Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧାହେଲେ ରସିକିଆ ମାଷ୍ଟର

Odisha

ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧାହେଲେ ରସିକିଆ ମାଷ୍ଟର

Jitendra Dash
Browse all articles by Jitendra Dash
·2 years ago·2 min read
ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧାହେଲେ ରସିକିଆ ମାଷ୍ଟର

ଅର୍ଗସ ବ୍ୟୁରୋ : “ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ” ସମାଜରେ ଗୁରଙ୍କୁ ସର୍ବୋଚ୍ଚ ସ୍ଥାନ ଦିଆଯାଇଥିବା ବେଳେ ଏଭଳି ପବିତ୍ର ସମ୍ପର୍କକୁ ଜଳାଞ୍ଜଳି ଦେଇ ବର୍ତ୍ତମାନର କିଛି ଶିକ୍ଷକ କଳଙ୍କିତ କରୁଥିବା ଦେଖିବାକୁ ମିଳୁଛି । ଏମିତିକି ଏକ ରସିକିଆ ଶିକ୍ଷକ ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧାହେଲେ । ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସୀମା ପାର କଲେ ପ୍ରଧାନ ଶିକ୍ଷକ । ପିଲାଙ୍କୁ ପାଠ ପଢାଇବା ବଦଳରେ ନିଜେ ପଢିଲେ ପ୍ରେମ ପାଠ । ସ୍କୁଲ ପରିସରରେ ଛତ୍ରୀଙ୍କୁ କଲେ ଅସଦାଚରଣ । ଆଉ ଷେଷରେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ି ହିନସ୍ତା ହେଲେ । ଏଭଳି ଘଟଣା ଘଟିଛି ଭୋଗରାଇ ବ୍ଲକ କଖଡା ପଞ୍ଚାୟତ ଚଣ୍ଡୀପୁର ମୁଣ୍ଢାବଣିଆ ସରକାରୀ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ପ୍ରଧାନ ଶିକ୍ଷକ ଗୋବିନ୍ଦ ଚରଣ ଜେନା ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଗ୍ରାମବାସୀ ଏବଂ ଅଭିଭାବକ ମାନେ ଖବର ପାଇବା ପରେ ସ୍କୁଲ ପରିସରରେ ଉତେଜନା ମୂଳକ ପରିସ୍ଥିତି ଦେଖାଦେଇ ଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ତେବେ ପ୍ରଧାନ ଶିକ୍ଷକଙ୍କୁ ଏ ବାବଦରେ ପଚାରିବା ସମୟରେ ସେ କୌଣସି ଉତ୍ତର ନ ଦେଇ ଖସି ପଳାଇବାକୁ ଚେଷ୍ଟା କରୁଥିଲେ । ଏ ସମୟରେ ଗ୍ରାମବାସୀ ମାନେ ଗୋବିନ୍ଦଙ୍କୁ ଠେଲା ପେଲା କରିବା ସହିତ ଅଟକ ରଖିଥିଲେ । କିନ୍ତୁ ପ୍ରଧାନ ଶିକ୍ଷକ ଗୋବିନ୍ଦ ସ୍କୁଲ ଭିତରୁ ଫେରାର ହୋଇଯାଇଥିଲେ । ଯାହାକୁ ନେଇ ପ୍ରବଳ ଉତେଜନା ପରିସ୍ଥିତି ସୃଷ୍ଟି ହେଇଥିଲା।  

ଖବର ପାଇ ସି.ଆର.ସିସି ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଲୋକଙ୍କୁ ବୁଝାସୁଝା କରିଥିଲା । ତା ସହିତ ପ୍ରଧାନ ଶିକ୍ଷକ ଏପରି ଘଟଣା ଘଟାଇଥିବେ ତାହେଲେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଶାନ୍ତ ହୋଇଥିଲେ । ପୂର୍ବରୁ ପ୍ରଧାନ ଶିକ୍ଷକ ଗୋବିନ୍ଦ ଏଭଳି ଛାତ୍ରୀ ମାନଙ୍କୁ ବାରମ୍ବାର ଅସଦାଚରଣ କରିଥିବା ନଜିର ମଧ୍ୟ ରହିଛି ।

Sponsored
balasore headmaster cases | Argus News