|
logo
Live

Argus News - ଭଡ଼ା ଘରୁ ମିଳିଲା କଲେଜ ଛାତ୍ରୀଙ୍କ ମୃତ ଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

Odisha

ଭଡ଼ା ଘରୁ ମିଳିଲା କଲେଜ ଛାତ୍ରୀଙ୍କ ମୃତ ଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

Jitendra Dash
Browse all articles by Jitendra Dash
·2 years ago·1 min read
ଭଡ଼ା ଘରୁ ମିଳିଲା କଲେଜ ଛାତ୍ରୀଙ୍କ ମୃତ ଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଅର୍ଗସ ବ୍ୟୁରୋ : ଭଡ଼ା ଘରୁ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୋଲିସ । ରେଢ଼ାଖୋଲ ଥାନା, ଦେହୁରୀ ସାହିର ଏକ ଭଡ଼ା ଘରୁ ରେଢ଼ାଖୋଲ ଭୀମଭୋଇ ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ଝୁନି ଖୁରାଙ୍କ ମୃତ ଦେହକୁ ଆଜି ସକାଳୁ ଉଦ୍ଧାର କରାଯାଇଛି । ଗୈଡପଡା ଗାଁର ରାଜକିଶୋର ଖୁରାଙ୍କ ଏକମାତ୍ର ଝିଅ ଏଠାରେ ରହି ପାଠ ପଢୁଥିଲେ । ଝିଅର ମୃତ୍ୟୁକୁ ନେଇ ଏହା ଏକ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସବୁ କିଛି ସ୍ବାଭାବିକ ଥିବା ବେଳେ ଗତକାଲି ରାତିରେ ମୃତ ଝୁନି ଖୁରା ଫୋନରେ ଭଲରେ କଥା ହୋଇଥିଲା ପରିବାର ସହ । କିନ୍ତୁ ହଠାତ୍ ସକାଳକୁ ଏହି ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ । ମୃତ ଘରୁ ଏକ ସୁଇସାଇଡ ନୋଟ୍ ଓ ମୋବାଇଲ ମିଳିଛି । ମୃତ୍ୟୁ ସମୟରେ ଭିଡିଓ  ମୋବାଇଲରେ ମଧ୍ୟ ରେକର୍ଡ ହୋଇଛି ! ପୋଲିସ ସେସବୁ ଜବତ କରିଛି, ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଲା ପରେ ସେହି ଦିଗରେ ତଦନ୍ତ ଆରମ୍ଭ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଭଡ଼ା ଘରୁ ମିଳିଲା କଲେଜ ଛାତ୍ରୀଙ୍କ ମୃତ ଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ | Argus News