକ୍ଷେତ୍ରର ମାନ ହାନି କରିବାପାଇଁ ଆମ ମହାପ୍ରଭୁଙ୍କର ଧନ ରତ୍ନ ସବୁକୁ ଲୁଣ୍ଠନ କରି ଏଠାରେ ଅନ୍ୟ ଧର୍ମର ଧୋଜା ଉଡ଼ାଇବା ପାଇଁ ସତତ ଚେଷ୍ଠା କରିଆସିଛନ୍ତି। ହେଲେ ଆମ ମହାପ୍ରଭୁ ଯେମିତି ରହସ୍ୟମୟ ତାଙ୍କ ଲୀଳା ଖେଳା ବି ସେମିତି ରହସ୍ୟମୟ। ନିଜ ଇଚ୍ଛାରେ ଥରେ ଅଧେ ନୁହେଁ ଅନେକ ଥର ବିଭିନ୍ନ ସ୍ଥାନରେ ସେ ଆତ୍ମଗୋପନ ଲୀଳା କରିଛନ୍ତି। ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ଶାସନ କାଳରେ ମୋଗଲ ସୁବେଦାର୍ ତକୀ ଖାଁଙ୍କ ନଜର ପଡେ ଶ୍ରୀକ୍ଷେତ୍ର ଉପରେ। ଗଜପତିଙ୍କ ସହ ଭୀଷଣ ଯୁଦ୍ଧ ହୁଏ।


ଜଗନ୍ନାଥ ସଂସ୍କୃତିକୁ ଭୁଲୁଣ୍ଠିତ କରିବାକୁ ସମସ୍ତ କଳବଳ ଲଗେଇଦିଏ ତକି ଖାଁ। ଗଜପତିଙ୍କ ପୁତ୍ର ଭାଗିରଥି ଗଞ୍ଜାମ ଆଠଗଡ଼ ରଜା ଜଗନ୍ନାଥ ହରିଚନ୍ଦନଙ୍କ ସୈନ୍ୟ ସହାୟତା ନିଅନ୍ତି। ପୁରୀ ଆଉ ଖୋର୍ଦ୍ଧାରୁ ଯବନ ମାନଙ୍କୁ ତଡି ଦେବାରେ ମଧ୍ୟ ସଫଳ ହୁଅନ୍ତି। ତଥାପି ତକି ଶାନ୍ତିରେ ନିଶ୍ୱାସ ମାରିବାକୁ ଦିଏନି। ତକି ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରିବାକୁ ନିଷ୍ପତି ନିଏ। ଖବର ଗଜପତିଙ୍କ ପାଖରେ ପହଞ୍ଚିବାରୁ ମହାପ୍ରଭୁଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ପାଇଁ ଚିନ୍ତା କରାଗଲା। ଦୋବନ୍ଦ ଘାଟରେ ଦିଅଁଙ୍କୁ ଚାପରେ ବିଜେ କରାଇ ବାଣପୁର ନିକଟ ନଇରି ଗ୍ରାମର ହରିଶ୍ବର ମଣ୍ଡପ ଓ ପରେ ଖଲ୍ଲିକୋଟ ର ଚିକିଲିରେ ନେଇ ରଖାଗଲା। ଠାକୁର ସ୍ତାନାନ୍ତର ହୋଇ ଥିବା କଥା ତକି ଖାଁ ଜାଣିପାରେ। ଫଳରେ ମହାପ୍ରଭୁଙ୍କୁ ପୁଣି ଥରେ ଆଉ ଏକ ସୁରକ୍ଷିତ ସ୍ଥାନରେ ରଖିବାକୁ ମନସ୍ଥ କରାଯାଏ। ଗଜପତି ନିର୍ଦ୍ଦେଶ ଦିଅନ୍ତି ମହାପ୍ରଭୁଙ୍କୁ ନେଇ ଆସିବା ପାଇଁ । ସେବକ ମାନେ ସେୟା କରନ୍ତି । ଚିଲିକାର କୁଳେ କୁଳେ ପ୍ରଥମେ ବାଣପୁର ତାପରେ ଆଠଗଡ଼ କୁ ନିଆଗଲା ବଡ଼ ଠାକୁରଙ୍କୁ। ନିଜ ଅଞ୍ଚଳକୁ ମହାପ୍ରଭୁ ଆସୁଥିବା କଥା ଶୁଣି ଯେତିକି ଅନାନ୍ଦିତ ହେଉଥାନ୍ତି ସେତିକି ମର୍ମାହତ ଥାଆନ୍ତି ଆଠଗଡ଼ ରାଜା ଜଗନ୍ନାଥ ହରିଚନ୍ଦନ। ହାତିବାରି ପର୍ବତ ପାଖରେ ବୃକ୍ଷ ପୂର୍ଣ୍ଣ ଜଙ୍ଗଲ ଭିତରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ। ମାତ୍ର ୪୫ ଦିନ ମଧ୍ୟରେ ଠିଆ ହୁଏ ମାରଦା ମନ୍ଦିର।


ସ୍ଥାନୀୟ ମଥୁରା ଗ୍ରାମର ଶିଳ୍ପୀମାନେ କୁନ୍ଦା ପଥରରେ ଠିଆ କରନ୍ତି ବଡ଼ ଠାକୁରଙ୍କ ପାଇଁ ଛୋଟିଆ ଦେଉଳ। ସୁରକ୍ଷା ଦୃଷ୍ଟିରୁ ଏହା ଥିଲା ଅତି ଉତ୍ତମ ସ୍ଥାନ। ହାତିବାରି , ଅସୁରେଇ,ଓ କୁକୁଡ଼ିଆ ପାହାଡ଼ ଘେରି ରହିଥାଏ ଏହି ମନ୍ଦିରକୁ। ଘଂଚ ଜଙ୍ଗଲ ଭିତରେ ମାରଦା ବା ବାଡିଆ ଆଟୁ ଶୈଳୀର ମନ୍ଦିରକୁ ବାହାର ଶତ୍ରୁ ଚିହ୍ନଟ କରିବା ସମ୍ଭବ ନୁହେଁ। ଏଣୁ ସେୟା କରନ୍ତି ରାଜା ଜଗନ୍ନାଥ ହରିଚନ୍ଦନ। ଗଜପତି ରାମଚନ୍ଦ୍ର ଙ୍କୁ ମଧ୍ୟ ଶରଣ ଦେଇଥିଲେ ଆଠଗଡ଼ ରାଜା। ଭୂଇଁ ତଳେ ନଅର ତୋଳି ରଖିଥିଲେ ବୋଲି କେହି କେହି କୁହନ୍ତି ମହାପ୍ରଭୁ ବିଜେ କରନ୍ତି ଆଠଗଡ଼ ମାଟିରେ। ମାରଦା ଶୈଳୀର ମନ୍ଦିର ତୋଳାଯାଇଥିବାରୁ  ସ୍ଥାନର ନାମ ହୁଏ ମାରଦା। ଆଊ ଏଇଠି ଦୀର୍ଘ 2ବର୍ଷ 4ମାସ କାଳ ଠାକୁର ଅବସ୍ଥାନ କରନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସମୟକ୍ରମେ ମୃତ୍ୟୁ ଘଟେ ତକି ଖାଁ ର । ତକିର ମୃତ୍ୟୁ ପରେ ମଧ୍ୟ ମହାପ୍ରଭୁଙ୍କୁ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରେଇବା ସମ୍ଭବ ପର ହୁଏନି। ଏପଟେ ଓଡ଼ିଶାର ସୁବେଦାର  ହୁଏ ମୂର୍ଶିଦ୍ ଉଲି ଖାଁ । ଶ୍ରୀମନ୍ଦିର ଶୂନ୍ୟ ପଡ଼ିଥିବାରୁ ପୁରୀରୁ ମିଳୁଥିବା ରାଜକୋଷ ଅହେତୁକ ଭାବେ କମିଯାଏ। ତୀର୍ଥଯାତ୍ରୀ କର ବାବଦକୁ 9ଲକ୍ଷ ଟଙ୍କାର ଘାଟା ଖାଏ ମୋଗଲ ସଲତନପଥ । ତେଣୁ ସେମାନେ ଚିନ୍ତା କରନ୍ତି ମହାପ୍ରଭୁଙ୍କୁ ପୁନର୍ବାର ଶ୍ରୀକ୍ଷେତ୍ରରେ ପୁନଃ ସ୍ଥାପନା କରିବେ। ଗଜପତିଙ୍କୁ ଶରଣ ଦେଇଥିବାରୁ ଏହାକୁ କୁହାଯାଏ ଶରଣ ଶ୍ରୀକ୍ଷେତ୍ର। ଖାଲି ସେତିକି ନୁହେଁ ଗଜପତି ମଧ୍ୟ ଏଠାକାର ରାଜାଙ୍କୁ ସମୁଚିତ ସମ୍ମାନ ଦେଇଛନ୍ତି।ଯାହାର ସ୍ମାରକୀ ସ୍ୱୋରୁପ ଆଜିବି ବଡଦେଉଳ ଚୁଡ଼lକୁ ମହାଦୀପ ଉଠିଲେ ଆଠଗଡ଼ ରାଜାଙ୍କ ନା ଡାକ ପଡେ।

ଅଧିକ ପଢନ୍ତୁ ଓଡିଶା ଖବର...
 

Sponsored
ତକୀ ଖାଁର ଶ୍ରୀକ୍ଷେତ୍ର ଉପରେ ଆକ୍ରମଣ | Argus News