Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅରଡ଼ ବଜାରରେ ଗୁଳିକାଣ୍ଡ; କାର୍‌ରୁ ଓହ୍ଲାଇବା ବେଳେ ବ୍ୟବସାୟୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

Odisha

Crime In Odisha / ଅରଡ଼ ବଜାରରେ ଗୁଳିକାଣ୍ଡ; କାର୍‌ରୁ ଓହ୍ଲାଇବା ବେଳେ ବ୍ୟବସାୟୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଅରଡ଼ ବଜାରରେ ଗୁଳିକାଣ୍ଡ; କାର୍‌ରୁ ଓହ୍ଲାଇବା ବେଳେ ବ୍ୟବସାୟୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ
Businessman Murdered in Balasore

Key Points

ମହରମ୍‌ର ଠିକ୍ ଦିନକ ପୂର୍ବରୁ ଏଭଳି ଗୁଳିକାଣ୍ଡ ବାଲେଶ୍ଵରକୁ ଥରାଇ ଦେଇଛି, ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସହଦେବଖୁଣ୍ଟା ଥାନା ପୋଲିସ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି ।
ବାଲେଶ୍ଵର: ଅଶାନ୍ତ ଅରଡ଼ ବଜାର । ଅପରାହ୍ଣରେ ଫୁଟିଲା ଗୁଳି । ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ ବଜାରରେ ଗୁଳିକାଣ୍ଡ ଘଟିଛି । ବିଚ୍ ବଜାର ଉପରେ ବ୍ୟବସାୟୀଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଏଥିରେ ବ୍ୟବସାୟୀ ଏସ୍.କେ. ହମିଦଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ହମିଦ ତାଙ୍କ କାର୍‌ରେ ଓହ୍ଲାଇବା ବେଳେ ଗୁଳିମାଡ଼ ହୋଇଛି । ବାଇକ୍‌ରେ ଆସି ଦୁର୍ବୃତ୍ତ ପ୍ରାୟ ୧୦ ରାଉଣ୍ଡ ଗୁଳି କରିଛନ୍ତି । ବ୍ୟବସାୟିକ ଶତ୍ରୁତାକୁ ନେଇ ଦୁଇ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର୍ ହୋଇ ଯାଇଛନ୍ତି ।

ଏଥିସହ ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନଙ୍କ ବିରୋଧରେ ଲାଗିଲା ସଙ୍ଗୀନ ଦଫା 

ମୃତକ ଏସ୍‌.କେ. ହମିଦଙ୍କ ମୁଣ୍ଡ ଓ ଶରୀର ଅନ୍ୟ ସ୍ଥାନରେ ଗୁଳି ବାଜିଛି । ମହରମ୍‌ର ଠିକ୍ ଦିନକ ପୂର୍ବରୁ ଏଭଳି ଗୁଳିକାଣ୍ଡ ବାଲେଶ୍ଵରକୁ ଥରାଇ ଦେଇଛି, ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସହଦେବଖୁଣ୍ଟା ଥାନା ପୋଲିସ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି ।

ଗତକାଲି ବାଲେଶ୍ଵର କିଛି ଦୁର୍ବୃତ୍ତଙ୍କୁ ଧରିବା ସହ ବନ୍ଧୁକ ଜବତ କରିଥିଲା । ଯାହାର ଦିନକ ପରେ ଅରଡ଼ ବଜାରରେ ଦୁର୍ବୃତ୍ତ ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା କରିଛନ୍ତି । ବୁଧବାର ପୋଲିସ ଧରିଥିବା ଅଭିଯୁକ୍ତଙ୍କ ଆଜି ଗୁଳିମାଡ଼ କରିଥିବା ଦୁର୍ବୃତ୍ତଙ୍କ କିଛି ସମ୍ପୃକ୍ତି ଅଛି କି ତାକୁ ନେଇ ବି ଚର୍ଚ୍ଚା ହେଉଛି ।

ଘର ପାଖରେ ଗୁଳିମାଡ଼

ମିଳିଥିବା ସୂଚନା ଅନୁସାରେ, ବାଇକ୍‌ରେ ଆସିଥିବା ୨ ଜଣ ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧିଥିଲେ । ଏସ୍‌.କେ. ହମିଦ ତାଙ୍କ ଶୋ ରୁମ୍ ବନ୍ଦ କରି ଘରକୁ ଖାଇବାକୁ ଆସୁଥିଲେ । ଘର ପାଖରେ ହମିଦ କାର୍‌ରୁ ଓହ୍ଲାଇବା ବେଳେ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି ।

ମହରମ୍ ପୂର୍ବ ଦିନ ଫୁଟିଲା ଗୁଳି

ମହରମ୍‌କୁ ନେଇ ବାଲେଶ୍ଵର ଜିଲ୍ଲାରେ ପୋଲିସ ଆଲର୍ଟରେ ରହିଛି । ସହର ସାରା ପୋଲିସ ମୁତୟନ ହୋଇଥିବା ବେଳେ ଅରଡ଼ ବଜାରରେ ଗୁଳିମାଡ଼ ହୋଇଛି । ବ୍ୟବସାୟିକ ଶତ୍ରୁତା ସହ ଅନ୍ୟ ଦିଗକୁ ନଜରରେ ରଖି ପୋଲିସ ଛାନଭିନ୍ ଆରମ୍ଭ କରିଛି ।

ଶୋ ରୁମ୍‌ରୁ ପିଛା, ଘର ନିକଟରେ ଗୁଳି

ସହଦେବ ଖୁଣ୍ଟା ଥାନା ଅଧୀନ ଅରଡ଼ ବଜାର ଲେନ୍-୨ରେ ଏହି ଗୁଳିମାଡ଼ ହୋଇଛି । ମୃତକ ହମିଦ ହେଉଛନ୍ତି କାର ଆସେଶୋରିଜ ଫ୍ରିଡମ ଫେଶନର ମାଲିକ । ସୂଚନା ଅନୁସାରେ, ଦୁଇ ଜଣ ଦୁର୍ବୃତ୍ତ ହମିଦ୍‌ଙ୍କୁ ତାଙ୍କ ଶୋ ରମ୍‌ ନିକଟରୁ ବାଇକ୍‌ରେ ପିଛା କରି ଆସସିଥିଲେ । ମୁହଁରେ କଳା ରଙ୍ଗର ମାସ୍କ ପିନ୍ଧି ଆସିଥିଲେ ଦୁର୍ବୃତ୍ତ ।

ଏଥିସହ ପଢ଼ନ୍ତୁ: ଉପବାଚସ୍ପତିଙ୍କ ନକଲି ଦସ୍ତଖତରେ ବଦଳି ଷଡଯନ୍ତ୍ର ଘଟଣା: ୧୦ ଦିନ ପରେ ବି ପୋଲିସ ହାତ ଖାଲି 

ହମିଦ୍‌ ତାଙ୍କ କାରରୁ ଓହ୍ଲାଇବା ବେଳେ ଦୁର୍ବୃତ୍ତ ୮ରୁ ୧୦ ରାଉଣ୍ଡ ଗୁଳି କରିଥିଲେ । ସ୍ଥାନୀୟ ଯୁବକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ହମିଦଙ୍କୁ ନିଆ ଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored