Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅପହରଣ କଲା ମଉସା

Odisha

ଅପହରଣ କଲା ମଉସା

Jitendra Dash
Browse all articles by Jitendra Dash
·2 years ago·1 min read
ଅପହରଣ କଲା ମଉସା

ଅର୍ଗସ ବ୍ୟୁରୋ : ପାରିବାରିକ କଳହ ଯୋଗୁଁ ଦୁଇ ଜଣ ପିଲାଙ୍କୁ ଅପହରଣ କରିନେଲା ମଉସା । ସୋର ଥାନା କଲେଜଛକ ନିକଟରୁ ଦୁଇଜଣ ପିଲା ବିଦ୍ୟାଳୟକୁ ଆସିବା ସମୟରେ ଅପହରଣ କରାଯାଇଥିବା ନେଇ ସୋର ଥନାରେ ଲିଖିତ ଅଭିଯୋଗ ଜଣାଇବା ପରେ ସୋର ପୋଲିସ ପିଲା ଦୁଇ ଜଣଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । 

ସୂଚନା ଅନୁସାରେ ସୋର ଥାନା ସରସଙ୍ଖ ଗ୍ରାମର ସାଗରିକା ସାମଲ ତାଙ୍କର ଦୁଇଟି ପିଲାଙ୍କୁ ନେଇ କଲେଜ ଛକ ନିକଟସ୍ଥ ଇଟୁଆ ସ୍କୁଲରେ ଛାଡିଥିଲେ । ମାତ୍ର ମଧ୍ୟାହ୍ନ ସମୟରେ ତାଙ୍କ ଭଉଣୀଙ୍କ ସ୍ୱାମୀ ବେଲଦା ଗ୍ରାମର ବଂଶୀଧର ମହାନ୍ତି କାହାକୁ କିଛି ନ କହି ପିଳାଦୁଇଜଣଙ୍କୁ ନେଇ କୁପାରି ନିକଟସ୍ଥ ଏକ ପେଟ୍ରୋଲ ପମ୍ପରେ ଛାଡିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସାଗରିକା ଏ ବାବଦରେ ଜାଣିବା ପରେ ତାଙ୍କ ପିଲାଙ୍କୁ ଅପହରଣ କରାଯାଇଥିବା ନେଇ ଥନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ବଂଶୀଧରକୁ ଥନାରେ ଅଟକ ରଖି ପଚରାଉଚରା କରିଥିଲା । ପରେ ସେ ପିଲା ଦୁଇ ଜଣଙ୍କୁ ରାଗରେ ଅପହରଣ କରି କୁପାରି ନିକଟସ୍ଥ ଏକ ପେଟ୍ରୋଲ ପମ୍ପରେ ଛାଡିଥିବା କହିଥିଲେ । ପରେ ପୋଲିସ ଉକ୍ତ ପେଟ୍ରୋଲ ପମ୍ପ ନିକଟରୁ ପିଲା ଦୁଇ ଜଣଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ବଂଶୀଧରକୁ କୋଟ ଚାଲାଣ କରିଛି । 

Sponsored
Balasore kidnapping case | Argus News