Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଗଞ୍ଜେଇ ଜବତ ସହ ୨ଜଣଙ୍କୁ ଗିରଫ କଲା ପୋଲିସ୍

Odisha

ଗଞ୍ଜେଇ ଜବତ ସହ ୨ଜଣଙ୍କୁ ଗିରଫ କଲା ପୋଲିସ୍

Jitendra Dash
Browse all articles by Jitendra Dash
·2 years ago·1 min read
ଗଞ୍ଜେଇ ଜବତ ସହ ୨ଜଣଙ୍କୁ ଗିରଫ କଲା ପୋଲିସ୍

ଅର୍ଗସ ବ୍ୟୁରୋ : ଦିନକୁ ଦିନ ରାଜ୍ୟରେ ବଢିଚାଲିଛି ଚୋରା ଗଞ୍ଜେଇ ଚାଲାଣ । ପୋଲିସ ହାତରେ ଲାଗୁଛି ପୁଳା ପୁଳା ଗଞ୍ଜେଇ । କୋଉଠୁ ଏ ସବୁ ଗଞ୍ଜେଇ ଆସୁଛି ତାକୁ ନେଇ ଖୋଳ ତାଡ଼ ଆରମ୍ଭ କରିଛି ପୋଲିସ । ଆଜି ତୁଷୁରା ଅବକାରୀ ବିଭାଗ ଚଢ଼ଉ କରି ଜାମୁଟ ନିକଟରୁ ଗଞ୍ଜେଇ ଜବତ କରିବା ସହ ୨ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବାଲିଗୁଡା ଥାନା ଘୁଡାବାହାଲିର ରଙ୍କମଣି ବାଗ ଓ ମୁଠାପାଲିର ବିନୋଦ ସଗରିଆ । 

ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲାରୁ ତୁଷୁରା ଥାନା ଅନ୍ତର୍ଗତ ଜାମୁଟ ରାସ୍ତାଦେଇ ଗଞ୍ଜେଇ ଚାଲଣ ହେଉଥିବା ସମ୍ପର୍କରେ ଅବକାରୀ ବିଭାଗ ଖବର ପାଇଥିଲା । ଏଣୁ ଜାମୁଟ ନିକଟରେ ଛକି ବସିଥିଲା । ଏହି ସମୟରେ ବାଇକରେ ୨ଜଣ ଯୁବକ ଏକ ବେଗ ଧରି ଦ୍ରୁତଗତିରେ ଆସୁଥିଲେ । ଅବକାରୀ ବିଭାଗକୁ ଦେଖୁ ସେମାନେ ଫେରାର ଉଦ୍ୟମ କରୁଥିବା ବେଳେ ଅବକାରୀ ବିଭାଗ କାବୁ କରିଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବେଗରୁ ପ୍ରାୟ ୭କେଜି ଗଞ୍ଜେଇ ଜବତ ହୋଇଥିଲା । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ଵୟଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ଚଢଉରେ ତୁଷୁରା ଅବକାରୀ ଅଧୁକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଏଏସ ଆଇ ଡୁଲେଶ୍ଵର କୁମରା, କନଷ୍ଟେବଳ ବିଭୁତିଭୁଷଣ ଭୋଇ, ଭୋଜରାଜ ବଢେଇ, ସୁନେଲି ପ୍ରଧାନ ସାମିଲ ଥିଲେ ।

Painting
Sponsored
Balangir ganja smuggling | Argus News