ବିଜେଡି କର୍ମୀଙ୍କ ମହିଳାଙ୍କୁ ଗଣ ଦୁଷ୍କର୍ମ ଉଦ୍ୟମ

ଅର୍ଗସ ବ୍ୟୁରୋ : ବିଜେଡି କର୍ମୀଙ୍କ ମହିଳାଙ୍କୁ ଗଣ ଦୁଷ୍କର୍ମ ଉଦ୍ୟମ । ଆଳିରେ ଚାଲିଛି ବିଜେଡି କର୍ମୀଙ୍କ ଗୁଣ୍ଡାରାଜ । ଆଳି ପୋଲିସର ନିଷ୍କ୍ରିୟତାକୁ ନେଇ ପୀଡ଼ିତା ସଂଗୀନ ଅଭିଯୋଗ କରିଛନ୍ତି । ଆଳି ବିଜୟ ନଗର ଗ୍ରାମର ଯୁବତୀ ଗତ ୨୩ତାରିଖରେ ନିଜ ଘରେ ଏକାକୀ ଥିବା ବେଳେ ଆଳିର ବିଜେଡି କର୍ମୀ ତଥା ମନ୍ତ୍ରୀ ପ୍ରତାପ ଦେବଙ୍କ ରାଜବାଟିରେ କାମ କରୁଥିବା ଅକ୍ଷୟ ମଲ୍ଲିକ ଓ ସଞ୍ଜୟ ମଲ୍ଲିକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗ୍ରାମର ମହିଳା ଗୋଷ୍ଠୀ ଯୁବତୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଅକ୍ଷୟ ଓ ସଞ୍ଜୟଙ୍କୁ କାବୁ କରି ଆଳି ପୋଲିସର ଜିମା ଦେଇଥିଲେ । ତେବେ ଆଳି ପୋଲିସ ସେହି ସ୍ଥାନରେ ଅଭିଯୁକ୍ତଙ୍କୁ ଛାଡିଦେଇଥିଲା । ପରେ ଆଳି ପୋଲିସ ପାଖରେ ନ୍ୟାୟ ପାଇଁ ରେବତୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବୁଧବାର କେନ୍ଦ୍ରାପଡ଼ା ଏସପିଙ୍କୁ ଭେଟି ପୁନର୍ବାର ଲିଖିତ ଅଭିଯୋଗ କରିବା ସହ ୭ ଦିନ ମଧ୍ୟରେ ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ।

