Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜିଲ୍ଲାରେ ଛତୁ ଫୁଟିଲା ଭଳି ବେଆଇନ ଇଟା ଭାଟି

Odisha

ଜିଲ୍ଲାରେ ଛତୁ ଫୁଟିଲା ଭଳି ବେଆଇନ ଇଟା ଭାଟି

Jitendra Dash
Browse all articles by Jitendra Dash
·2 years ago·1 min read
ଜିଲ୍ଲାରେ ଛତୁ ଫୁଟିଲା ଭଳି ବେଆଇନ ଇଟା ଭାଟି

ଅର୍ଗସ ବ୍ୟୁରୋ : ବିଷ ବଳୟରେ ଘାଣ୍ଟି ହେଉଛି ବାଲେଶ୍ବର ? ଜିଲ୍ଲାରେ ଛତୁ ଫୁଟିଲା ଭଳି ବେଆଇନ ଇଟା ଭାଟି । ଇଟା ଭାଟି ପ୍ରଦୂଷଣରେ ଆକ୍ତାମାକ୍ତା ଜିଲ୍ଲାବାସୀ । ବାଲେଶ୍ବର ଜିଲ୍ଲା ସୋର ବ୍ଲକରେ ଯେଉଁଠି ଚାହିଁଲେ ସେଠି ମାଳମାଳ ଇଟାଭାଟି ଦେଖା ଯାଉଛି । ଧୁଳି, ଧୁଆଁରେ ଅଣନିଶ୍ବାସୀ ହେଉଛନ୍ତି ଲୋକେ।  ସବୁଠି ଆଇନର ଖୁଲମଖୁଲା ଉଲ୍ଲଂଘନ ହେଉଛି । ଆଉ ସବୁ ଦେଖି ଚୁପ ବସିଛି ପ୍ରଶାସନ । ପ୍ରଦୂଷଣ ନିୟନ୍ତ୍ରଣ ବି ଆଖିରେ ପଟି ବାନ୍ଧିଛି। ଏ ନେଇ ସ୍ଥାନୀୟ ଜନପ୍ରତିନିଧି ବି ଅଭିଯୋ କରିଛନ୍ତି । କିନ୍ତୁ କିଛି ଲାଭ ହୋଇନାହିଁ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

କିଛି ଦିନି ତଳେ ଆସିଥିଲା ରିପୋର୍ଟ । ଦେଶରେ ପ୍ରଦୂଷିତ ସହର ମାନଙ୍କ ଭିତରେ ଆଗରେ ଥିଲା ବାଲେଶ୍ବର । ପ୍ରଦୂଷଣ ପଛରେ ଅନ୍ୟତମ କାରଣ ହେଉଛି ଏ ସବୁ ଇଟାଭାଟି । ଏବେ ଗ୍ରୀଷ୍ମ ପ୍ରବାହ ବଢୁଥିବାବେଳେ ମାଳ ମାଳ ଇଟାଭାଟି ଯୋଗୁ ବୃଦ୍ଧି ପାଉଥିବା ଉତ୍ତାପ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି । ଏବେ ଉପଜିଲ୍ଲାପାଳ କହୁଛନ୍ତି, ବେଆଇନ ଇଟା ଭାଟି ଉପରେ ନିଆଯିବ କାର୍ଯ୍ୟନୁଷ୍ଠାନ । ସୀମା ଟପୁଛି ପ୍ରଦୂଷଣ । ସ୍ଥିତି ଅଣାୟତ୍ତ ହେଉଛି । ପ୍ରଶାସନର ନିରବତା ବିରୋଧରେ ବଢୁଛି ଜନ ଅସନ୍ତୋଷ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Baleswar air pollution | Argus News