Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁଣି ଦାଦନ ଶ୍ରମିକକୁ ନିର୍ଯାତନା, ଭିଡିଓ ଭାଇରାଲ ପରେ ଚିନ୍ତାରେ ମା'-ବାପା

Odisha

ପୁଣି ଦାଦନ ଶ୍ରମିକକୁ ନିର୍ଯାତନା, ଭିଡିଓ ଭାଇରାଲ ପରେ ଚିନ୍ତାରେ ମା'-ବାପା

Jitendra Dash
Browse all articles by Jitendra Dash
·2 years ago·1 min read
ପୁଣି ଦାଦନ ଶ୍ରମିକକୁ ନିର୍ଯାତନା, ଭିଡିଓ ଭାଇରାଲ ପରେ ଚିନ୍ତାରେ ମା'-ବାପା

ଅର୍ଗସ ବ୍ୟୁରୋ : ପୁଣି ଆସିଲା ଦାଦନ ଶ୍ରମିକକୁ ନିର୍ଯାତନା ଖବର । ନିସ୍ତୁକ ମାଡ଼ ମାରୁଛି ଇଟା ଭାଟି ମାଲିକ । ସୂଚନା ଅନୁଯାୟୀ ଗୁଡଭେଲା ଗ୍ରାମର ରାମକୃଷ୍ଣ ମାଝି ୬ମାସତଳେ ତେଲଙ୍ଗାନା ନାଲକୁର ରାଙ୍ଗା ରେଡିକୁ ଇଟାଭାଟିରେ କାମ କରିବା ପାଇଁ ଯାଇଥିଲେ । ସେଠାରେ ତାଙ୍କୁ ନିର୍ଯାତନା ସହ ମାଡ଼ ମରାଯାଉଥିବା ଅଭିଯୋଗ ହୋଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାମକୃଷ୍ଣଙ୍କୁ କୌଣସି କାରଣରୁ ଇଟାଭାଟି ମାଲିକ ଅଟକ ରଖ୍ କାଠ ଠଫାଳିଆରେ ମାଡ ମାରିଛି । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓ ଭାଇରାଲ ପରେ ବୃଦ୍ଧା ପିତାମାତା ରାମକୃଷ୍ଣଙ୍କ ସହ ଫୋନ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଫୋନ ସୁଇଚଅଫ ଥିବାରୁ ସମ୍ପର୍କ ହୋଇପାରିଲାନାହିଁ । ଏଣୁ ବାପା-ମା’ ବିଭିନ୍ନ ଆଶଙ୍କାରେ ରହିଛନ୍ତି । ପୁଅକୁ ଉଦ୍ଧାର କରିବା ପାଇଁ ବୃଦ୍ଧ ଦମ୍ପତି ପ୍ରଶାସନ ପାଖେ ନିବେଦନ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Balangir migrant labour case | Argus News