୫୨ କେଜି ଗଞ୍ଜେଇ ଓ ୧୪୦ଲିଟର ଦେଶୀ ମଦ ଜବତ

ଅର୍ଗସ ବ୍ୟୁରୋ : ତୁଷୁରା ଅବକାରୀ ବିଭାଗ ପକ୍ଷରୁ ପୃଥକ୍ ସ୍ଥାନରେ ଚଢାଉ କରାଯାଇ ୫୨ କେଜି ଗଞ୍ଜେଇ ଓ ୧୪୦ ଲିଟର ଦେଶୀ ମଦ ଜବତ ହୋଇଛି । ଏଥିସହ ଏକ କାର୍ ଓ ଗୋଟିଏ ନମ୍ବର ବିହୀନ ବାଇକ ଜବତ ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ମହିପୁର ଛକରେ ଅବକାରୀ ବିଭାଗ ପେଟ୍ରୋଲିଂବେଳେ ଏକ କାରକୁ ସନ୍ଦେହ କରି ଅଟକାଇଥିଲେ । ଯାଞ୍ଚ ପରେ ଗାଡିରୁ ୫୨ କେଜି ଗଞ୍ଜେଇ ବାହାରିଥିଲା । ଘଟଣାରେ ବୌଦ୍ଧ ଘଣ୍ଟାପଡାର ଯଶୋବନ୍ତ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେହିପରି ବରହାକୁନା ଛକଠାରେ ଏକ ବାଇକରେ ୭୦ଲିଟର ଦେଶୀ ମଦ ଚାଲାଣବେଳେ ଧରାପଡିଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ଏଥିରେ ତରଭା ଥାନା ବାଲିପଟା ଗାଁର ରାକେଶ ରଣା ଓ ରମେଶ ରଣାଙ୍କୁ ଅବକାରୀ ବିଭାଗ ଅଧିକାରୀ ଗିରଫ କରିଛନ୍ତି । ଅନ୍ୟପଟେ ଦେଓଗାଁ ଥାନା ସାଲେପାଲି ଗାଁର ଦେବରାଜ ବାଗଙ୍କ ଘର ପଛପଟୁ ୨୮ ଲିଟର ଓ ଜଳନ୍ଧର ବେହେରାଙ୍କଠୁ ୪୨ ଲିଟର ଦେଶୀ ମଦ ଜବତ ହୋଇଛି ।