Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୩ ଯୁବକଙ୍କ ଆତଙ୍କ, ଦୋକାନୀ ଆହତ

Odisha

୩ ଯୁବକଙ୍କ ଆତଙ୍କ, ଦୋକାନୀ ଆହତ

Jitendra Dash
Browse all articles by Jitendra Dash
·2 years ago·1 min read
୩ ଯୁବକଙ୍କ ଆତଙ୍କ, ଦୋକାନୀ ଆହତ

ଅର୍ଗସ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନ ଭିରତେ ବୁଲିଲା ଖଣ୍ଡା । ଦୋକାନୀ ଓ ଦୃର୍ବତ୍ତଙ୍କ ମଧ୍ୟରେ କଥା କଟାକଟିକୁ ନେଇ ଅଘଟଣ । ପ୍ରଥମେ କିଛି ଯୁବକ ଦୋକାନୀଙ୍କ ପାଖକୁ ଆସି ବାକିରେ ଜିନିଷ ଦେବାକୁ କହିଥିଲେ । ସେ ମନା କରିବାରୁ ସେମାନେ ତାଙ୍କ ସହ ଗଣ୍ଡଗୋଳ କରିବା ସହ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଦୋକାନୀ ଟେକଚନ ପୁଞ୍ଜି କଣ୍ଟାବାଞ୍ଜି ଜିଆରପି ପୋଲିସ ନିକଟରେ ବିଧିବଦ୍ଧ ଭାବେ ଅଭିଯୋଗ କରିଛନ୍ତି । 

ଗୁଡୁଙ୍କ ଘର କଣ୍ଟାବାଞ୍ଜି ଆଶ୍ରମପଡ଼ାରେ । ସେ ଷ୍ଟେସନରେ ଦୀର୍ଘ ଦିନ ହେଲା ଦୋକାନ କରି ପରିବାର ଚଳାନ୍ତି । ଗତକାଲି ବିଳମ୍ବିତ ରାତିରେ ୩ ଜର ଯୁବକ ନିଶାସକ୍ତ ଅବସ୍ଥାରେ ଗୁଡୁଙ୍କ ଦୋକାନ ପାଖରେ ପହଞ୍ଚିଥିଲେ । ସେମାନେ ଦୋକାନରୁ କିଛି ଜିନିଷ କିଣିଥିଲେ। ଏହାପରେ ଗୁଡୁ ସେମାନଙ୍କୁ ଟଙ୍କା ମାଗିଥିଲେ। ହେଲେ ସେମାନେ ଟଙ୍କା ଦେଇ ନଥିଲେ । ଏହାକୁ ସେ ବିରୋଧ କରିବାରୁ ସେମାନେ ତାଙ୍କ ସହ ଝଗଡ଼ା କରିଥିଲେ ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଖବର ପାଇ କଣ୍ଟାବାଞ୍ଜି ପୋଲିସ ଓ ଜିଆରପି ପୁଲିସ ତୁରନ୍ତୁ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପ୍ରଥମେ ସେମାନେ ଖଣ୍ଡା ଚୋଟରେ ଆହତ ଗୁଡୁଙ୍କୁ ହସ୍ପିଟାଲ ନେଇଥିଲେ । ଆଜି ସେ କଣ୍ଟାବାଞ୍ଜି ଜିଆରପି ପୁଲିସ ରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ୍‌ ଏବେ ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି ।

Argus Whatsapp Channel Mobile Top
Sponsored
Balangir District Kantbanji Railway Station Viret sword | Argus News