Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚଳଚଞ୍ଚଳ ଶ୍ରୀ ଲକ୍ଷ୍ମୀବରାହ ଜୀଉଙ୍କ ମନ୍ଦିର

Jitendra Dash
Browse all articles by Jitendra Dash
·2 years ago·2 min read
ଚଳଚଞ୍ଚଳ ଶ୍ରୀ ଲକ୍ଷ୍ମୀବରାହ ଜୀଉଙ୍କ ମନ୍ଦିର

ଅର୍ଗସ ବ୍ୟୁରୋ : ଆଜି ଚଳଚଞ୍ଚ ହୋଇ ପଡ଼ିଛି ଆଳି । ଆଳିର ଆରାଧ୍ୟ୍ୟ ପ୍ରଭୁ ଶ୍ରୀ ଲକ୍ଷ୍ମୀବରାହ ଜୀଉଙ୍କ ଜନ୍ମ ଜୟନ୍ତୀ ବା ବରାହ ଦ୍ୱାଦଶୀ  ଧୂମଧାମରେ ପାଳିନ କରାଯାଉଛି । ବରାହ ଦ୍ୱାଦଶୀ ଉପଲକ୍ଷେ ଅଷ୍ଟପ୍ରହରୀ ଓ ହରିହାଟରେ ମନ୍ଦିର ପ୍ରାଙ୍ଗଣ ପ୍ରକମ୍ପିତ ହୋଉଛି ଆଳି । ମାଘ ମାସ ଦ୍ଵାଦଶୀ ଦିନ ବଡ଼ି ଭୋରୁ ପହଡ଼ ଖୋଲିଲା ପରେ ମଙ୍ଗଳ ଆଳତି ହୁଏ, ଜୀଉଙ୍କ ସ୍ନାନ କାର୍ଯ୍ୟ ସମାପନ ପରେ ଆଳିର ବର୍ତ୍ତମାନ ଆଳି ରାଜା ଶ୍ରୀ ବ୍ରଜ କେଶରୀ ଦେବ ଓ ରାଣୀ ସାହେବାଙ୍କ ଉପସ୍ଥିତିରେ ଠାକୁରଙ୍କୁ ସେବକ ମାନେ ଅଭିଷେକ କରନ୍ତି ଏହା ପରେ ଶ୍ରୀ ଜିଉ ରଜାବେଶ ହୁଅନ୍ତି ଏହା ପରେ ସର୍ବ ସାଧାରଣ ଦର୍ଶନ ପାଇଁ ଅନୁମତି ମିଳେ । 

ଏହା ସହ ସନ୍ଧ୍ୟା ସମୟରେ ୧୦୮ ନୈଷ୍ଠିକ ବ୍ରାହ୍ମଣଙ୍କ ଦ୍ଵାରା ହରିହାଟ ମହୋର୍ସବ ହେବା ସହ ନାମ ସଂକୀର୍ତ୍ତନରେ ମନ୍ଦିର ପରିବେଶ ମଧ୍ୟରେ ଏକ ଆଧ୍ୟାତ୍ମ୍ୟ ଭାବନା ଭରି ଉଠେ । ଆଜି ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାବେଶରେ ସମଗ୍ର ଆଳି ଅଞ୍ଚଳ ଉତ୍ସଵ ମୁଖର ହୋଇଉଠିଛି । ଆଳି ଅଞ୍ଚଳର ଆରାଧ୍ୟ ଦେବତା କହିଲେ ପ୍ରଭୁ ଲଷ୍ମୀବରାହ । ତେଣୁ ବରାହ ଦ୍ୱାଦଶୀରେ ଆଳି ଚଳଚଞ୍ଚଳ ହୋଇପଡେ ।  ଛୋଟରୁ ବଡ଼ ସମସ୍ତେ ସାମିଲ ହୁଅନ୍ତି ପ୍ରଭୂଙ୍କ ଜନ୍ମଦିନକୁ ଭବ୍ୟ ଆଡମ୍ବରରେ ପାଳନ କରାଯାଏ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୋଲିସ ମଧ୍ୟ ଆଜିର ଭିଡ଼କୁ ଲକ୍ଷ୍ୟ କରି ପୁରା ସଜାଗ ରହିଥାଏ । କାରଣ ଆଜିର ଦିନରେ ପାଖାପାଖି ୫୦ ହାଜରରୁ ଉର୍ଦ୍ଧ ଲୋକମାନଙ୍କ ଜନସାମାଗମକୁ ଲକ୍ଷ୍ୟ କରି ପୋଲିସ ପୁରା ପ୍ରସ୍ତୁତ ଥିବା ଦେଖିବାକୁ ମିଳେ । ଲୋକମାନଙ୍କ କେବଳ ଆସ୍ଥା ରହିଛି ତାହା ନୁହେଁ ସେମାନଙ୍କ ବିଶ୍ୱାସ ରହିଛି ଯେ ବରାହ ଦ୍ୱାଦଶୀ ଦିନ ପ୍ରଭୁ ଶ୍ରୀ ଲଷ୍ମୀବରାହ ଜୀଉଙ୍କୁ ସପରିବାରେ ଦର୍ଶନ କଲେ ଠାକୁରଙ୍କ କୃପାଦୃଷ୍ଟି ପଡେ ଓ ଭକ୍ତଙ୍କୁ ଶୁଭଫଳ ମିଳେ ବୋଲି ସାଧାରଣ ଭକ୍ତ ଙ୍କ ବିଶ୍ୱାସ ଓ ଭରସା ରହିଛି ଯାହା ଏହି ଦିନରେ ଦେଖିବାକୁ ମିଳିଥିଲା ।

Sponsored
aul laxmi varaha temple function | Argus News