Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଇଆଇସିଙ୍କୁ ଦୋକାନ ଘରେ ବନ୍ଦ କରି ନିର୍ଯ୍ୟାତନା

Odisha

ଆଇଆଇସିଙ୍କୁ ଦୋକାନ ଘରେ ବନ୍ଦ କରି ନିର୍ଯ୍ୟାତନା

Jitendra Dash
Browse all articles by Jitendra Dash
·2 years ago·1 min read
ଆଇଆଇସିଙ୍କୁ ଦୋକାନ ଘରେ ବନ୍ଦ କରି ନିର୍ଯ୍ୟାତନା

ଅର୍ଗସ ବ୍ୟୁରୋ : ତାଳସାରୀ ସାମୁଦ୍ରିକ ଥାନା ଆଇଆଇସିଙ୍କୁ ଦୋକାନ ଘରେ ବନ୍ଦ କରି ନିର୍ଯ୍ୟାତନା । ବାଲେଶ୍ବର ଜିଲ୍ଲା ଭୋଗରାଇର ତାଳସାରୀ ସାମୁଦ୍ରିକ ଥାନା ଅଧୀକାରିଣୀ ଚମ୍ପାବତୀ ସୋରେନଙ୍କୁ ଏକ ଦୋକାନ ଘରେ ଲୋକେ ବନ୍ଦ କରିଦେଇଥିଲେ । ଏନଇ ଖବର ପାଇ ଚନ୍ଦନେଶ୍ବର ଫାଣ୍ଡି ଓ ଭୋଗରାଇ ଥାନାର ପୋଲିସ ପହଞ୍ଚି ତାଙ୍କୁ ଦୋକାନ ଘରୁ ଉଦ୍ଧାର କରିଥିଲେ । 

ସୂଚନା ଅନୁଯାୟୀ, ଭୋଗରାଇର ସାହାବାଜିପୁର ପଞ୍ଚାୟତ ଅଧୀନ ଉଦୟପୁର ଗାଁ ମଧ୍ୟ ଦେଇ ରାତି ପ୍ରାୟ ୧୦ଟାରେ ସାମୁଦ୍ରିକ ଥାନା ଅଧିକାରିଣୀ ସଦଳବଳେ ରାତ୍ରି ପାଟ୍ରୋଲିଂରେ ବାହାରିଥିଲେ । ଉଦୟପୁର ଗାଁର ଜନୈକ ବ୍ୟକ୍ତିଙ୍କ ଦୋକାନ ବନ୍ଦ କରିବାକୁ କହିବାରୁ ଅଚାନକ କିଛି ବ୍ୟକ୍ତି ତାଙ୍କୁ ଜବରଦସ୍ତ ଧରି ଦୋକାନ ଘରେ ପୁରାଇ ଦେଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଥାନାର ଗାଡି ଚାଳକ ସୁଧାଂଶୁ ମହାନ୍ତି ବିରୋଧ କରିଥିଲେ ମଧ୍ୟ ତାଙ୍କୁ ମାଡମାରି ଥିଲେ । ନିରୁପାୟ ହୋଇ ଥାନା ଅଧିକାରିଣୀ ସହାୟତା ପାଇଁ ସାମ୍ବାଦିକଠାରୁ ବିଭାଗ ପର୍ଯ୍ୟନ୍ତ ସହାୟତା ପାଇଁ ନିବେଦନ କରିଥିଲେ । ତେବେ ପୋଲିସ ପହଞ୍ଚି ଥାନା ଅଧିକାରିଣୀଙ୍କୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି । ଏହି ଘଟଣାରେ ୧୦ଜଣଙ୍କୁ ଅଟକ ରଖାଯାଇଛି ।

Argus Whatsapp Channel Mobile Top
Sponsored
baleshwar IIC Issue | Argus News