Videos
|
Odisha

Orangutan Smuggling / ବାଲେଶ୍ଵରରୁ ଦୀଘା, କୋଲକାତା ଯାଏଁ ଲମ୍ବିଛି ତସ୍କରୀ ଲିଙ୍କ୍; ୫୦ ହୋଟେଲ ସିସିଟିଭି ଯାଞ୍ଚ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବାଲେଶ୍ଵରରୁ ଦୀଘା, କୋଲକାତା ଯାଏଁ ଲମ୍ବିଛି ତସ୍କରୀ ଲିଙ୍କ୍; ୫୦ ହୋଟେଲ ସିସିଟିଭି ଯାଞ୍ଚ
Balasore to Digha-Kolkata Link Under STF Scanner

Key Points

୫ ଦିନ ପରେ ବି ଫିଟୁନି ରହସ୍ୟ
ଅର୍ଗସ୍‌ ହାତରେ ଏକ୍ସକ୍ଲୁସିଭ୍‌ ସୁରାକ୍
ସିସିଟିଭିରେ କଳା ଥର୍‌ ଗାଡ଼ିର ଫର୍ଦ୍ଦାଫାସ୍
ଦୀଘାର ହୋଟେଲ ମାଲିକ ବାପ-ପୁଅ ଫେରାର
ବାଲେଶ୍ଵର/ଭୁବନେଶ୍ଵର: ବାଲେଶ୍ୱରରୁ ଦୀଘା, ଦୀଘାରୁ କୋଲକାତା... ଆଉ ପୁଣି ଦୀଘାରୁ ହାୱଡ଼ା । ୫ ଦିନ ବିତିଗଲାଣି, ହେଲେ ଏବେ ବି ଫିଟୁନି ଓରାଙ୍ଗଉଟାନ ତସ୍କରୀ ରାକେଟର ଗୁପ୍ତ ରହସ୍ୟ । ୫ଟି ବିରଳ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣା ପଛରେ ରହିଛି କି ଅନ୍ତର୍ଜାତୀୟ ୱାଇଲ୍ଡଲାଇଫ୍ ସ୍ମଗଲିଂ ନେଟୱର୍କ ?

କ୍ରାଇମବ୍ରାଞ୍ଚ STF ୫୦ରୁ ଅଧିକ ହୋଟେଲର ସିସିଟିଭି ଯାଞ୍ଚ କରିବା ସହ ୪୦ରୁ ଅଧିକ ଲୋକଙ୍କୁ ଜେରା ସାରିଲାଣି, ହେଲେ ଅସଲି ମାଷ୍ଟରମାଇଣ୍ଡ ଏବେ ବି ଛୁ... । ଏହି ସସପେନ୍ସ ଭିତରେ ଅର୍ଗସ୍‌ ନ୍ୟୁଜ୍‌ ହାତରେ ଲାଗିଛି ଏକ୍ସକ୍ଲୁସିଭ୍ ସୁରାକ୍ । ୭ ତାରିଖ ବିଳମ୍ବିତ ରାତିରେ ବିଚିତ୍ରପୁର କ୍ୟାମ୍ପକୁ ଯାଇଥିବା କଳା ରଙ୍ଗର 'ଥର୍‌' ଗାଡ଼ିର ଫର୍ଦ୍ଦାଫାସ୍ ହୋଇଛି । କାହାର ଏହି ଗାଡ଼ି ? ଦୀଘାର ହୋଟେଲ ମାଲିକ ବାପ-ପୁଅଙ୍କର ଏହି ତସ୍କରୀ ରାକେଟ ସହ ସମ୍ପୃକ୍ତି କ’ଣ ?

ଏଥିସହ ପଢ଼ନ୍ତୁ: ଜଗତସିଂହପୁରରୁ ବିହାର; ସିମ୍ ବକ୍ସ ଠକେଇର ଓଡ଼ିଶା ଲିଙ୍କ୍, CBIର ବଡ଼ ପର୍ଦ୍ଦାଫାସ

୫ଟି ଓରାଙ୍ଗଉଟାନ ଶାବକ ଉଦ୍ଧାରକୁ ୫ ଦିନ ବିତିଲାଣି, ହେଲେ ସସପେନ୍ସ କମିବା ବଦଳରେ ରହସ୍ୟ ଆହୁରି ଘନେଇବାରେ ଲାଗିଛି । କିଏ ଆଣିଥିଲେ ଏହି ଦୁର୍ଲଭ ଜୀବଙ୍କୁ ? କାହା ପାଇଁ ଆସିଥିଲା ? ଆଉ ଓଡ଼ିଶା ବାଟ ଦେଇ କୁଆଡ଼େ ଚାଲାଣ ହୋଇଥାନ୍ତା ? ଏ ସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ଦିନରାତି ଏକ କରିଦେଇଛି କ୍ରାଇମ୍ ବ୍ରାଞ୍ଚ STF । ଏସବୁ ଭିତରେ ଅର୍ଗସ୍‌ ହାତରେ ଲାଗିଛି ଘଟଣା ସହ ସମ୍ପର୍କିତ ସବୁଠୁ ବଡ଼ ଏକ୍ସକ୍ଲୁସିଭ୍‌ ଭିଜୁଆଲ୍‌ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତ ୭ ତାରିଖ ବିଳମ୍ବିତ ରାତିରେ ବିଚିତ୍ରପୁର କ୍ୟାମ୍ପକୁ ଯାଇଥିବା ସନ୍ଦିଗ୍ଧ କଳା ଥର୍‌ ଗାଡ଼ିର ନମ୍ବର (WB 56T 0333) ସିସିଟିଭିରୁ ସାମ୍ନାକୁ ଆସିଛି । ତଦନ୍ତରୁ ଜଣାପଡ଼ିଛି, ଏହି ଗାଡ଼ିର ମାଲିକ ପଶ୍ଚିମବଙ୍ଗ ଦୀଘାସ୍ଥିତ ଗୋଟିଏ ବଡ଼ ହୋଟେଲର ମାଲିକ । ଘଟଣା ପରଠାରୁ ହୋଟେଲ ଓ ତାଙ୍କ ପୁଅ ଫେରାର ଅଛନ୍ତି ।

STF ଗତକାଲି ଦୀଘାର ସମ୍ପୃକ୍ତ ହୋଟେଲ ସିଲ୍‌ କରିଥିବା ବେଳେ, ଆଜି ହାୱଡ଼ାର ଅନ୍ଦୋଲ ଗାଁରେ ଥିବା ତାଙ୍କ ଘରେ ତନାଘନା ଚଢ଼ାଉ କରିଛି । ଏବେ ପ୍ରଶ୍ନ ଉଠୁଛି, ଅନ୍ତର୍ଜାତୀୟ ତସ୍କରୀ ରାକେଟ୍ ସହ ହୋଟେଲ ମାଲିକ ବାପ-ପୁଅଙ୍କର ସୀମାପାର ସମ୍ପର୍କ ରହିଛି କି ?

ତଦନ୍ତ ଯେତିକି ଆଗଉଛି, ସୁରାକ୍ ସେତିକି ପଦାକୁ ଆସୁଛି । STF ଟିମ୍ ଏପର୍ଯ୍ୟନ୍ତ ୫୦ରୁ ଅଧିକ ହୋଟେଲର ସିସିଟିଭି ଯାଞ୍ଚ କରିସାରିଥିବା ବେଳେ ୪୦ରୁ ଅଧିକ ଲୋକଙ୍କୁ ଜେରା କରିଛି । ତେବେ ଡିଜିପିଙ୍କ ନିର୍ଦ୍ଦେଶ ପରେ ଏବେ ତଦନ୍ତକାରୀ ସଂସ୍ଥା ଡିଜିଟାଲ୍ ଫରେନ୍‌ସିକ୍‌ର ସହାୟତା ନେବାକୁ ଯାଉଛି ।

ଦୀଘାରୁ ବିଚିତ୍ରପୁର ବଡ଼ପାହି ଅଞ୍ଚଳ ଭିତରେ ପ୍ରାୟ ୧୨ଟି ମୋବାଇଲ୍ ଟାୱାର ରହିଛି । ଘଟଣା ଦିନ ଏହି ଅଞ୍ଚଳରେ କେଉଁ କେଉଁ ସନ୍ଦିଗ୍ଧ ମୋବାଇଲ୍ ନମ୍ବର ସକ୍ରିୟ ଥିଲା, ତାହାର ଡମ୍ପ ଡାଟା ଆନାଲିସିସ୍ କରାଯାଉଛି । ସାଇବର ଏକ୍ସପର୍ଟଙ୍କ କହିବା କଥା, ଡିଜିଟାଲ୍ ଫରେନ୍‌ସିକ୍‌ ପଦ୍ଧତିରେ ସେହି ନିର୍ଦ୍ଦିଷ୍ଟ ସମୟରେ ଆକ୍ଟିଭ୍‌ ଥିବା ନେଟୱର୍କ ଓ ମୋବାଇଲ୍‌ ଲୋକେସନ୍‌କୁ ଟ୍ରାକ୍‌ କରାଗଲେ ତସ୍କରଙ୍କର ଅସଲ ପରିଚୟ ସହଜରେ ସାମ୍ନାକୁ ଆସିପାରିବ ।

ଏଥିସହ ପଢ଼ନ୍ତୁ: ନୂଆ ପରିବେଶ ସହ ଖାପ ଖୁଆଉଛନ୍ତି ଓରାଙ୍ଗଉଟାନ; ଖୋଲିଲା ବଡ଼ ରହସ୍ୟ... 

ଓରାଙ୍ଗଉଟାନ ଚାଲାଣ ଘଟଣାରେ ପ୍ରତିଦିନ ନୂଆ ନୂଆ ମୋଡ଼ ଆସୁଛି । ସେପଟେ ପଶ୍ଚିମବଙ୍ଗରେ ହେଉଥିବା ଡିଲ୍ କାହା ସହ ହେଉଥିଲା, ଆଉ କାହିଁକି ହେଲା ଫେଲ୍ ? ଯଦି ଫେଲ୍ ହେଲା, ତେବେ ଓଡ଼ିଶାକୁ ଟ୍ରାଞ୍ଜିଟ ରୁଟ୍‌ ଭାବେ ବ୍ୟବହାର କରିବାରେ ଆଉ କିଏ କିଏ ସାମିଲ ଅଛନ୍ତି, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ।