Night Curfew In Balasore / ରାତି ୧୦ ପରେ ଦୋକାନ ବଜାର ବନ୍ଦ, ୨୧ ପର୍ଯ୍ୟନ୍ତ ବାଲେଶ୍ଵର ସହରରେ କଟକଣା ଲାଗୁ

Key Points
ରାତି ୧୦ରୁ ବନ୍ଦ ରହିବ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନ ବଜାର । ଏନେଇ ପୋଲିସ ପକ୍ଷରୁ ମାଇକ୍ ମାଧ୍ୟମରେ ସହରରେ ପ୍ରଚାର କରାଯାଇଛି ।
ବାଲେଶ୍ଵର: ବାଲେଶ୍ଵର ସହରରେ ଜିଲ୍ଲା ପ୍ରଶାସନର କଟକଣା । ରାତି ୧୦ରୁ ବନ୍ଦ ରହିବ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନ ବଜାର । ଏନେଇ ପୋଲିସ ପକ୍ଷରୁ ମାଇକ୍ ମାଧ୍ୟମରେ ସହରରେ ପ୍ରଚାର କରାଯାଇଛି ।
ସହରରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ବାଲେଶ୍ଵର ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ପୋଲିସ ଅନୁସାରେ, ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରଖାଯିବ ।
ଏଥିସହ ପଢ଼ନ୍ତୁ: କଟକରେ କୋହଳ ହେବ କି କର୍ଫ୍ୟୁ ? ପୋଲିସ କମିଶନର କହିଲେ...
ବାଲେଶ୍ଵରରେ ରାତ୍ରୀକାଳୀନ କଟକଣା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏନେଇ ଲୋକଙ୍କୁ ମାଇକ୍ ଯୋଗେ ପ୍ରଚାର କରି ଅବଗତ କରାଇଛି ପୋଲିସ । ସମସ୍ତ ଦୋକାନୀ ଓ ବ୍ୟବସାୟୀ ଏହି ନିୟମର ଅନୁପାଳନ କରିବାକୁ ପୋଲିସ ପକ୍ଷରୁ ନିବେଦନ କରାଯାଇଛି ।
📱 Get Argus News App
✨
ରାତ୍ରୀକାଳୀନ କଟକଣା ନେଇ ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯେଉଁଥିରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୋକାନ ଖୋଲିବା, ଅଧିକ ଜନଗହଳିକୁ ଏଡ଼ାଇବାକୁ କୁହାଯାଇଛି । ତେଣୁ, ଦୀପାବଳି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ରାତି କଟକଣା ଲାଗୁ କରିଛି ।
ଦୁର୍ଗା ପୂଜା ଭସାଣିକୁ ନେଇ କଟକ ଦରଘା ବଜାର ଅଞ୍ଚଳରେ ସଂଘର୍ଷ ପରେ କଟକ ଅଶାନ୍ତ ହୋଇ ଉଠିଥିଲା । ଯାହାକୁ ନେଇ କଟକରେ କର୍ଫ୍ୟୁ ଲାଗିବା ସହ ବନ୍ଦ ରହିଛି ଇଣ୍ଟରନେଟ୍ ସେବା । କଟକରେ ଆଜି ଦିନ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିଥିବା ବେଳେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ । କଟକ ହିଂସା ମାମଲାରେ ପୋଲିସ ୮ ଜଣଙ୍କୁ ଗିରଫ କରିଥିବା ବେଳେ ୩ଟି ମାମଲା ରୁଜୁ କରିଛି ।
ଏଥିସହ ପଢ଼ନ୍ତୁ: ଘରଠୁ ୧୦୦ ମିଟର ଦୂରରେ ଅତି ନିକଟରୁ ବିଜେପି ନେତା ପୀତବାସଙ୍କ ଛାତିକୁ ଗୁଳି, ପୋଲିସର ଛାନଭିନ୍
କଟକରେ ରବିବାର ରାତି ୧୦ଟାରୁ ୩୬ ଘଣ୍ଟା ଯାଏଁ ଲାଗୁ ହୋଇଛି କର୍ଫ୍ୟୁ । ଦରଘା ବଜାର, ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳ, ପୁରୀଘାଟ, ଲାଲବାଗ, ବିଡ଼ାନାସୀ, ମର୍କତନଗର, ସିଡିଏ ଫେଜ୍-୨, ମାଲଗୋଦାମ, ବାଦାମବାଡ଼ି ଥାନା ସମେତ ୧୩ ଟି ଅଞ୍ଚଳରେ କର୍ଫ୍ୟୁ ଲାଗୁ ହୋଇଛି । ଜଗତପୁର, ବୟାଳିଶିମୌଜା ଓ କଟକ ସଦର ଥାନା ଅଞ୍ଚଳରେ ବି ଲାଗିଛି କର୍ଫ୍ୟୁ । ଏହି ସମୟରେ ସରକାରୀ ଅଫିସ୍ ଖୋଲା ରହିବ, ଜରୁରୀ ସେବା ଓ ସ୍କୁଲକୁ କର୍ଫ୍ୟୁରୁ ବାଦ୍ ଦିଆଯାଇଛି ।
Related Topics
Explore more stories