Videos
|
Odisha

ଅଜବ ଚୋର, ରାତି ଅଧରେ ଗାଁରୁ ଦା ମାଗି ହେଲା ହଟହଟା

Jitendra Dash
Browse all articles by Jitendra Dash
·2 years ago·1 min read
ଅଜବ ଚୋର, ରାତି ଅଧରେ ଗାଁରୁ ଦା ମାଗି ହେଲା ହଟହଟା

ଅର୍ଗସ ବ୍ୟୁରୋ : ଅଜବ ଚୋର । ନିଶା ଖାଇବାକୁ ଟଙ୍କା ଅଭାବରୁ ଚୋରି କରିବାକୁ ଆସି ରାତି ଅଧରେ ଗାଁରୁ ଦା ମାଗି ଫସିଲା । ଚୋରକୁ ବାନ୍ଧି ପୋଲିସର ଜିମାଦେଲେ ଗାଁ ଲୋକେ । ଘଟଣା ଶୁଣିଲେ ଆପଣ ନହସି ରହିପରିବେ ନାହିଁ । ଏମିତି ଚୋର ବି ଥାଆନ୍ତି ଜାଣିଲେ ଆପଣ ଚକିତ ବି ହୋଇଯିବେ । 

ରାତି ଅଧରେ ଗାଁରେ ପଶିଲେ ଗାଁରେ ବିଛା ଯାଇଥିବା ପାଣି ପାଇପର ଚାବିକୁ ଚୋରି କରିବାକୁ ଉଧ୍ୟମ କରୁଥିଲା । ଯେତେବେଳେ ସମ୍ଭବ ହୋଇପାରିନି ସାଇକେଲ ଖରାପ ହୋଇଗଲା କହି ଗାଁରୁ ଜଣଙ୍କ ଘରୁ ଦା ମାଗି ଆଣି ଚୋରି ଉଧ୍ୟମ ଜାରି ରଖିଲେ । ହେଲେ ରାତିଅଧରେ ଦା ମାଗିବା ଘର ଲୋକଙ୍କୁ ସନ୍ଧ୍ୟୟ ହେବାରୁ ସେ ଗାଁ ଲୋକଙ୍କୁ ଫୋନ କରି କହିବାରୁ ସବୁ ଲୋକ ଏକହୋଇ ଧରିଲେ ଦୁଇ ଚୋରଙ୍କୁ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଧରାପଡିବା ପରେ ଚୋରିର ସମସ୍ତ ଘଟଣା ଆସିଲା ସାମ୍ନାକୁ ଆସିଥିଲା । ଘଟଣା ଘଟିଛି ନୀଳଗିରି ଥାନା ବାଉଁଶବଣିଆ ନିକଟ ପଣ୍ଡିସାହି ଗ୍ରାମର । ଚୋରଙ୍କୁ ଧରିବାପରେ ବାନ୍ଧି ପୋଲିସର ଜିମା ଦେଇଛନ୍ତି ଅଞ୍ଚଳବାସୀ । ସୂଚନା ଅନୁଯାୟୀ ଉଭୟ ଚୋର ନିଶା ଖାଇବା ପାଇଁ ଏଭଳି ଚୋରି କରିବାକୁ ଉଧ୍ୟମ କରିଥିଲେ ବୋଲି ସର୍ବସମ୍ମୁଖରେ ବି ମାନିଛନ୍ତି ।

balasore theft case | Argus News