Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ରାଜ୍ୟରେ ଛୋଟ ବନ୍ୟା ଆଶଙ୍କା; ବୈତରଣୀ ଉପରମୁଣ୍ଡରେ କାଚିଛି ବର୍ଷା

Odisha

Flood Alert / ରାଜ୍ୟରେ ଛୋଟ ବନ୍ୟା ଆଶଙ୍କା; ବୈତରଣୀ ଉପରମୁଣ୍ଡରେ କାଚିଛି ବର୍ଷା

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ରାଜ୍ୟରେ ଛୋଟ ବନ୍ୟା ଆଶଙ୍କା; ବୈତରଣୀ ଉପରମୁଣ୍ଡରେ କାଚିଛି ବର୍ଷା
Flood Threat

Key Points

ଆସୁଛି ଛୋଟ ବନ୍ୟା
ଯାଜପୁରରେ ୨୪ ଘଣ୍ଟାରେ ବନ୍ୟା ସ୍ଥିତି
ଗତ କିଛି ଦିନ ଧରି ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ବର୍ଷା ଲାଗି ରହିଥିଲା । କେଉଁ କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ବୈତରଣୀ ଉପରମୁଣ୍ଡରେ ହୋଇଛି ଅଧିକ ବର୍ଷା । ଫଳରେ ତଳିଆ ଅଞ୍ଚଳରେ ଛୋଟ ବନ୍ୟା ଆଶଙ୍କା ଥିବା ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଅପରାହ୍ନ ୪ଟା ପରେ ବିପଦ ସଂକେତ ଅତିକ୍ରମ କରିବ ବୈତରଣୀ । ଆସନ୍ତା
୨୪ ଘଣ୍ଟା ଭିତରେ ଯାଜପୁର, ଆଖୁଆପଦା ଓ ଭଦ୍ରକରେ ବନ୍ୟା ଆଶଙ୍କା ଥିବା ଯନ୍ତ୍ରୀ କହିଛନ୍ତି ।

  • ଯାଜପୁରରେ ବନ୍ୟା ସ୍ଥିତି
ବୈତରଣୀରେ ଜଳସ୍ତର ବଢୁଥିବାରୁ ଛୋଟ ବନ୍ୟା ଆଶଙ୍କା କରାଯାଉଛି । ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳ ପ୍ରଭାବିତ ହୋଇପାରେ । ସେହିପରି ଆଖୁଆପଦାରେ ଅପରାହ୍ନରେ ବନ୍ୟା ଜଳ ବିପଦ ସଂକେତ ଟପିପାରେ । ଆଖୁଆପଦାରେ ବିପଦ ସଂକେତ ୧୮. ୩୩ମି ଥିବାବେଳେ ଏବେ ୧୮. ୦୬ ମିରେ ବନ୍ୟା ଜଳ ପ୍ରବାହିତ ହେଉଛି । ସେଇଭଳି ବଳଭିଘାଟ ୧୩. ୩୪ ଥିବାବେଳେ ବର୍ତ୍ତମାନ ୧୧.୪୫ରେ ବନ୍ୟା ଜଳ ପ୍ରବାହିତ ହେଉଛି । ସେପଟେ ବିଭିନ୍ନ ତଳିଆ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଚନ୍ତି ଏସ ଆର ସି । ଏଥିପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅମ୍ବର କୁମାର ।

ପଢନ୍ତୁ ଏହି ଖବର: ୫ ଦିନ ବର୍ଷିଲାଣି,ଆହୁରି ବର୍ଷିବ, ୭ ଜିଲ୍ଲାକୁ ଆଲର୍ଟ

  • ପ୍ରବଳ ବର୍ଷାରେ ବେହାଲ ବ୍ୟାସନଗର
ତିନି ଦିନ ହେବ ଲଗାଣ ବର୍ଷା ଫଳରେ କେଉଁଠି ଘରେ ପାଣି ପଶିଲାଣି ତ ଆଉ କେଉଁଠି ରାସ୍ତାରେ ଲହଡି ଖେଳୁଛି ବର୍ଷା ଜଳ । ଫଳରେ ସହରର ବିଭିନ୍ନ ୱାର୍ଡରେ ଯାତାୟାତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସହରବାସୀ । ସେହିଭଳି କୋରାଇ ଓ ପାଣିକୋଇଲି ଅଞ୍ଚଳରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଯାଜପୁର ସହରରେ ମଧ୍ୟ ଲଗାଣ ବର୍ଷା ଫଳରେ ବରାହନ୍ନାଥ ମନ୍ଦିର ବେଢା ଭିତରେ ୧ ଫୁଟର ପାଣି । ମନ୍ଦିରରେ ବେଢା ଭିତରେ ବର୍ଷା ପାଣି ପଶିଯିବା ଫଳରେ ପ୍ରଭୁଙ୍କ ପୂଜାର୍ଚ୍ଚନାରେ ବାଧା ସୃଷ୍ଟି ହୋଇଛି । ଅତ୍ୟଧିକ ପାଣି ଯୋଗୁଁ ମନ୍ଦିର ଭିତର ଓ ବାହାର ପରିସର ଏବେ ଜଳମଗ୍ନ ହୋଇଛି ।

  • ବୌଦ୍ଧ ଓ କନ୍ଧମାଳରେ ସର୍ବାଧିକ ବର୍ଷା
ଏଥର ରାଜ୍ୟରେ ସ୍ୱାଭାବିକ ବର୍ଷଠାରୁ ୪ ପ୍ରତିଶତ ଅଧିକ ବର୍ଷା ହୋଇଛି । ୧୧ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି ଆଉ ୧୧ ଜିଲ୍ଲାରେ ସ୍ୱାଭାବିକ ରହିଛି ବର୍ଷାର ସ୍ଥିତି ଏବଂ ୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored