Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୨୫ ହଜାର ଭିନ୍ନକ୍ଷମଙ୍କୁ ମାଗଣାରେ ଲଗାଇଲେଣି କୃତ୍ରିମ ଅଙ୍ଗ

Odisha

Pride of Odisha / ୨୫ ହଜାର ଭିନ୍ନକ୍ଷମଙ୍କୁ ମାଗଣାରେ ଲଗାଇଲେଣି କୃତ୍ରିମ ଅଙ୍ଗ

Sushanta Sahoo
Browse all articles by Sushanta Sahoo
·4 months ago·3 min read
୨୫ ହଜାର ଭିନ୍ନକ୍ଷମଙ୍କୁ ମାଗଣାରେ ଲଗାଇଲେଣି କୃତ୍ରିମ ଅଙ୍ଗ
Odisha Doctor Gives Free Artificial Limbs to Poor

Key Points

ଭିନ୍ନକ୍ଷମଙ୍କ ଆବଶ୍ୟକତାକୁ ପୂରଣ କରୁଛନ୍ତି 'ଭଗବାନ' । ପ୍ରାଇଡ୍‌ ଅଫ୍ ଓଡ଼ିଶା' ସିଜିନ-2ର ପଞ୍ଚମ ଅଧ୍ୟାୟରେ ଆମେ ଭେଟିବା ଭିନ୍ନକ୍ଷମଙ୍କ 'ଭଗବାନ'ଙ୍କୁ ।
ଭୁବନେଶ୍ଵର: ଅନେକ ଅକୁହା କାହାଣୀ, ଅଚିହ୍ନା ମଣିଷ । ଯେଉଁମାନଙ୍କ ଅବଦାନ ରହିଛି ଆମ ସମାଜ ପାଇଁ, ଲୋକଙ୍କ ଜୀବନକୁ ସରଳ କରି ଭରିଛି ଆନନ୍ଦର ରଙ୍ଗ । ଅର୍ଗସ୍ ନ୍ୟୁଜ୍‌ର 'ପ୍ରାଇଡ୍‌ ଅଫ୍ ଓଡ଼ିଶା' ସିଜିନ-2 ନେଇ ଆସିଛି ସେଇଭଳି କିଛି 'ସରଳ ମଣିଷର ବିରଳ କାହାଣୀ' ।

ଦୁର୍ଘଟଣା କେବେ ମଣିଷର ଜୀବନ ନେଇଯାଏ ତ ଆଉ କେବେ ସାରା ଜୀବନ ପାଇଁ ପଙ୍ଗୁ କରିଦିଏ । ଅନେକ ସମୟରେ ଦୁର୍ଘଟଣାରେ ଅକାମୀ ହୋଇଯାଏ ମଣିଷର ଅଙ୍ଗ । କେବେ କିଏ ହାତ ତ ଆଉ କିଏ ହରାଏ ଗୋଡ଼ ।

ଆମ ରାଜ୍ୟ ଓଡ଼ିଶାରେ ପ୍ରତିଦିନ ଏକାଧିକ ଦୁର୍ଘଟଣା ଘଟେ । ତଥ୍ୟ ଅନୁସାରେ, ଓଡ଼ିଶାରେ ୨୦୨୧ ମସିହାରେ ଦୁର୍ଘଟଣାରେ ୫ ହଜାର ୮୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ୨୦୨୫ର ପ୍ରଥମ ମାସରେ ଓଡ଼ିଶା ଦେଖିଛି ପ୍ରାୟ ୬ ହଜାର ୬୩୭ଟି ସଡ଼କ ଦୁର୍ଘଟଣା । ବର୍ଷ ପରେ ବର୍ଷ ଓଡ଼ିଶାରେ ବଢ଼ି ଚାଲିଛି ସଡ଼କ ଦୁର୍ଘଟଣା । ଏଥିସହ ମୃତ୍ୟୁ ସଂଖ୍ୟ ଏବଂ ଭିନ୍ନକ୍ଷମଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

ଏଥିସହ ପଢ଼ନ୍ତୁ: ପକ୍ଷାଘାତକୁ ମାତ୍ ଦେଇ ଗଢ଼ୁଛନ୍ତି ଜଙ୍ଗଲ, ସଜାଡ଼ୁଛନ୍ତି ଭବିଷ୍ୟତ

୨୦୧୧ର ସର୍ଭେ ଅନୁସାରେ, ଓଡ଼ିଶାରେ ୧୨ ଲକ୍ଷ ୪୪ ହଜାର ୪୦୨ ଜଣ ଭିନ୍ନକ୍ଷମ ଅଛନ୍ତି । ତଥ୍ୟ କହୁଛି, ଓଡ଼ିଶାର ମୋଟ ଜନସଂଖ୍ୟାର ୨.୩୪ ପ୍ରତିଶତ ଲୋକଙ୍କୁ କୃତ୍ରିମ ଅଙ୍ଗର ଆବଶ୍ୟକତା ରହିଛି ।

ଆଉ ଓଡ଼ିଶାର ଭିନ୍ନକ୍ଷମଙ୍କ ଆବଶ୍ୟକତାକୁ ପୂରଣ କରୁଛନ୍ତି 'ଭଗବାନ' । ପ୍ରାଇଡ୍‌ ଅଫ୍ ଓଡ଼ିଶା' ସିଜିନ-2ର ପଞ୍ଚମ ଅଧ୍ୟାୟରେ ଆମେ ଭେଟିବା ଭିନ୍ନକ୍ଷମଙ୍କ 'ଭଗବାନ'ଙ୍କୁ । ଯିଏ ମାଗଣାରେ ୨୫ ହଜାରରୁ ଅଧିକ ଭିନ୍ନକ୍ଷମଙ୍କ ଠାରେ କୃତ୍ରିମ ଅଙ୍ଗ ଲଗାଇ ବଦଳାଇ ଦେଇଛନ୍ତି ସେମାନଙ୍କ ଜୀବନ ।

ଭଦ୍ରକ ଜିଲ୍ଲାର ଭଗବାନ ପରିଡ଼ା । ଏକ ଛୋଟିଆ ଗାଁରେ ଜନ୍ମ ହୋଇଥିବା ଭଗବାନ ପିଲାଟି ଦିନରୁ ଦେଖନ୍ତି ବଡ଼ ସ୍ଵପ୍ନ । ଆଉ ସେହି ସ୍ଵପ୍ନ ପୂରଣ ପାଇଁ ବିଦେଶରେ ପଢ଼ିବାକୁ ବାପାଙ୍କୁ ମାଗନ୍ତି ମାତ୍ର ୪୦ ହଜାର ଟଙ୍କା । କିନ୍ତୁ ବାପାଙ୍କ ପାଖରେ ଏତେ ଟଙ୍କା ନଥିବାରୁ ସେ ବିଦେଶ ଯାଇପାରନ୍ତି ନାହିଁ ।

କିନ୍ତୁ ସ୍ଵପ୍ନ ପୂରଣ କରିବାର ଝୁଙ୍କ୍ ତାଙ୍କୁ ଅଟକାଇ ପାରି ନଥିଲା । ବିଦେଶ ନଯାଇ ଭାରତରେ ମେଡିକାଲ୍ କୋର୍ସ ବ୍ୟାଚଲର୍ ଇନ୍ ପ୍ରୋଷ୍ଥେଟିକ୍ସ ଆଣ୍ଡ ଅର୍ଥୋଟିକ୍ସ (Bachelor in Prosthetics & Orthotics)ରେ ନାମ ଲେଖାନ୍ତି ଭଗବାନ ପରିଡ଼ା । ଆଉ ଦେଖିଥିବା ସ୍ଵପ୍ନ ବିଦେଶ ଗସ୍ତ ବିନା ପୁଣି ତାଙ୍କ ଭିତରେ ଜାଗେ, ଲାଗେ ଏବେ ସ୍ଵପ୍ନ ପୂରା ହେବ ।

ସ୍ଵପ୍ନ ସତ ହୁଏ, ସେ ବନି ଯାଆନ୍ତି ଡକ୍ଟର ଭଗବାନ ପରିଡ଼ା । ଦିନେ ଭଗବାନ ଟଙ୍କା ଅଭାବରୁ ବିଦେଶ ଯାଇ ପାରି ନଥିଲେ । ଏବେ ତାଙ୍କୁ ବିଦେଶରୁ ଆସୁଛି ଡାକରା । କିନ୍ତୁ ଦେଶ, ରାଜ୍ୟ ଓ ନିଜ ଅଞ୍ଚଳର ଭିନ୍ନକ୍ଷମ ସେବାର ସୁଯୋଗ ହାତଛଡ଼ା କରି ବିଦେଶ ଯିବାକୁ ଚାହୁ ନାହାନ୍ତି ଡକ୍ଟର ଭଗବାନ ପରିଡ଼ା ।

ଏଥିସହ ପଢ଼ନ୍ତୁ: ଯେବେ ଜଳିଯାଏ ମୁହଁ ଓ ଶରୀର, ସେବେ... ପ୍ରେରଣା ସାଜନ୍ତି ପ୍ରମୋଦିନୀ

କାରଣ ନିଜ ଜିଲ୍ଲା ଭଦ୍ରକର ଭିନ୍ନକ୍ଷମ ଲୋକଙ୍କୁ 'ଭଗବାନ'ଙ୍କ ଲୋଡ଼ା ଅଛି । ପଢ଼ା ସରିବା ପରେ ଭଗବାନଙ୍କୁ ମିଳେ ପ୍ରଥମ ମାମଲା । ଦୁର୍ଘଟଣାରେ ପାଦ ହରାଇଥିବା ଗରିବ ଟ୍ରକ୍ ଡ୍ରାଇଭର ଆସନ୍ତି ଚିକିତ୍ସା ପାଇଁ । କିନ୍ତୁ ପାଖରେ ପଇସା ନଥାଏ । କିନ୍ତୁ ବିଶ୍ଵାସ ନ ହରାଇ ଭଗବାନ ମାଗଣାରେ ସେହି ଟ୍ରକ୍ ଡ୍ରାଇଭରଙ୍କ ଚିକିତ୍ସା କରନ୍ତି ।

ପୁଣି ହୁଏ ଚମତ୍କାର । କୃତ୍ରିମ ପାଦ ଲାଗିବା ପରେ ସିଏ ପୁଣି ଟ୍ରକ୍ ଚଳାନ୍ତି । ଡକ୍ଟର ଭଗବାନଙ୍କୁ ଦିଅନ୍ତି ଢେର୍ ଆଶୀର୍ବାଦ । ଏଭଳି ଭାବେ ଡକ୍ଟର ଭଗବାନ ପରିଡ଼ା ପ୍ରାୟ ୨୫ ହଜାରରୁ ଅଧିକ ଗରିବଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ମାଗଣାରେ କୃତ୍ରିମ ଅଙ୍ଗ ଲଗାଇ ଜୀବନ ବଦଳାଇ ଦେଇଛନ୍ତି ।

ଡକ୍ଟର ଭଗବାନ ପରିଡ଼ାଙ୍କ ଭଳି ଓଡ଼ିଶାର ଅନ୍ୟ ବ୍ୟକ୍ତି ବିଶେଷଙ୍କ ସଫଳ କାହାଣୀ 'ପ୍ରାଇଡ୍‌ ଅଫ୍ ଓଡ଼ିଶା' ସିଜିନ-2 ଦେଖି ପାରିବେ ଅର୍ଗସ୍ ନ୍ୟୁଜ୍‌ରେ । ପ୍ରତି ଶନିବାର ରାତି ୮ଟା ୩୦ ଓ ରବିବାର ଦିନ ସାଢ଼େ ଗୋଟାଏ (ପୁନଃ ପ୍ରସାରଣ) ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Man Who Gave Free Artificial Limbs to 25,000 Disabled | Argus News | Argus News