ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନକୁ ନେଇ ମୁହାଁମୁହିଁ, ଧାରଣାରେ ବିଜେପି ନେତା ଓ କର୍ମୀ
·2 years ago

ଅର୍ଗସ ବ୍ୟୁରୋ : ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବଡ଼ବଜାର ଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । ସରକାରୀ କାର୍ଯ୍ୟକ୍ରମରେ ସାଂସଦଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଛି ବିଜେପି । ପ୍ରତିବାଦରେ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେପି ନେତା ଓ କର୍ମୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପର୍ଯ୍ୟଟନ ବିଭାଗ ଦ୍ବାରା ଜଳେଶ୍ଵର ବଡ଼ବଜାର ଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବାକୁ ଥିବାବେଳେ, ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଉପେକ୍ଷା କରାଯାଇଥିବା ବିଜେପି ଅଭିଯୋଗ କରିଛି । ପୋଲିସ ବିଜେପି ନେତାଙ୍କୁ ବୁଝାସୁଝା କରି ଉଠାଇବା ସମୟରେ ଉଭୟ ବିଜେପି ଏବଂ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: