Videos
|
Odisha

ଦୁଇ ସପ୍ତାହ ଭିତରେ ଛଅ ଛଅ ଥର ଓଡ଼ିଶା ସୀମାରେ ଅନୁପ୍ରବେଶ ପାଇଁ ଉଦ୍ୟମ

Jitendra Dash
Browse all articles by Jitendra Dash
·2 years ago·1 min read
ଦୁଇ ସପ୍ତାହ ଭିତରେ ଛଅ ଛଅ ଥର ଓଡ଼ିଶା ସୀମାରେ ଅନୁପ୍ରବେଶ ପାଇଁ ଉଦ୍ୟମ

ଅର୍ଗସ ବ୍ୟୁରୋ : ଓଡ଼ିଶା ସୀମାରେ ଆନ୍ଧ୍ରର ଦାଦାଗିରି । ଦୁଇ ସପ୍ତାହ ଭିତରେ ଛଅ ଛଅ ଥର ଅନୁପ୍ରବେଶ ପାଇଁ ଉଦ୍ୟମ । ଏବେ ଖୁଲମଖୁଲ୍ଲା କୋଟିଆରେ ଆନ୍ଧ୍ର ଆୟୋଜନ କରିଛି ଭୋଟର ସଚେତନତା ଶିବିର । ନିଜ ରାଜ୍ୟରେ ମତଦାନକୁ ୮୦ ପ୍ରତିଶତକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଓଡ଼ିଶା ସୀମାରେ ଆସି ଲୋକଙ୍କୁ ଭୋଟ ଦେବାକୁ ପ୍ରବର୍ତ୍ତାଉଛି ଆନ୍ଧ୍ର । ହେଲେ ଏ ଦିଗରେ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଦେଖିବାକୁ ମିଳିଛି । 

କୋଟିୟା ପୁଞ୍ଜ ଫାଟୁ ସିନେରି ଠାରେ ବୁଧବାର ଆନ୍ଧ୍ର ପ୍ରଦେଶ ପକ୍ଷରୁ ଅନୁଷ୍ଠିତ ବୈଠକରେ ଆନ୍ଧ୍ର ପ୍ରଦେଶ ମନ୍ୟୁମ ଜିଲ୍ଲା ତଥା ପାର୍ବତି ପୁରମ ଜିଲ୍ଲା ସ୍ୱିପ୍ ନୋଡାଲ ଅଫିସର ଏ ରାଜଶେଖର ରେଡ୍ଡୀ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଉନ୍ନୟନ ଅଧିକାରୀ ବି ସତ୍ୟବତୀ, ଆଇସିଡିଏସ ଏ.ବିଜୟଲକ୍ଷ୍ମୀ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କରାଇଥିଲେ। କିଛି ଦିନ ପୂର୍ବରୁ କୋଟିଆ ପଞ୍ଚାୟତ ଉପର ସେମ୍ବି, ତଳ ସେମ୍ବି ଓ ଧୂଳିପଦର ଗାଁରେ ପୋଲିଓ କ୍ୟାମ୍ପ୍ କରିଥିଲା ଆନ୍ଧ୍ରର ସ୍ବାସ୍ଥ୍ୟ ଟିମ୍ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

କୋଟିଆ ନେରେଡ଼ି ୱାଲସା ସାପ୍ତାହିକ ହାଟରେ ଆନ୍ଧ୍ର ପକ୍ଷରୁ କରାଯାଇଥିଲା ପୋଲିସ ଓ ସ୍ବାସ୍ଥ୍ୟ ଶିବିର । ସାଲୁରୁ ପୋଲିସ ପକ୍ଷରୁ ଓଡ଼ିଶାର ଯୁବକଙ୍କୁ ଛତା, ରାସନ ଓ ଭଲିବଲ୍ କିଟ୍ ବି ବଣ୍ଟାଯାଇଥିଲା । ବାରମ୍ବାର ଆନ୍ଧ୍ର ଓଡ଼ିଆଙ୍କ ହକ୍ ଓ ଆତ୍ମସ୍ବାଭିମାନ ଉପରେ କୁଠାରଘାତ କରୁଥିବା ବେଳେ ୨୪ ବର୍ଷର ଅପାରଗ ସରକାର ଏ ଦିଗରେ ସାଜିଛନ୍ତି ନିଦାବିଷ୍ଣୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Attempts to infiltrate Odisha border six times in two weeks | Argus News