ଅଡୁଆରେ ବିଧାୟକ ପ୍ରତାପ ଦେବ, ଥାନାରେ ପହଞ୍ଚିଲାଣି ମାମାଲା

ଅଡୁଆ ବଢୁଛି ଆଳି ବିଧାୟକଙ୍କର
ନିର୍ବାଚନ ନିୟମ ମାନିଲେନି
ଥାନାରେ ପହଞ୍ଚିଲାଣି ମାମାଲା
ଅର୍ଗସ ବ୍ୟୁରୋ : ଅଡ଼ୁଆରେ ଆଳି ବିଜେଡି ବିଧାୟକ ପ୍ରତାପ ଦେବ । ଇଏ ପୁଣି ଏମିତି ସେମିତି ଅଡୁଆ ନୁହେଁ ବରଂ ନିର୍ବାଚନ ଆଦର୍ଶ ଆଚରଣବିଧି ନିୟମ ନମାନିବା ଅଡୁଆ... ସେଇଥି ଲାଗି ତ ଥାନାରେ ଯାଇ ପହଞ୍ଚିଲାଣି ମାମଲା । ଆଉ ଅଭିଯୋଗ ଆଣିଛନ୍ତି ଆଳିର ପୂର୍ବତନ କଂଗ୍ରେସର ବିଧାୟକ ଦେବେନ୍ଦ୍ର ନାଥ ଶର୍ମା । ଖାଲି ଅଭିଯୋଗ କଲେ ତାହା ନୁହେଁ ବରଂ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ବି କଲେ ।
ମନ୍ତ୍ରୀ ପ୍ରତାପ ଦେବ ଗତ କାଲି ନିଜ ଲୋକସଭା ପାର୍ଥି ଅଂଶୁମାନ ମହାନ୍ତିଙ୍କୁ ଧରି ହଜାର ହଜାର ମଟର ସାଇକେଲ ସହ ରାଲି ଓ ଡାକବାଜି ଯନ୍ତ୍ର ବଜାଇ ବାଣ ଫୁଟାଇ ଶୋଭାଯାତ୍ରା କରିଥିବା ଅଭିଯୋଗ ହୋଇଛି । ଏହା ସହିତ ପ୍ରତାପ ଦେବଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଶ୍ରୀଯୁକ୍ତ ଶର୍ମା । କାର୍ଯ୍ୟାନୁଷ୍ଠାନ ନହେଲେ ସେ ରାଜ୍ୟ ତଥା ଜାତୀୟ ନିର୍ବାଚନ ଆୟୋଗର ଦ୍ୱାରସ୍ତ ହେବେ ବୋଲି କହିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଲୋକସଭା ନିର୍ବାଚନ ୨୦୨୪ର ବିଗୁଲ ବାଜିସାରିଛି । ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ମଧ୍ୟ ଘୋଷଣା କରିସାରଛନ୍ତି । ନିର୍ବାଚନି ତାରିଖ ଘୋଷଣା ହେବା ସହିତ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ ହୋଇଯାଇଛି ।
ଏହି ନିୟମ ଲାଗୁ ହେବା ପରେ ରାଜେନୈତିକ ଦଳଗୁଡ଼ିଙ୍କୁ ନିର୍ବାଚନ ଆୟୋଗ ଦ୍ୱାରା ନିର୍ମିତ କେତେକ ନିର୍ଦ୍ଦେଶନାମାର ପାଳନ କରିବାକୁ ପଡ଼ିଥାଏ । ତେବେ ରାଜନୈତିକ ଦଳ ପାଇଁ ନିର୍ଦ୍ଧାରିତ ସାମଜିକ ବ୍ୟବହାର, ନିୟମ ଏବଂ ଉତ୍ତରଦାୟିତ୍ୱ ସମୂହକୁ ଆଦର୍ଶ ଆଚରଣ ବିଧି କୁହାଯାଇଥାଏ । ଯାହାକୁ ଇଂରାଜୀରେ କୋଡ୍ ଅଫ୍ କଣ୍ଡକ୍ଟ କୁହନ୍ତି ।
📱 Get Argus News App
✨କେବେ ଲାଗୁ ହୋଇଥାଏ ଆଦର୍ଶ ଆଚରଣ ବିଧି ?
ନିର୍ବାଚନ ତାରିଖ ଘୋଷଣା ହେବା ପରେ ପରେ ହିଁ ଏହି ନିୟମ ଲାଗୁ ହୋଇଥାଏ । ଏହି ନିୟମ ଲାଗୁ ହେବା ପରେ ସମସ୍ତ ରାଜନୈତିକ ଦଳଙ୍କ ଉପରେ ଅଙ୍କୁଶ ଲାଗିଥାଏ । କେନ୍ଦ୍ର ସରକାର, ରାଜ୍ୟ ସରକାର ସମସ୍ତେ ଏହି ନିୟମ ପାଳନ କରିବାକୁ ବାଧ୍ୟ ହୋଇଥାନ୍ତି ।
କ’ଣ ରହିଛି ନିୟମ...
୧- ଏହି ନିୟମ ଲାଗୁ ହେବା ପରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ କୌଣସି ନୂଆ ଘୋଷଣା କରିପାରିବେ ନାହିଁ । କୌଣସି ନୂଆ ଯୋଜନାର ଶିଳାନ୍ୟାସ, ଭୂମିପୂଜନ ବା ଲୋକାର୍ପଣ କରିପାରିବେ ନାହିଁ ।
୨- ସରକାରଙ୍କ ଖର୍ଚ୍ଚରେ ଏପରି କୌଣସି ଆୟୋଜନ କରାଯିବ ନାହିଁ ଯାହାଦ୍ୱାରା କୌଣସି ଦଳକୁ ବିଶେଷ ଲାଭ ହେବ॥
୩- ରାଜନୈତିକ ଦଳ ଗୁଡ଼ିକୁ ସଭା କିମ୍ବା ରାଲି କରିବା ପାଇଁ ପୋଲିସ୍ ଅନୁମତି ନେବାକୁ ପଡ଼ିବ ।
୪- ରାଜନୈତିକ ଦଳଗଡ଼ିକ ଉପରେ ନିର୍ବାଚନ ଆୟୋଗ ପର୍ଯ୍ୟବେକ୍ଷକ ନଜର ରଖିଥାନ୍ତି ।
୫- କୌଣସି ମନ୍ତ୍ରୀ ସରକାରୀ ଗାଡ଼ିର ବ୍ୟବହାର କରିପାରିବେ ନାହିଁ ।
୬- ମତଦାନର ପୂର୍ବରୁ ରାଜନୈତିକ ଦଳ ବୈଠକ କରିପାରିବେ ନାହିଁ ।
ନିୟମ ପାଳନ ନକଲେ ?
ଯଦି କୌଣସି ଦଳ ବା ପ୍ରାର୍ଥୀ ଏହି ନିୟମ ଉଲଙ୍ଘନ କରନ୍ତି ତେବେ, ନିର୍ବାଚନ ଆୟୋଗ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତି । ନିର୍ବାଚନ ଲଢ଼ିବା ଉପରେ ମଧ୍ୟ ରୋକ ଲାଗିପାରେ । ତାଙ୍କ ବିରୋଧରେ ଏଫ୍ଆଇଆର୍ ହୋଇପାରେ । ଦୋଷୀ ସାବ୍ୟସ୍ତ ହେଲେ ଜେଲ ମଧ୍ୟ ହୋଇପାରେ ।