|
logo
Live

Argus News - ବାଇକ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ, ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ବାଲେଶ୍ୱର ଏସପି

Odisha

ବାଇକ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ, ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ବାଲେଶ୍ୱର ଏସପି

Jitendra Dash
Browse all articles by Jitendra Dash
·2 years ago·1 min read
ବାଇକ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ, ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ବାଲେଶ୍ୱର ଏସପି

ଅର୍ଗସ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ଔପଦା ଥାନା ପୋଲିସ ଏକ ବାଇକ ଚୋରି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଏ ନେଇ ଆଜି ଔପଦା ଥାନାରେ ବାଲେଶ୍ୱର ଏସପି ସାଗରିକା ନାଥଙ୍କ ଏକ ସାମ୍ବାଦିକ ସମ୍ମିଳନୀ କରି ବାଇକ ଗ୍ୟାଙ୍ଗ ବିଷୟରେ ସୂଚନା ଦେଇଛନ୍ତି । ଔପଦା ପୋଲିସ ଚୋରି ଗ୍ୟାଙ୍ଗ ଠାରୁ ୨୨ଟି ବାଇକ, ଗୋଟିଏ ଇଣ୍ଡୋଗୁ କାର, ଗୋଟିଏ ଲାପଟପ,୧୬ଟି ଗାଡି ଚାବି,୨ଟି ମୋବାଇଲ ଫୋନ,୨ଟି ନକଲି ସାମ୍ବାଦିକ ଆଇଡକାର୍ଡ ଏବଂ ୫୬୯୭୦ ଟଙ୍କା କ୍ୟାସ ଜବତ କରିବା ସହିତ ୩ଜଣଙ୍କୁ ଗିରଫ କରିଛି । 

ଚୋରି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ବାଲେଶ୍ୱର ସିଙ୍ଗଲା ଅଞ୍ଚଳର ହୋଇଥିବା ବେଳେ ସେ ନିଜକୁ ଜଣେ ୱେବ ଚ୍ୟାନେଲର ସମ୍ବାଦିକ ଭାବରେ ପରିଚୟ ଦେଇ ଔପଦା ଥାନା ଅଞ୍ଚଳରେ ତାଙ୍କ ସମ୍ପର୍କୀୟଙ୍କ ଘରେ ରହି ବାଇକ ଚୋରି କରୁଥିବା ଔପଦା ପୋଲିସ ଖବର ପାଇଥିଲା । ବାଲେଶ୍ୱର ଏସପିଙ୍କ ନିର୍ଦେଶ କ୍ରମେ ଔପଦା ଆଇଆଇସି ଶ୍ରବଣ କୁମାର ମହାରଣାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଚଢ଼ାଉ କରିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୁଖ୍ୟ ଅଭିଯୁକ୍ତର ସହଯୋଗୀ ଭାବେ ବଲାଙ୍ଗୀର ଏବଂ ବାଲେଶ୍ବର ସୁନହାଟ ଅଞ୍ଚଳର ୨ଜଣ ଯୁବକଙ୍କୁ ଗିରଫ କରିଥିଲେ । ମୁଖ୍ୟ ଅଭିଯୁକ୍ତର ବିଭିନ୍ନ ଥାନାରେ ୧୪ଟି ମାମଲା ଥିବାବେଳେ ୨ସହଯୋଗୀଙ୍କ ଏକାଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି । ଜବତ ବାଇକ ଗୁଡିକ ଔପଦା, ମୟୂରଭଞ୍ଜ, କଟକ ସମେତ ବିଭିନ୍ନ ଅଞ୍ଚଳରୁ ଜବତ ହୋଇଥିବା ପୋଲିସ ସୂଚନା ଦେଇଛି ।

Sponsored
ବାଇକ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ, ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ବାଲେଶ୍ୱର ଏସପି | Argus News