Naxal Free / ବଲାଙ୍ଗିର ଓ ବରଗଡ଼ ଜିଲ୍ଲାକୁ ନକ୍ସଲ ମୁକ୍ତ ଘୋଷଣା କଲେ ପୋଲିସି ଡିଜି
·4 months ago·2 min read

Key Points
ରବିବାର ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ୧୫ ଜଣ ମାଓବାଦୀ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଏହି ମାଓବାଦୀମାନେ ବରଗଡ଼–ବଲାଙ୍ଗିର–ମହାସମୁନ୍ଦ ଡିଭିଜନରେ ସକ୍ରିୟ ଥିଲେ ।
କଟକ: ରାଜ୍ୟରେ ନକ୍ସଲ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସକୁ ଐତିହାସିକ ସଫଳତା ମିଳିଛି । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶ ଯୋଗେଶ ବାହାଦୁର ଖୁରାନିଆ ବଲାଙ୍ଗିର ଓ ବରଗଡ଼ ଜିଲ୍ଲାକୁ ନକ୍ସଲ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ରବିବାର ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ୧୫ ଜଣ ମାଓବାଦୀ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଏହି ମାଓବାଦୀମାନେ ବରଗଡ଼–ବଲାଙ୍ଗିର–ମହାସମୁନ୍ଦ ଡିଭିଜନରେ ସକ୍ରିୟ ଥିଲେ । ଯାହା ଫଳରେ, ବରଗଡ଼ ଓ ବଲାଙ୍ଗିର ଜିଲ୍ଲାକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ଘୋଷଣା କରାଯାଇଛି ।
ଏଥିସହ ପଢ଼ନ୍ତୁ: ନକ୍ସଲମୁକ୍ତ ଓଡ଼ିଶା ପାଇଁ ନୂଆ ରୋଡମ୍ୟାପ୍, ମୁଣ୍ଡଜାମିନ ପୁରସ୍କାର ରାଶି ଅତ୍ୟଧିକ ବୃଦ୍ଧି
ସୁରକ୍ଷା ବାହିନୀ ତରଫରୁ ଦୀର୍ଘଦିନ ଧରି ଚାଲିଥିବା ମିଳିତ ଅଭିଯାନ, ଗୁଇନ୍ଦା ସୂଚନା, କେନ୍ଦ୍ର ଓ ରାଜ୍ୟ ସୁରକ୍ଷା ବାହିନୀଙ୍କ ସମନ୍ଵିତ ପଦକ୍ଷେପ ଏବଂ ସ୍ଥାନୀୟ ଲୋକଙ୍କ ସକ୍ରିୟ ସହଯୋଗ ଫଳରେ ଏହି ଦୁଇ ଜିଲ୍ଲାରୁ ନକ୍ସଲ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ରୂପେ ମୁକ୍ତ ହୋଇପାରିଛି ବୋଲି ଡିଜିପି ସୂଚନା ଦେଇଛନ୍ତି ।
ପୋଲିସ ବାହିନୀର ସାହସ, ସଂଯମ ଓ ପ୍ରତିବଦ୍ଧତା ଯୋଗୁଁ ଏହି ସଫଳତା ସମ୍ଭବ ହୋଇଛି । ସେ ଏହି ଅଭିଯାନରେ ଯୋଗ ଦେଇଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସାଧାରଣ ଲୋକଙ୍କ ଭରସା ଓ ସହଯୋଗ ଯୋଗୁଁ କୃତଜ୍ଞତା ଜଣାଇଛନ୍ତି ପୋଲିସ ଡିଜି ।
ଏଥିସହ ପଢ଼ନ୍ତୁ: ମାଓ ମୁକ୍ତ ଅଞ୍ଚଳ ହେଲା କୋରାପୁଟ ଜିଲ୍ଲା। ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନଓ୍ୱର ବିଶାଳ ସିଂହଙ୍କ ସୂଚନା
ରାଜ୍ୟର ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳରେ ମଧ୍ୟ ଏହି ପ୍ରକାର ଅଭିଯାନକୁ ଆଗାମୀ ଦିନରେ ଅଧିକ ତୀବ୍ର କରାଯିବା ସହ ଶୀଘ୍ର ନକ୍ସଲ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଜିପି କହିଛନ୍ତି ।
ଏହା ପୂର୍ବରୁ କୋରାପୁଟ ଜିଲ୍ଲାକୁ ମାଓ ମୁକ୍ତ ଘୋଷଣା କରାଯାଇଥିଲା । ଏନେଇ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହ ସୂଚନା ଦେଇଥିଲେ । ACM ରାଙ୍କର ଜଣେ ମହିଳା ମାଓବାଦୀ ମମତା ପୋଡିଆମି କୋରାପୁଟ ପୁଲିସ ନିକଟରେ ଆତ୍ମ ସମର୍ପଣ ପରେ ଏ କଥା କହିଥିଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ।
ନିଜ ବନ୍ଧୁକ ସହ ଆତ୍ମସମର୍ପଣ କରିଥିଲେ ମମତା ପଡିଆମୀ । ତାଙ୍କ ଠାରୁ ଟିଫିନ ବୋମା ସହି ଅଫୁଟା ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା । ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିଶ୍ୱାସ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସେ ଆତ୍ମସମର୍ପଣ କରିଛନ୍ତି ବୋଲି କହିଥିଲେ ମମତା। ଆତ୍ମସମର୍ପଣ କରିଥିବା ମାଓବାଦୀ ମମତାଙ୍କ ଘର ଛତିଶଗଡ଼ରେ ।
ସାରା ଦେଶରେ ଖସୁଛି ମାଓବାଦୀଙ୍କ ଗ୍ରାଫ । ୮କୁ ଖସିଲା ମାଓ ପ୍ରବଣ ଜିଲ୍ଲା ସଂଖ୍ୟା । ଛତିଶଗଡ଼ର ୬ଟି ଜିଲ୍ଲା, ଝାଡ଼ଖଣ୍ଡର ଗୋଟିଏ ଜିଲ୍ଲା ମାଓପ୍ରବଣ। ଓଡ଼ିଶାର କେବଳ କନ୍ଧମାଳ ଜିଲ୍ଲା ମାଓ ପ୍ରଭାବିତ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories