Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦାଦନ ଶ୍ରମିକଙ୍କୁ ନିର୍ଯାତନା ଦେଉଛନ୍ତି ଇଟାଭାଟି ମାଲିକ, ଉଦ୍ଧାର ପାଇଁ ଆକୁଳ ନିବେଦନ

Jitendra Dash
Browse all articles by Jitendra Dash
·2 years ago
ଦାଦନ ଶ୍ରମିକଙ୍କୁ ନିର୍ଯାତନା ଦେଉଛନ୍ତି ଇଟାଭାଟି ମାଲିକ, ଉଦ୍ଧାର ପାଇଁ ଆକୁଳ ନିବେଦନ

ଅର୍ଗସ ବ୍ୟୁରୋ : ପୁଣି ବଲାଙ୍ଗିରରେ ଦାଦନ ଦୁଃଖ । ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପରିବାର ଲୋକଙ୍କ ଗୁହାରି । ଭିଡିଓ ମାଧ୍ୟମରେ ସରକାରଙ୍କୁ ନିବେଦନ । ମୁରିବାହାଲ ବ୍ଲକ ବାଲିଖମାର ଓ ବଙ୍ଗୋମୁଣ୍ଡା ବ୍ଲକ ବେହେରାଭଟା ଗ୍ରାମର  କିଛି ଲୋକ ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେଉଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଇଟାଭାଟିରେ କାମ କରୁଥିବା କିଛି ଶ୍ରମିକଙ୍କୁ ରୋଗ ବ୍ୟାପିବାରେ ଲାଗୁଛି । ଦେହ ଅସୁସ୍ଥ ଥିବା ସତ୍ତ୍ବେ ଇଟାଭାଟି ମାଲିକ କାମ କରିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ଭିଡିଓ ମାଧ୍ୟମରେ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ପରିବାର ଲୋକେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
balangir dadan issue | Argus News