Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅସ୍ତ୍ରୋପଚାର ବେଳେ ଡାକ୍ତରଙ୍କ ଚରମ ଅବହେଳା

Jitendra Dash
Browse all articles by Jitendra Dash
·2 years ago·1 min read
ଅସ୍ତ୍ରୋପଚାର ବେଳେ ଡାକ୍ତରଙ୍କ ଚରମ ଅବହେଳା

ଅର୍ଗସ ବ୍ୟୁରୋ : ଟଙ୍କା ପାଇଁ ଜହ୍ଲାଦ ପାଲଟିଗଲେ ଡାକ୍ତର । ଯାହାକୁ ଭଗବାନଙ୍କ ଦ୍ବିତୀୟ ଅବତାର କୁହାଯାଏ । ଯିଏ ମୃତ୍ୟୁ ମୁଖରୁ ଲୋକଙ୍କ ଜୀବନ ଫେରାଇ ଆଣିଥାନ୍ତି ଆଜି ମାତ୍ର କେଇ ଟଙ୍କା ଲୋଭରେ ସେ ପାଲଟିଗଲେ ଯମଦୂତ । ଜଳେଶ୍ବରରେ ଜଣେ ଡାକ୍ତରଙ୍କ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଜିକେ ଭଟ୍ଟର ହସ୍ପିଟାଲରେ ଜଣେ ପ୍ରସୂତିଙ୍କ ପ୍ରସବ କରାଇଥିଲେ ଡାକ୍ତର ଦିଲ୍ଲୀପ ପାତ୍ର । କିନ୍ତୁ ପ୍ରସବ ପୂର୍ବରୁ ପ୍ରସୂତିଙ୍କ ପରିବାରକୁ ମାଗିଥିଲେ ୬ ହଜାର ଟଙ୍କା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଉ ପରିବାର ଲୋକେ ଟଙ୍କା ଦେବାରେ ଅସମର୍ଥ ହେବାରୁ ଅସ୍ତ୍ରୋପଚାରରେ କରିଥିଲେ ସାଂଘାତିକ ଅବହେଳା । ପ୍ରସୂତିଙ୍କ ମୂତ୍ର ନଳିକୁ କାଟି ଦେଇଥିଲେ ଡାକ୍ତର । ପରେ ପ୍ରସୂତିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଇକିଡା ଗାଁର ଝୁନି ନାଏକ । ଘଟଣା ପରେ ହସ୍ପିଟାଲ ପରିସରରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ନ୍ୟାୟ ସହ କାର୍ଯ୍ୟାନୁଷ୍ଠାନ ଦାବି ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
baleshwar doctor issue | Argus News