Videos
|
Odisha

Odisha Flood Alert / ବାଲେଶ୍ଵର, ବାରିପଦା ଓ ରାଉରକେଲାରେ ବନ୍ୟା ସ୍ଥିତି ଗମ୍ଭୀର

Sushanta Sahoo
Browse all articles by Sushanta Sahoo
·48 mins ago·2 min read
ବାଲେଶ୍ଵର, ବାରିପଦା ଓ ରାଉରକେଲାରେ ବନ୍ୟା ସ୍ଥିତି ଗମ୍ଭୀର
Jalka, Budhabalanga Rivers Rise Amid Heavy Rain

Key Points

ବାଲେଶ୍ଵରରେ ବିପଦ ସଂକେତ ପାର୍ କରିଛି ଜଳକା ନଦୀର ଜଳସ୍ତର । ଫଳରେ ବନ୍ୟାଜଳରେ ଉବୁଟୁବୁ ଭୋଗରାଇ ଓ ବସ୍ତା ବ୍ଲକ୍ । ବାରିପଦାରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପରେ ବଡ଼ସାହି ଓ ବେତନଟୀରେ ବନ୍ୟାପାଣି ପଶିଛି ।
ବାଲେଶ୍ଵର: ଲଗାଣ ବର୍ଷାରେ ବାଲେଶ୍ଵର, ବାରିପଦା ଓ ରାଉରକେଲାରେ ବନ୍ୟାସ୍ଥିତି ଗମ୍ଭୀର । ବାଲେଶ୍ଵରରେ ବିପଦ ସଂକେତ ପାର୍ କରିଛି ଜଳକା ନଦୀର ଜଳସ୍ତର । ଫଳରେ ବନ୍ୟାଜଳରେ ଉବୁଟୁବୁ ଭୋଗରାଇ ଓ ବସ୍ତା ବ୍ଲକ୍ । ବାରିପଦାରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପରେ ବଡ଼ସାହି ଓ ବେତନଟୀରେ ବନ୍ୟାପାଣି ପଶିଛି । ହଜାର ହଜାର ହେକ୍ଟର ଚାଷ ଜମିରେ ଲହଡ଼ି ମାରୁଛି ବନ୍ୟା ପାଣି । ସେପଟେ ରାଉରକେଲାରେ ବର୍ଷା କମିଲେ ବି ଦଣ୍ଡିଆପାଲିରେ କମୁନି ଜଳଯନ୍ତ୍ରଣା ।

ଏଥିସହ ପଢ଼ନ୍ତୁ: ପୁଣି କୂଳ ଲଙ୍ଘିଲା ସମୁଦ୍ର, ଘରେ ପଶିବ ସମୁଦ୍ରପାଣି, ଲୋକେ ଭୟଭୀତ 

ଲଗାଣ ବର୍ଷା ଯୋଗୁ ବାଲେଶ୍ଵରରେ ବନ୍ୟା ସ୍ଥିତି ଗମ୍ଭୀର। ଭୋଗରାଇ ଓ ବସ୍ତା ବନ୍ୟା ପାଣିରେ ଉବୁଟୁବୁ । ଜଳକା ନଦୀର ବିପଦ ସଂକେତ ପାର୍ କରିବା ପରେ ବସ୍ତା ବ୍ଲକ୍ ସ୍ଥିତି ବେହାଲ । ଶତାଧିକ ଗାଁ ଜଳ ବନ୍ଦୀ ଭିତରେ ଥିବା ବେଳେ ହଜାର ହଜାର ହେକ୍ଟର ଚାଷ ଜମି ଉପରେ ଲହଡ଼ି ମାରୁଛି ପାଣି ।

ସେହିପରି ଭୋଗରାଇରେ ପାଣି ଘେରରେ ୧୮ଟି ପଞ୍ଚାୟତ ରହିଛି । ନାଚିନ୍ଦା-ମନ୍ଦାରୁଣୀ ମୁଖ୍ୟ ରାସ୍ତା ଏବଂ ନାଚିନ୍ଦା- ବାରବାଟିଆ ମୁଖ୍ୟ ରାସ୍ତା ଉପରେ ପ୍ରବାହିତ ହେଉଛି ୩ ଫୁଟରେ ପାଣି । କମର୍ଦ୍ଦା, ବାଲିମ, ନହରା, ନାଚିନ୍ଦା, ଦୁଡ଼ପଳ, ଗୁଣସାର୍ଥା, ମହାଗବ, କୁଳିଦା, ସିଆଁରୋଇ, ଦାରୁହା, କଚୁଆଡ଼ି, ବାଉଁଶଡିହା, ପୁଟିଣା, ଗବଗାଁ, କୁସୁଡ଼ା, ଆରୁଆବୃତ୍ତ-୧ ଓ ଖରିଦପିପଳ ଅଞ୍ଚଳବାସୀ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ।

ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ବନ୍ୟା ସ୍ଥିତି ସୁଧୁରୁଛି । ହେଲେ ବଡ଼ସାହି-ବେତନଟୀରେ ସ୍ଥିତି ଗମ୍ଭୀର । ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଇଛି । ବୁଢ଼ାବଳଙ୍ଗ ନଦୀର ବନ୍ୟାଜଳ ଯୋଗୁଁ ବଡ଼ସାହି-ବେତନଟୀ, ମାଣତ୍ରୀ-ବେତନଟୀ ଓ ମାଣତ୍ରୀ-ବୈଶିଙ୍ଗା ରାସ୍ତାରେ ଯାତାୟାତ ବିଚ୍ଛିନ୍ନ ହୋଇଛି ।

ବିଭିନ୍ନ ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ସ୍ଥିତିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ, ପୁଲିସ, ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଟିମ୍‌ ପ୍ରଭାବିତ ଅଞ୍ଚଳରେ ମୁତୟନ ରହିଛନ୍ତି ।

ଏଥିସହ ପଢ଼ନ୍ତୁ: ଆସୁଛି ଆଉ ଏକ ଲଘୁଚାପ… ୨୦ ଅଗଷ୍ଟ ବେଳକୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ 

ସେପଟେ ରାଉରକେଲାରେ ବର୍ଷା କମିଛି ହେଲେ ଦଣ୍ଡିଆପାଲିରେ ଜଳବନ୍ଦୀ ସ୍ଥିତିରେ ଆସିନି ସୁଧାର । ଡ୍ରେନେଜ୍ ସମସ୍ୟା ପାଇଁ ସହରବାସୀ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି । ଗତକାଲିର ପରିସ୍ଥିତିକୁ ନେଇ ଜିଲ୍ଲାପାଳ କହିଛନ୍ତି, "ସହରରେ ରେଳ ବିଭାଗ ଏବଂ RSP, RMC ସହ ଡ୍ରେନ ସମସ୍ୟା ପାଇଁ ଆଲୋଚନା କରାଯାଇଛି। ସହରରେ ମାଷ୍ଟ୍ରର ଡ୍ରେନେଜ୍ ବ୍ୟବସ୍ଥା ଖୁବଶୀଘ୍ର ସରିବ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: