ଦାଦନ ଯନ୍ତ୍ରଣାରେ ଜଡସଡ ଓଡ଼ିଶା

ଅର୍ଗସ ବ୍ୟୁରୋ : ଦାଦନ ହୋଇ ଗଲେ, ଶବ ହୋଇ ଫେରିଲେ । ଓଡ଼ିଶା ପାଇଁ ଏଭଳି କଥା ନୁଆ ନୁହେଁ । ବଲାଙ୍ଗିର ଜିଲ୍ଲା କଥା ଆସିଲେ ଏହା ଏକ ସାଧାରଣ କଥା । ଦାଦନ ପ୍ରବଣ ଏହି ଜିଲ୍ଲାର ପାଟଣାଗଡ ବ୍ଲକ ଶାଲେପାଲି ପଞ୍ଚାୟତର ଗଜାନନ ସାଣ୍ଡ ସର୍ଦ୍ଦାର ପ୍ରଦୀପ ତାଣ୍ଡିଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା ନେଇ ନିଜ ପରିବାର ସହ ବିଜୟନଗରମକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ କାମ କରୁଥିବା ସମୟରେ ଗଜାନନର ଦେହ ଅସୁସ୍ଥ ହୋଇପଡିବାରୁ ସେଠାରେ ଡାକ୍ତରଖାନାରେ ଚିକିତ୍ସା ନ କରି ସର୍ଦ୍ଦାର ତାକୁ ଗାଁକୁ ଆଣୁଥିବା ବେଳେ ସମତା ଏକ୍ସପ୍ରେସ ବାଟରେ ତାର ମୃତ୍ୟୁ ହୋଇଥିଲା । ସଙ୍ଗୀନ କଥା ହେଲା ପରିବାର ଲୋକଙ୍କୁ ଖବର ଦେଇ ସମତା ଏକ୍ସପ୍ରେସରେ କଣ୍ଟାବାଞ୍ଜିରେ ମୃତଦେହକୁ ଛାଡ଼ି ଫେରାର ମାରିଥିଲା ଦଲାଲ । ଜିଆରପି ପୋଲିସ ମୃତଦେହ ଜବ କରି ବ୍ୟେବଚ୍ଛେଦ ପାଇଁ ପଠାଇଥିଲା ।
ମାଲକାନଗିରିରେ ରୋଜଗାର ପାଇଁ ଦାଦନ ଖଟି ଯାଇଥିବା ଭେଣ୍ଡିଆ ପୁଅ ଫେରିଲା ନାହିଁ । ୧୦ ମାସ ହେଲା ସଦରର ବ୍ଲକର ସୋରିଷମାଲ ଗାଁର ମଣି ମା୍ଟମଙ୍କ କୌଣସି ଖୋଜଖବର ନାହିଁ । ନିଜ ଗାଁର ଦଲାଲ ଇଡ଼ମା ଆନ୍ଧ୍ରପ୍ରଦେଶରେ ରହୁଥିବା ସ୍ଥାନକୁ ଯାଇ ପଚରାଉଚରା କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନାହିଂ। ଶ୍ରମ ଅଧିକାରୀ କେବଳ ଶାନ୍ତ୍ବନା ଓ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ଉପକୂଳରୁ ଉପାନ୍ତ ସବୁଠି ଦାଦନ ଦୁଃଖ । ୨୪ ବର୍ଷର ବିଜେଡି ସରକାରରେ ସରୁନି ଦାଦନ ଯନ୍ତ୍ରଣା । ଦାଦାନ ଶ୍ରମିକ ପ୍ରସଙ୍ଗରେ ଶ୍ରମ ମନ୍ତ୍ରୀଙ୍କ ବେପରୱା ପ୍ରତିକ୍ରିୟାରୁ ଗୋଟିଏ କଥା ସ୍ପଷ୍ଟ ଦାଦନଙ୍କୁ ନେଇ ସମ୍ବେଦନଶୀଳ ନୁହଁନ୍ତି ଓଡ଼ିଶା ସରକାର । ଏଠି ଦାଦନ କେତେବେଳେ ଫେରୁଛି ଶବ ତ ଆଉ କେତେ ବେଳେ ସୀମା ଟପୁଛି ନିର୍ଯ୍ୟାତନା । ଅପାର ସମ୍ଭାବନା ଥିବା ଓଡ଼ିଶାର ଲୋକେ ବାହାର ରାଜ୍ୟରେ ହେଉଛନ୍ତି ଜୁଲମର ଶିକାର । ଓଡ଼ିଶାରେ ନିଜ ଲୋକଙ୍କୁ କାହିଁକି ମିଳୁନି କାମ ? ଜବାବ ଦେବେ କି ୨୪ ବର୍ଷର ବିଜେଡି ସରକାର ? କାହିଁକି ମୁହଁ ଖୋଲୁନାହାନ୍ତି ମୁଖିଆ ?
