ବାଲି ମାଫିଆଙ୍କୁ ପାନେ ଦେଲେ ଗ୍ରାମବାସୀ
·2 years ago·1 min read

ଅର୍ଗସ ବ୍ୟୁରୋ : ପ୍ରଶାସନ ପାରିଲାନି ଗ୍ରାମବାସୀ କରି ଦେଖାଇଲେ । ଚୋରା ବାଲି ମାଫିଆଙ୍କୁ ପାନେ ଦେଲେ ଗ୍ରାମବାସୀ । ନୀଳଗିରି ଥାନା କାଠପାଳ ଗାଁ ମୁଣ୍ଡରେ ସୋନ ନଦୀରୁ ବେଆଇନ ବାଲି ଲୁଟ ନେଇ ବିଭିନ୍ନ ସମୟରେ ବହୁ ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ ପରେ ବି ବାଲି ମାଫିଆଙ୍କ ମନମାନି ଚାଲୁଥିଲା । ଗ୍ରାମବାସୀଙ୍କ ଅଭିଯୋଗ ଓ ବାରଣ ସତ୍ୱେ ବାଲି ମାଫିଆ ମାନେ ଗାଁ ମୁଣ୍ଡ ଖେଳ ପଡିଆକୁ ଖୋଳି ବାଲି ଲୁଟ କରୁଛନ୍ତି ମାଫିଆ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବାଲି ଲୁଟ ଯୋଗୁଁ ସୋନ ନଦୀରେ ବନ୍ୟା ଆସିଲେ ଗାଁ ପ୍ରତି ବିପଦ ଥିବା ଆଶଙ୍କା କରି ଆଜି ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ନଦୀରୁ ଟ୍ରାକ୍ଟର ଯୋଗେ ବାଲି ଲୁଟ ହେଉଥିବା ବେଳେ ପ୍ରତିବାଦ କରଥିଲେ । ଗ୍ରାମବାସୀଙ୍କୁ ଦେଖି ବାଲି ମାଫିଆ ଛତ୍ରଭଙ୍ଗ ଦେଇଥିଲେ । କିନ୍ତୁ କୌଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳକୁ ଆସିନଥିଲେ । ଯଦି ବାଲି ଚୋରି ରୋକିବାରେ ପ୍ରଶାସନ ପଦକ୍ଷେପ ନ ନିଏ ବାଧ୍ୟ ହୋଇ ରାଜରାସ୍ତାରେ ପ୍ରତିବାଦ କରିବେ ବୋଲି କହିଛନ୍ତି ଗ୍ରାମବାସୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: