Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଲୁଟେରାଙ୍କ ଠାରୁ ୬ଲକ୍ଷ ୮୦ହଜାର ଟଙ୍କା ଜବତ କଲା ପୋଲିସ

Odisha

ଲୁଟେରାଙ୍କ ଠାରୁ ୬ଲକ୍ଷ ୮୦ହଜାର ଟଙ୍କା ଜବତ କଲା ପୋଲିସ

Jitendra Dash
Browse all articles by Jitendra Dash
·2 years ago·1 min read
ଲୁଟେରାଙ୍କ ଠାରୁ ୬ଲକ୍ଷ ୮୦ହଜାର ଟଙ୍କା ଜବତ କଲା ପୋଲିସ

ଅର୍ଗସ ବ୍ୟୁରୋ : ରବିବାର ଲୁଟିଥିଲେ,ଗୁରୁବାର (ଆଜି) ଧରାପଡିଲେ ଏଟିଏମ ଲୁଟେରା । ଲୁଟ ୬ଲକ୍ଷ ୮୦ହଜାର ଜବତ କଲା ପୋଲିସ । ଲୁଟରେ ବ୍ୟବହୃତ ଗ୍ୟାସ କଟର ସହ କ୍ରେଟା ଗାଡି ମଧ୍ୟ ଜବତ । ଗତ ରବିବାର ଦିନ ପାଟଣାଗଡ଼ ନିକଟରେ ଥିବା ସରମୁହାଁନ ଏସବିଆଇ ଏଟିଏମକୁ ଭାଙ୍ଗି  ସାତ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଲୁଟେରା । ଲୁଟ ଘଟଣାରେ ଆନ୍ତଃରାଜ୍ୟ ଲିଙ୍କ ଥିବା ମଧ୍ୟ ସୂଚନା ମିଳିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହି ଘଟଣାରେ ମୋଟ ୬ ଜଣ ଅପରାଧୀଙ୍କୁ ଗିରଫ କରିଛି ପୋଲିସ । ନାଗପୁର ଡିସିପି, ସେଓଲି ମଧ୍ୟପ୍ରଦେଶ ଡିସିପି ତଦନ୍ତରେ ସହଯୋଗ କରିଥିଲେ। ରାଜସ୍ଥାନରୁ ଆସି ପାଟଣାଗଡ଼ରେ ଲୁଟ୍ ଖରିଥିଲେ । ମୋବାଇଲ ଫୋନ ୬ଟା ଜବତ ହୋଇଛି । ଏହି ୬ ଜଣ ଅପରାଧୀଙ୍କ ପୂର୍ବ ରେକର୍ଡ ମଧ୍ୟ ରହିଛି । ତେଲେଙ୍ଗାନା, ବାଲେଶ୍ବର, ସମ୍ବଲପୁରରେ ପୂର୍ବରୁ ଅପରାଧ କରିଥିଲେ ଏମାନେ । ଫେକ୍ ପୋଲିସ ଆଇକାର୍ଡ ମଧ୍ୟ ଅପରାଧୀଙ୍କ ପାଖରେ ଥିଲା । ୩ ଲୋକ କାରରେ ଆସିଥିଲେ ରାଜସ୍ଥାନରୁ ଆଉ ୩ ଜଣ ଫ୍ଲାଇଟରେ ଆସିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Balangir atm loot case | Argus News