ବିପଦରେ ଗଜରାଜ, ଉଭୟ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ
·2 years ago

ଅର୍ଗସ ବ୍ୟୁରୋ : କୁଳଡିହା ଅଭୟାରଣ୍ୟରେ ହାତୀ ମୃତ୍ୟୁ । ଉଭୟ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ । କୂଳଡିହା ରେଞ୍ଜ ମଙ୍ଗଳପୁର ବିଟ ହାତୀଖୁଲିଆ ସେକ୍ସନ ସାରୁଚୁଆ ନିକଟସ୍ଥ ସୁନାଖଣିରେ ହୋଇଥିବା ହାତୀ ମୃତ୍ୟ ଘଟଣାରେ ହାତୀର ମୃତଦେହକୁ ବିଳମ୍ବ ରେ ଚିହ୍ନଟ ପାଇଁ ହାତୀଖୁଲିଆ ବିଟର ଫରେଷ୍ଟର ପଦ୍ମାବତୀ ବେହେରା ଓ ଫରେଷ୍ଟ ଗାର୍ଡ ପ୍ରମିଳା ସେଣଙ୍କୁ ନିଲମ୍ବନ କରିଛି ବାଲେଶ୍ଵର ବନ ବିଭାଗ । ଏବେ ଜୟନ୍ତ କୁମାର ପ୍ରଧାନକୁ ହାତିଖୁଲିଆ ସେକ୍ସନର ଫରେଷ୍ଟର, ମନୋହର ସିଂଙ୍କୁ ହାତୀଖୁଲିଆ ବିଟର ଫରେଷ୍ଟ ଗାର୍ଡ ଓ ଆୟୁଷ୍ମାନ ପଣ୍ଡାଙ୍କୁ ମଙ୍ଗଳପୁର ବିଟର ଫରେଷ୍ଟ ଗାର୍ଡ ଭାବେ ନୂତନ କରି ନିଯୁକ୍ତି ଦିଆଯାଇଥିବା ସୂଚନା ମିଳିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: