ଟଙ୍କା ପାଇଁ ସ୍ବାମୀ, ସ୍ତ୍ରୀ ଏବଂ ତାଙ୍କ ପୁଅକୁ ଜୀବନରୁ ମାରିଦେବାକୁ ଉଦ୍ୟମ

ମୟୁରଭଞ୍ଜ : ଟଙ୍କା ପାଇଁ ସ୍ବାମୀ, ସ୍ତ୍ରୀ ଏବଂ ତାଙ୍କ ପୁଅକୁ ଜୀବନରୁ ମାରିଦେବାକୁ ଉଦ୍ୟମ । ପ୍ରଥମେ ମହିଳାଙ୍କୁ ମାଡ ମାରି ତାଙ୍କୁ ରେଫ୍ କରିବାକୁ ଚେଷ୍ଟା କରିଥିଲେ , ପରେ ତାଙ୍କ ସ୍ବାମୀ ପ୍ରତିବାଦ କରିବାରୁ ସ୍ବାମୀ ଏବଂ ପୁଅକୁ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୁଦଡିହା ଗାଁରେ । ଏହି ଗାଁର ଶଶୀକାନ୍ତ ମହାପାତ୍ର ଏବଂ ସ୍ତ୍ରୀ ଶୁଭଲକ୍ଷ୍ମୀ ମହାପାତ୍ରଙ୍କ ସହ ତାଙ୍କ ପୁଅ ପୁନେରେ ରୁହନ୍ତି ।
ଅଧିକ ପଢନ୍ତୁ ଓଡିଶା ଖବର
ତେବେ ଗତକାଲି ରାତିରେ ସେମାନେ ଘରକୁ ଫେରିବା ବେଳେ ତାଙ୍କ ପରିବାର ଲୋକେ ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ଘରେ ପଶିବାକୁ ଦେଇନଥିଲେ । ତାଙ୍କୁ ଅଧିକ ଟଙ୍କାସୁନା ଗହଣା ମାଗିବା ସହ ଶୁଭଲକ୍ଷ୍ମୀଙ୍କୁ ତାଙ୍କ ଦିଅର ଜ୍ୟୋତିକାନ୍ତ ରେଫ କରିବାକୁ ଚେଷ୍ଟା କରିବା ସହ ମାଡ ମାରିଥିଲେ । ସ୍ବାମୀ ଅଟକାଇବାରୁ ତାଙ୍କୁ ଏବଂ ତାଙ୍କ ପୁଅକୁ ନିର୍ଘାତ ମାଡ ମାରିବା ସହ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ । ମାଡରେ ଗୁରୁତର ହେବାପରେ ଉଭୟ ସ୍ବାମୀ ସ୍ତ୍ରୀ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏବଂ ତାଙ୍କ ପରିବାର ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।