Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଇ-ବସ୍ ଫେଲ୍ ମାରିବା ପଛରେ ଦାୟୀ କିଏ ?

Odisha

EV Bus / ଇ-ବସ୍ ଫେଲ୍ ମାରିବା ପଛରେ ଦାୟୀ କିଏ ?

Sushanta Sahoo
Browse all articles by Sushanta Sahoo
·1 day ago·2 min read
ଇ-ବସ୍ ଫେଲ୍ ମାରିବା ପଛରେ ଦାୟୀ କିଏ ?
Crores Worth EV Buses Lie Unused

Key Points

RTO ଅଫିସ୍‌ରେ ପଡ଼ି ରହିଛି ୯ଟି ଇଭି ବସ୍
ଅକ୍ଷମତା ପ୍ରକାଶ କରି ହାତ ଟେକି ଦେଇଛି ପୌର ପ୍ରଶାସନ
ବାଲେଶ୍ଵର: ପେଟ୍ରୋଲ୍-ଡିଜେଲ୍ ସଂକଟ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଇଭି ଉପରେ ଗୁରୁତ୍ଵ ଦେଉଛନ୍ତି । ଇଭି ଯାନବାହନ ବ୍ୟବହାର ପାଇଁ ସରକାର ଅପିଲ୍ କରୁଛନ୍ତି । କିନ୍ତୁ ବାଲେଶ୍ବର ସହରରେ ଖତ ଖାଉଛି ଇଭି ବସ୍ ।

ଇଭି ଚାହିଦା ବୃଦ୍ଧି ପାଉଥିବା ବେଳେ ସମସ୍ୟାର ବାଟ ଫିଟୁ ନାହିଁ । ମାସେ ନୁହଁ କି ଦୁଇ ମାସ ନୁହଁ ବରଂ ବର୍ଷ ବର୍ଷ ଧରି ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ପଡ଼ି ପଡ଼ି ନଷ୍ଟ ହେବାକୁ ବସିଲାଣି ଇ-ବସ୍ ।

ଏଥିସହ ପଢ଼ନ୍ତୁ: ବହି ବିଭ୍ରାଟ ରୋକିବ ଚାରି ଥାକିଆ ଯାଞ୍ଚ ବ୍ୟବସ୍ଥା 

ଖତ ଖାଉଛି ଲୋକଙ୍କ ପାଇଁ ଆସିଥିବା ଇଭି ବସ୍ । RTO ଅଫିସ୍‌ରେ ପଡ଼ି ରହିଛି ୯ଟି ଇ-ବସ୍ । ସହରବାସୀଙ୍କୁ ଉତ୍ତମ ବସ୍ ସେବା ଯୋଗାଇ ଦେବା ପାଇଁ ବାଲେଶ୍ବର-ଭଦ୍ରକ ଅର୍ବାନ ଟ୍ରାନ୍ସପୋର୍ଟ ଟ୍ରଷ୍ଟ ପକ୍ଷରୁ ଇ-ବସ୍ ସେବା ଆରମ୍ଭ କରା ଯାଇଥିଲା ।

ମାତ୍ର ବିଭିନ୍ନ କାରଣ ପାଇଁ ବାଲେଶ୍ଵର ମୋଟର ଆସୋସିଏସନ ଓ ବାଲେଶ୍ୱର ମ୍ୟୁନିସିପାଲିଟି ମଧ୍ୟରେ ସମନ୍ଵୟ ନ ରହିବା ଫଳରେ ଗତ ୨୦୨୪ ଅକ୍ଟୋବର ୨ ତାରିଖରୁ ସହରରେ ଏହି ସେବା ବନ୍ଦ ରହିଛି । ଫଳରେ ସହରବାସୀ ଟାଉନ୍ ବସ୍ ସେବାରୁ ବଞ୍ଚିତ ହେଉଛନ୍ତି ।

୩୪ ସିଟ୍ ବିଶିଷ୍ଟ ପ୍ରତି ବସ୍‌ର ମୂଲ୍ୟ ଥିଲା ୧.୧୦ କୋଟି ଟଙ୍କା । ୯ଟିରୁ ଗୋଟିଏ ବସ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବା ପରେ ୫ ବସ୍ ସହର ଭିତରେ ନିୟମିତ ଚଳାଚଳ କରୁଥିଲା ।

ଏଥିସହ ପଢ଼ନ୍ତୁ: ଚୌଦ୍ବାର ଜେଲରୁ ସିସିଟିଭି ଫୁଟେଜ୍ ଗାଏବ ଘଟଣା, ଅଡ଼ୁଆରେ ପଡ଼ିପାରନ୍ତି ଜେଲ୍ ଡିଜି 

ଇ-ବସ୍ ସେବା ବନ୍ଦ ହେବା ନେଇ ବାଲେଶ୍ବର ପୌର ପାଳିକା ଅଧ୍ୟକ୍ଷା କହିଛନ୍ତି, ସହରରେ ଅନେକ ଗଳି କନ୍ଦି ଥିବାରୁ ବସ୍ ଚଳାଚଳରେ ସମସ୍ୟା ଦେଖା ଦେଉଥିଲା । ସେପଟେ ଘଟଣାକୁ ୩ ମାସ ବିତି ଯାଇଥିଲେ ଇ-ବସ୍ ପୁଣି ଚଳାଚଳ ନେଇ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ।

କୋଟି କୋଟି ଟଙ୍କାରେ କିଣା ଯାଇଥିବା ଇ-ବସ୍ ଏବେ ଖତ୍ ଖାଇବାକୁ ବସିଲାଣି । ବାଲେଶ୍ବରବାସୀ ପୁଣି କେବେ ଇ-ବସ୍ ସେବା ପାଇବେ ତାହା ବଡ଼ ପ୍ରଶ୍ନ ପାଲଟିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored