ପ୍ରେମ ଘଟଣାରେ ନୂଆ ମୋଡ଼, ପ୍ରଥମେ ସ୍ବାମୀ ଏବେ ପ୍ରେମିକ

ଅର୍ଗସ ବ୍ୟୁରୋ : ଧୋକା ଦେଲା ପ୍ରେମିକ, ବାଂଲାଦେଶରୁ ଆସି ବାଲେଶ୍ବରରେ ପହଞ୍ଚିଲେ ଥିଲେ ଯୁବତୀ । ତାଙ୍କର ଗୋଟିଏ ଜିଦ୍, ସେ ତାଙ୍କ ସ୍ୱାମୀଙ୍କ ପାଖରେ ରହିବେ ବୋଲି କହିଥିଲେ ବାଂଲାଦେଶୀ ଝିଅ ରୁମା ମ୍ୟାରିଆମ୍ । ବାଲେଶ୍ବର ଜିଲ୍ଲା ବୁଧ କୁସୁମୀ ଗାଁର ବୀରେନ୍ଦ୍ର ପ୍ରତାପ ଭଞ୍ଜଙ୍କ ନିଜ ସ୍ବାମୀ ବୋଲି କହିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏବେ ଏହି ଘଟଣା ନେଇଛି ନୂଆ ମୋଡ଼ । ପ୍ରଥମେ ବୁଧ କୁସୁମୀ ଗାଁର ବିରେନ୍ଦ୍ର ପ୍ରତାପ ଭଞ୍ଜଙ୍କୁ ନିଜ ସ୍ବାମୀ ବୋଲି କହିଥିଲେ ରୁମା । ଏବେ ବିରେନ୍ଦ୍ରଙ୍କୁ ନିଜ ପ୍ରେମିକ ବୋଲି ଥାନାରେ ଅଭିଯୋଗ କରିଛନ୍ତି । ଫେସବୁକରୁ ବନ୍ଧୁତା ପରେ ପ୍ରେମ ହୋଇଥିଲା ବୋଲି ସେ କହିଛନ୍ତି । ଅନିଚ୍ଛା ସତ୍ତ୍ବେ ବିବାହର ପ୍ରତିଶ୍ରୁତି ଦେଇ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖି ଧୋକା ଦେଇଥିବା ଅଭିଯୋଗ କରିଛନ୍ତି ଯୁବତୀ । ଅଭିଯୋଗ ପରେ କମର୍ଦ୍ଦା ଥାନାରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।