Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶୀତ... କାହାକୁ ମଜା କାହାକୁ ସଜା

Odisha

ଶୀତ... କାହାକୁ ମଜା କାହାକୁ ସଜା

Jitendra Dash
Browse all articles by Jitendra Dash
·2 years ago·2 min read
ଶୀତ... କାହାକୁ ମଜା କାହାକୁ ସଜା

ଅର୍ଗସ ବ୍ୟୁରୋ : ବର୍ଷକ ବାର ମାସ ଛଅ ଋତୁ । ଏହି ଛଅ ଋତୁ ଭିତରେ ଶୀତ ଋତୁ ଅନ୍ୟତମ । ଏହି ଋତୁରେ ଆସିଲେ କାହାକୁ ମଜା ଦିଏ ତ କାହାକୁ ସଜା ଦିଏ । ଏହି ଋତୁରେ ମଧ୍ୟବିତ୍ତ ଓ ଧନୀ ଲୋକମାନେ ସିତକୁ ମନୋଭରି ଉପଭୋଗ କରୁଥିବା ବେଳେ, ବେସାହାରା ପାଲଟି ଯାଆନ୍ତି ଦିନ ମଜୁରିଆ ଓ ବାସହୀନ ଲୋକ ମାଲେ । କାରଣ ଏଦି ଋତୁ ମଜା ଠାରୁ କେଇ ଗୁଣ ସଜା ଦେଇଥାଏ ଏ ଋତୁ । ଦେଖୁ ନାହାନ୍ତି ଏହି ଦିନ ମଜୁରିଆ ଓ ଗରିବ ଲୋକ ମାନଙ୍କୁ । କେମିତି କାଠୁଆ ଶୀତରେ ସୋଇଛନ୍ତି ରାଜ ରାସ୍ତାରେ । 

ଶୀତ ଋତୁ ଆସିଲେ ପ୍ରାୟ ସମସ୍ତଙ୍କ ମନରେ ଉତ୍ସହ ଭରିଯାଏ । କାରଣ ଏହି ଦିନରେ ଲୋକ ମାନେ ବୁଲିବାର ମଜା ନୋଇଥାନ୍ତି । କିଏ କୋଉ ପରକାରର ଉପଭୋଗ କରିବାକୁ ଯୋଜନା କରିଥାନ୍ତି । ହେଲେ କିଛି ଲୋକଙ୍କ ପାଇଁ ଏହି ଶୀତ ଆଣିଦିଏ ଦୁଃଖ । ଏଇ ଦେଖୁ ନାହାନ୍ତି କିଭଳି ଲୋକେ ଏଠାରେ ମଉଜ ମସ୍ତି ପାଇଁ ସଜବାଜ ହେଉଛନ୍ତି ଆଉ ଶୀତର ମଜା ଉଠାଉଛନ୍ତି । ଆଉ କିଛି ଲୋକେ ଜାଡ଼ ରାତିର ଖୋଲା ଆକାଶ ତଳେ କିଭଳି ଜାକିଜୁକି ହୋଉ ଶୀତକୁ ସାମ୍ନା କରୁଛନ୍ତି । ଏଠି କାହାପାଇଁ ଶୀତ ଆନନ୍ଦ ତ ଆଉ କାହା ପାଇଁ ଦୁଃଖ ।\

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶୀତର ପ୍ରଭାବ ସବୁଠି ଥିବା ବେଳେ ପରିଭାଷା ଭିନ୍ନ ଥାଏ । ଗରିବ ଆଉ ଧନୀ ମଧ୍ୟରେ । ଅନେକ ଏ ଶୀତ ଋତୁକୁ କୋଠା ଘରର ଛାତ ତଳ ଓ କମଳ ଘୋଡାଇ ଉପଭୋଗ କରୁଥିବା ବେଳେ ଅନେକ ବାସହୀନ ରାସ୍ତା କଡ଼ରେ ହିଁ ରାତି ବିତାଇଥନ୍ତି । ଏ ହେଉଚି ବାଲେଶ୍ଵର ସହରର ଭିନ୍ନ ଭିନ୍ନ ସ୍ଥାନର ବାସହୀନ ମାନେ ରାତି କାଟୁଥିବାର ଦୃଶ୍ୟ । ଖୋଲା ଆକାଶ ତଳେ କିଏ ଛିଣ୍ଡା କମଳଟେ ଘୋଡେଇ ରାତି ବିତାଉଛି ତ ଆଉ କିଏ ରାତି ସାରା ଉଜାଗର ହୋଇ ନିଆଁ ଜାଳି ବିତାଉଛି । ଅନେକ ଗରିବ ଦିନ ମଜୁରିଆ ଲୋକ କାମ ସାରି ଏଇ ଖୋଲା ଆକାଶ ତଳେ ହିଁ ବିତାଇଥାନ୍ତି ରାତି । ଏମାନଙ୍କର ରହିବା ପାଇଁ ନା ଘର ଖଣ୍ଡେ ଅଛି ନା ମୁଣ୍ଡ ଗୁଞ୍ଜିବା ପାଇଁ ଛାତ । 

Sponsored
baleswar winter season | Argus News