Videos
|
Odisha

ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଲେ ଆଉ ଜଣେ ଓଡ଼ିଆ

Jitendra Dash
Browse all articles by Jitendra Dash
·2 years ago·2 min read
ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଲେ ଆଉ ଜଣେ ଓଡ଼ିଆ

ଅର୍ଗସ ବ୍ୟୁରୋ : ବଲାଙ୍ଗିର ବେଲପଡ଼ା ବ୍ଲକ ସୁଲେକେଲାରୁ ଆସିଛି ଦାଦନ ଯନ୍ତ୍ରଣାର କରୁଣ କାହାଣୀ । ପରିବାର ସହ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ କାହ୍ନୁ ମଲ୍ଲିକ । ଇଟା ଭାଟିରେ କାମ କରିବା ବେଳେ ମାଲିକ ନିର୍ଯାତନା ଦେଉଥିଲା । ଦେହ ଅସୁସ୍ଥ ହେବା ପରେ ବି କାମ କରିବାକୁ ବାଧ୍ୟ କରୁଥିଲା । ଗୁରୁତର ହେବା ପରେ ଘରକୁ ପଠାଇ ଦେଲା ଭାଟି ମାଲିକ । ଆଉ ଘରେ ପହଞ୍ଚିବା ପରେ କାହ୍ନୁଙ୍କର ମୃତ୍ୟୁ ହୋଇଛି । ଏତିକିରେ ସରିନାହିଁ ଏ ପରିବାରର ଦୁର୍ଦ୍ଦଶା । ବାପାର ମୃତ୍ୟୁ ପରେ ୧୨ ବର୍ଷର ଝିଅକୁ ବନ୍ଧକ ରଖି ଟଙ୍କା ମାଗୁଛି ଭାଟି ମାଲିକ । 

ଝିଅକୁ ଉଦ୍ଧାର ସହ ଦାଦନ ସର୍ଦ୍ଦାରକୁ ଗିରଫ ଓ ପରିବାରକୁ କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା ଦେଇଛନ୍ତି ପରିବାର ଲୋକେ । ତୁରନ୍ତ ଏ ନେଇ ପଦକ୍ଷେପ ନେବାକୁ ଦାବି କରିଛି କୋଶଳ ମୁକ୍ତି ମୋର୍ଚ୍ଚା । ଗତ ସପ୍ତାହରେ ଆନ୍ଧ୍ରପ୍ରଦେଶ ବିଜୟନଗରମ୍ କୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଥିଲେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବାନ୍ଦୁପଳା ପଂଚାୟତ କଚେରଭାଡ଼ି ଗାଁର ବନିତା ମହାନନ୍ଦ । ଦାଦନ ଯନ୍ତ୍ରଣାର ଦୁଃଖ ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ପାତ୍ରପୁର ବ୍ଲକ୍ ପାତ୍ରପୁର ଗାଁର । 

ଦାଦନ ଖଟିବାକୁ ଯାଇଥିବା ଡମ୍ବରୁ ସେଠୀଙ୍କ ୧୯ ବର୍ଷର ପୁଅ ଦୀପକ ଗତ ଜାନୁଆରୀ ପ୍ରଥମ ସପ୍ତାହରେ ଶବ ହୋଇ ଫେରିଥିଲେ । ଏକ ଘରୋଇ କମ୍ପାନୀରେ କାମ କରୁଥିବା ଦୀପକ ଡିସେମ୍ବର ୩୦ ତାରିଖରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ରାତିରେ ମୃତ୍ୟୁ ହେଲା । ମୃତଦେହ ଆଣିବାକୁ ପ୍ରଶାସନ କୌଣସି ସାହାଯ୍ୟ କଲାନାହିଁ । ଧାର କରଜ କରି ଆମ୍ବୁଲାନ୍ସ ଯୋଗେ ୪ ଦିନ ପରେ ଶବ ଆଣିଲେ ପରିବାର ଲୋକେ ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟରେ ଅପାର ସମ୍ଭାବନା, ମାଳ ମାଳ ସରକାରୀ ଯୋଜନା । ତଥାପି ୨୪ ବର୍ଷର ବିଜେଡି ସରକାରର ଅପାରଗତା କାରଣରୁ ଲକ୍ଷ ଲକ୍ଷ ଓଡ଼ିଆ ଭୋଗୁଛନ୍ତି ଦାଦନ ଦୁର୍ଦ୍ଦଶା । କିନ୍ତୁ ଶୁଣନ୍ତୁ ଅପାରଗତା ଲୁଚାଇବାକୁ କିଛି ଦିନ ତଳେ କେମିତି ବାହାସ୍ଫଟ ମାରିଥିଲେ ରାଜ୍ୟର ଶ୍ରମମନ୍ତ୍ରୀ ସାରଦା ନାୟକ । ବଲାଙ୍ଗୀରରୁ ନେଇ ଗଞ୍ଜାମ ଯାଏଁ ଦାଦନ ଯନ୍ତ୍ରଣାର ଏ ସବୁ ଉଦାହରଣ ଦେଖିବା ପରେ ଏବେ ଜବାବ ଦିଅନ୍ତୁ ସାରଦା ନାୟକ, ଦାଦନ ବଡ଼ ପ୍ରସଙ୍ଗ ନା ନୁହେଁ ? 
 

balangir dadan death case | Argus News