Flood Tragedy / ବନ୍ୟାରେ ଶୌଚ ଯନ୍ତ୍ରଣା; ପୁଅ ଓ ଶାଶୁଙ୍କ ବଞ୍ଚାଇବାକୁ ଯାଇ ଚାଲିଗଲା ମାଆର ଜୀବନ
·53 mins ago·2 min read

Key Points
ବନ୍ୟାରେ ଶୌଚ ସମସ୍ୟା ପାଲଟିଲା କାଳ
ପୁଅର ଜୀବନ ବଞ୍ଚାଇଲା ସୁମତିଙ୍କ ବଳିଦାନ
ବନ୍ୟାଞ୍ଚଳରେ ଶୌଚାଳୟର ସଙ୍ଗୀନ ସ୍ଥିତି
ପଲିଥିନ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ବିପନ୍ନ

ବାଲେଶ୍ଵର: ବନ୍ୟାର ପ୍ରଳୟଙ୍କରୀ ରୂପ କେବଳ ଘରଦ୍ୱାର ଭାଙ୍ଗିନି କି ଚାଷଜମି ଉଜାଡ଼ିନି, ଓଡ଼ିଶାର ବନ୍ୟାଞ୍ଚଳରେ ସୃଷ୍ଟି କରିଛି ଏକ ବଡ଼ ଦୁର୍ଦ୍ଦଶା । ଆଉ ତାହା ହେଉଛି- ‘ଶୌଚାଳୟ ସମସ୍ୟା’ । ପାଣି ଭିତରେ ଫସି ରହିଥିବା ବିପନ୍ନଙ୍କ ପାଇଁ ଏବେ ଶୌଚ ହେବା ଏକ ବଡ଼ ଚ୍ୟାଲେଞ୍ଜ ସାଜିଛି । ଆଉ ଏହି ଶୌଚାଳୟ ସମସ୍ୟା ଦିନକ ତଳେ ବାଲେଶ୍ୱର ଭୋଗରାଇରେ ନେଇଛି ଜଣେ ମା’ର ଜୀବନ । କେନ୍ଦ୍ରାପଡ଼ାରୁ ଯାଜପୁର... ଚାରିଆଡ଼େ ଶୌଚାଳୟ ପାଣିରେ ବୁଡ଼ି ରହିଥିବାରୁ ମହିଳା ଓ ବିପନ୍ନମାନେ କିଭଳି ନାହିଁ ନଥିବା ଯନ୍ତ୍ରଣା ଭୋଗୁଛନ୍ତି ।
ଚାରିଆଡ଼େ ବନ୍ୟାର କରାଳ ରୂପ । ଘରଦ୍ୱାରରୁ ରାସ୍ତାଘାଟ, ସବୁଠି କେବଳ ପାଣି ଆଉ ପାଣି । ଆଉ ଏହି ବନ୍ୟାଜଳ ହିଁ ଦିନକ ତଳେ ଏକ ହସଖୁସିର ପରିବାରରେ ଢାଳିଦେଇଛି ବିଷାଦର ଲୁହ । ବାଲେଶ୍ୱର ଭୋଗରାଇ ବ୍ଲକ୍ କୁଳିଦା ଗାଁରେ ଘଟିଛି ଏକ ଅତ୍ୟନ୍ତ ହୃଦୟବିଦାରକ ଘଟଣା । ରାତିରେ ଘରଦ୍ୱାର ବନ୍ୟାଜଳରେ ବୁଡ଼ିଯାଇଥିବା ବେଳେ ସୁମତି ଜେନା ନିଜ ସାନ ପୁଅକୁ ଶୌଚ କରାଇବା ପାଇଁ ଶାଶୁଙ୍କ ସହ ଘର ଆଗରେ ଥିବା ଡଙ୍ଗା ପାଖକୁ ନେଇଯାଇଥିଲେ ।
ଏଥିସହ ପଢ଼ନ୍ତୁ: ଆଉ ଚଳିବନି ମନମାନି; ପାନୀୟ ଜଳ ପ୍ରକଳ୍ପ ନ ସରିଲେ ସିଧା ଏତଲା
ହେଲେ ହଠାତ୍ ଭାରସାମ୍ୟ ହରାଇ ପୁଅ ଡଙ୍ଗାରୁ ବନ୍ୟାପାଣିକୁ ଖସି ପଡ଼ିଥିଲା । ନାତିକୁ ବଞ୍ଚାଇବାକୁ ଯାଇ ଶାଶୁ ବି ପାଣିରେ ଫସି ଯାଇଥିଲେ । ନିଜ ଜୀବନକୁ ବାଜି ଲଗାଇ ସୁମତି ସାହସର ସହ ପୁଅ ଓ ଶାଶୁଙ୍କୁ ପାଣିରୁ ସୁରକ୍ଷିତ ଉଦ୍ଧାର କରିଦେଲେ ସିନା, ହେଲେ ପ୍ରବଳ ସ୍ରୋତରେ ନିଜେ ବୁଡ଼ିଗଲେ । ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୁମତିଙ୍କ ଏହି କରୁଣ ମୃତ୍ୟୁ ବନ୍ୟାଞ୍ଚଳରେ ଉପୁଜିଥିବା ଗମ୍ଭୀର ଶୌଚାଳୟ ସମସ୍ୟା ଉଜାଗର କରିଛି । କେନ୍ଦ୍ରାପଡ଼ାରୁ ଯାଜପୁର... ଚାରିଆଡ଼େ ବନ୍ୟାପାଣି ଜମିରହିଥିବାରୁ ଶୌଚାଳୟ ସବୁ ବୁଡ଼ି ରହିଛି । ପୋଖରୀ ଓ ନଳକୂପରେ ଦୂଷିତ ପାଣି । ଯାଜପୁର ଦଶରଥପୁର ବ୍ଲକ୍ର ୬୨ଟି ଗାଁର ଲୋକେ ଶୌଚ ପାଇଁ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ।
ଡୋଭାବିଲ ପାଟଣା ନଦୀବନ୍ଧ ଉପରେ ପ୍ରଶାସନ ଅସ୍ଥାୟୀ ଶୌଚାଳୟ କରିଛି ସତ, ହେଲେ ତାହା ପର୍ଯ୍ୟାପ୍ତ ନୁହେଁ । ପାଣି ଭିତରେ ସାପ, ବେଙ୍ଗ ଓ ଗୋଧି ଭଳି ବିଷାକ୍ତ ସରୀସୃପଙ୍କ ଭୟ ଥିଲେ ବି ମହିଳାମାନେ ଜୀବନକୁ ବାଜି ଲଗାଇ ଶୌଚ ପାଇଁ ଯାଉଛନ୍ତି । କିଛି ସ୍ଥାନରେ ଲୋକେ ବାଧ୍ୟ ହୋଇ ପଲିଥିନରେ ଶୌଚ କରି ଭସାଇ ଦେଉଥିବା ଭଳି ଚିତ୍ର ସାମ୍ନାକୁ ଆସିଛି ।
ଏଥିସହ ପଢ଼ନ୍ତୁ: ପ୍ଲାଟଫର୍ମରେ ଥିବା ରେଷ୍ଟରୁମ୍ରେ ମହିଳାଙ୍କୁ ରେଲୱେ କର୍ମଚାରୀଙ୍କ ଦୁଷ୍କର୍ମ ଅଭିଯୋଗ
ବନ୍ୟାଞ୍ଚଳରେ ସାନିଟେସନ୍ ସମସ୍ୟାକୁ ନେଇ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, "ପ୍ରଶାସନ ପକ୍ଷରୁ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ଓ ଟେମ୍ପରାରୀ ସେଡ୍ଗୁଡ଼ିକରେ ଶୌଚାଳୟ ବ୍ୟବସ୍ଥା କରାଯାଇଛି । ଏହାସହ ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା ମଧ୍ୟ ହୋଇଛି । ମହିଳାଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଆଶା ଦିଦି ଓ ସ୍ୱାସ୍ଥ୍ୟମିତ୍ରମାନେ କାର୍ଯ୍ୟ କରୁଛନ୍ତି ଏବଂ ସାନିଟାରୀ ନ୍ୟାପକିନ୍ ଯୋଗାଇ ଦିଆଯାଉଛି ।"
ସୁମତିଙ୍କ ଆତ୍ମବଳିଦାନ ଆମ ବ୍ୟବସ୍ଥା ପ୍ରତି ଏକ ବଡ଼ ଚେତାବନୀ । କେବଳ ରିଲିଫ୍ ନୁହେଁ, ବନ୍ୟା ସମୟରେ ବିପନ୍ନଙ୍କ ପାଇଁ ଶୌଚାଳୟ ଓ ବିଶୁଦ୍ଧ ପାନୀୟ ଜଳର ସ୍ଥାୟୀ ବ୍ୟବସ୍ଥା ନକଲେ, ଆଗକୁ ଏଭଳି ଅନେକ ଅମୂଲ୍ୟ ଜୀବନ ଚାଲିଯିବ ।

Related Topics
Explore more stories